ETV Bharat / state

ପତ୍ନୀହନ୍ତା ସ୍ବାମୀକୁ ଗିରଫ କଲା ପୋଲିସ - ପତ୍ନୀହନ୍ତା ସ୍ବାମୀ ଗିରଫ

ପତ୍ନୀ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଛି ପୋଲିସ । ଅଧିକ ପଢନ୍ତୁ...

ପତ୍ନୀହନ୍ତା ସ୍ବାମୀକୁ ଗିରଫ କଲା ପୋଲିସ
ପତ୍ନୀହନ୍ତା ସ୍ବାମୀକୁ ଗିରଫ କଲା ପୋଲିସ
author img

By

Published : Apr 1, 2021, 7:35 PM IST

କଟକ: ସଦର ଥାନା ବମ୍ବିଲୋ ଗାଁ ରେ ଗତ ୨୯ ତାରିଖରେ ଘଟିଥିବା ପତ୍ନୀ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଛି ପୋଲିସ । ପରକୀୟା ପ୍ରୀତି ଯୋଗୁ ସ୍ଵାମୀର ଛୁରାମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡିଛି ।

ପତ୍ନୀହନ୍ତା ସ୍ବାମୀକୁ ଗିରଫ କଲା ପୋଲିସ

ଘଟଣା ଅନୁସାରେ ହୋଲି ଦିନ ରଙ୍ଗ ଖେଳି ସମସ୍ତେ ଖୁସି ବାଣ୍ଟୁଥିବାବେଳେ କଟକ ସଦର ଥାନା ବମ୍ବିଲୋ ଗାଁରେ ଘଟିଥିଲା ଲୋମ ଟାଙ୍କୁରା ଘଟଣା । ସ୍ତ୍ରୀକୁ ହତ୍ୟା କରି ରକ୍ତର ହୋଲି ଖେଳିଥିଲା ସୈତାନ ସ୍ବାମୀ । ଦୋଷ ଲୁଚାଇବାକୁ ଷଡଯନ୍ତ୍ର ମଧ୍ୟ ରଚିଥିଲା । ତେବେ ନିଜ ଭଉଣିକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ମୃତ ମହିଳାଙ୍କ ଭାଇ ମନୋଜ ବେହେରା । ଋଣ ଟଙ୍କା ସୁଝିବା ଓ ଘର କରିବା ପାଇଁ ଟଙ୍କା ଲାଗି ତାଙ୍କ ଭଉଣୀ ଝୁନା ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମନୋଜ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସନ୍ଦେହ କ୍ରମେ ଅଭିଯୁକ୍ତକୁ ପଚରାଉଚରା ପରେ ସ୍ବାମୀ ହିଁ ନିଜ ସ୍ତ୍ରୀର ହତ୍ୟାକାରୀ ବୋଲି ଜାଣିବାକୁ ପାଇଛି ପୋଲିସ । ପରେ ଅଭିଯୁକ୍ତ ସ୍ବାମୀ ପ୍ରଦୀପ୍ତ ଦାସକୁ ଗିରଫ କରିଛି । ମୁଖ୍ୟତଃ ପରକୀୟା ପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି । ତେବେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.