ETV Bharat / state

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ପୋଲିସକୁ ପ୍ରଶଂସା କଲେ କମିଶନର - sadguru covid hospital

ଜଗତପୁର ସ୍ଥିତ କୋଭିଡ ହସ୍ପିଟାଲରେ ନିଆଁ ଲାଗିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କଲେ ପୋଲିଲସ କମିଶନର ସୁଧାଂଶୁ ଷଡଙ୍ଗୀ । ସମ୍ପୂର୍ଣ୍ଣ ପଢନ୍ତୁ...

'ପୋଲିସଙ୍କ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ କମ ହେବ'

author img

By

Published : Sep 21, 2020, 7:51 PM IST

କଟକ: ଜଗତପୁର ସ୍ଥିତ କୋଭିଡ ହସ୍ପିଟାଲରେ ନିଆଁ ଲାଗିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଗୋଟିଏ ବଡ଼ ଚ୍ୟାଲେଞ୍ଜ ଥିଲା । ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କଟକ କମିଶନରେଟ ପୋଲିସ। ପୋଲିସ କମିଶନର, କଟକ ଡିସିପି, ୩ ଏସିପି, ୭ ପୋଲିସ ଏବଂ ୭ ଥାନାର ଥାନାଧିକାରୀ, ଟ୍ରାଫିକ ପୋଲିସ କର୍ମଚାରୀଙ୍କ ସମେତ ପାଖାପାଖି ଶହେରୁ ଅଧିକ ପୋଲିସ । କୋରୋନା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସମସ୍ତେ ଲାଗିପଡିଥିଲେ। ତେବେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ କମ ହେବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

'ପୋଲିସଙ୍କ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ କମ ହେବ'

ବିଶେଷ କରି କୋରୋନାକୁ ଖାତିର ନକରି କୋରୋନା ରୋଗୀଙ୍କ ପାଇଁ ଗାଡି ଆୟୋଜନ କରିବା, ଟ୍ରାଫିକ ନିୟନ୍ତ୍ରଣ କରିବା ସହ କୋଭିଡ ରୋଗୀଙ୍କୁ ଆମ୍ବୁଲାନ୍ସକୁ ବୋହିନେବା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇଥିଲେ। ତେବେ ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ନିଜେ ପୋଲିସ କମିଶନର। ଏପରିକି ପୋଲିସର ଏଭଳି କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି କମ ହେବ ବୋଲି ସେ କହିଛନ୍ତି ।

ସୂଚନାଥାଉ ଯେ, ସଦ୍‌ଗୁରୁ କୋଭିଡ ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ସଙ୍ଗେ ସଙ୍ଗେ କଟକ ଡିସିପି, ପୋଲିସ କମିଶନର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ହସ୍ପିଟାଲରେ ମୋଟ 127 ରୋଗୀ ଚିକିତ୍ସିତ ହେଉଥିବାବେଳେ ସମସ୍ତଙ୍କୁ ଅନ୍ୟ ଡାକ୍ତରଖାନା ଗୁଡିକୁ ସ୍ଥାନାନ୍ତର କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.