ETV Bharat / state

ନର୍ସ ପଦବୀ ପୂରଣ ପାଇଁ ଫିଟିଲା ବାଟ, ଅନ୍ତରୀଣ ନିର୍ଦ୍ଦେଶ ହଟାଇଲେ ହାଇକୋର୍ଟ - ଓଡିଶା ହାଇକୋର୍ଟ

ପୂର୍ବରୁ ଲଗାଇଥିବା ରୋକ ହଟାଇଲେ ଓଡିଶା ହାଇକୋର୍ଟ। ୩୦ ଟି ଜିଲ୍ଲା ଓ ୧୩ ଟି ମେଡିକାଲ କଲେଜ ହସ୍ପିଟାଲରେରେ ଖୁବଶୀଘ୍ର ନିଯୁକ୍ତି ହେବେ ନର୍ସିଂ ଅଫିସର । ରାଜ୍ୟରେ ଏବେ ୭୪୮୩ ନର୍ସିଂ ଅଫିସର ଚୟନ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପ୍ରକ୍ରିୟା ସ୍ଵାଭାବିକ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

ନର୍ସ ପଦବୀ ପୂରଣ ପାଇଁ ଫିଟିଲା ବାଟ, ଅନ୍ତରୀଣ ନିର୍ଦ୍ଦେଶ ହଟାଇଲେ ହାଇକୋର୍ଟ

author img

By ETV Bharat Odisha Team

Published : Aug 22, 2023, 5:21 PM IST

ନର୍ସ ପଦବୀ ପୂରଣ ପାଇଁ ଫିଟିଲା ବାଟ

କଟକ: ନର୍ସ ପଦବୀ ପୂରଣ ପାଇଁ ବାଟ ଫିଟିଲା । ନିଯୁକ୍ତି ପ୍ରକ୍ରିୟା ଉପରେ ପୂର୍ବରୁ ହାଇକୋର୍ଟ ହୋଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ପରିବର୍ତ୍ତନ କରିଛନ୍ତି । ମେ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦବି ସଂରକ୍ଷିତ ରଖାଯିବ। ଅନ୍ୟ ପଦବୀ ଗୁଡିକରେ ସରକାର ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ଅନ୍ୟ ପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବୀର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି । ଏହି କ୍ରମରେ ମୋଟ 7 ହଜାର 483 ଟି ନର୍ସ ପଦବୀ ପୂରଣ ହେବ ବୋଲି ସ୍ପଷ୍ଟ ହୋଇଛି।

ପୂର୍ବରୁ ଲଗାଇଥିବା ରୋକ ହଟାଇଲେ ଓଡିଶା ହାଇକୋର୍ଟ। ୩୦ ଟି ଜିଲ୍ଲା ଓ ୧୩ ଟି ମେଡିକାଲ କଲେଜ ହସ୍ପିଟାଲରେରେ ଖୁବଶୀଘ୍ର ନିଯୁକ୍ତି ହେବେ ନର୍ସିଂ ଅଫିସର । ରାଜ୍ୟରେ ଏବେ ୭୪୮୩ ନର୍ସିଂ ଅଫିସର ଚୟନ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପ୍ରକ୍ରିୟା ସ୍ଵାଭାବିକ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲରେ ସାମୟିକ ଭାବେ ନିଯୁକ୍ତି ପାଇଥିବା କିଛି ପାରମେଡିକାଲ ଷ୍ଟାଫ ଏହି ମାମଲା ରୁଜ୍ଜୁ କରିଥିଲେ। କୋଭିଡ ସମୟରେ ସେମାନେ କାମ କରିଥିବା ଯୋଗୁଁ ନୂଆ ନିଯୁକ୍ତି ରେ ସେମାନଙ୍କୁ ଅଗ୍ରାଧିକାର ମିଳୁ ବୋଲି ଦାବି କରି ଓଡିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହାବି ପଢନ୍ତୁ- ରାଜ୍ୟରେ ସୁଦୃଢ ହେବ ସ୍ବାସ୍ଥ୍ୟ ଭିତ୍ତିଭୂମି, ସୃଷ୍ଟି ହେଲା ୧୧ ହଜାର ନୂଆ ନର୍ସିଂ ଅଫିସର ପଦବୀ

ପୂର୍ବରୁ ଏଭଳି ଆବେଦନର ଶୁଣାଣି କରି ନିଯୁକ୍ତି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। ହାଇକୋର୍ଟ ମେ ୧ ରେ ମାମଲାର ବିଚାର ନ ସରିବା ଯାଏଁ ନୂଆ ନିଯୁକ୍ତି ଉପରେ ରୋକ ଲଗାଇଥିଲେ। ହାଇକୋର୍ଟର ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ପ୍ରତିବନ୍ଧକ ହଟାଇବା ସହିତ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇପାରିବେ ବୋଲି ଦେଇଛନ୍ତି। ଓଡିଶା ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପରେ ଖୁବଶୀଘ୍ର ରାଜ୍ୟରେ 7 ହଜାର 483 ନର୍ସିଂ ପଦବୀ ପୂରଣ ହେବ । ଏହା ପୂରଣ ହେଲେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କିଛି ସୁଧାର ଆସିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.