ETV Bharat / state

ହୋଲିରେ ଗଡିଲା ମୁଣ୍ଡ: ରକ୍ତରେ ଖେଳିଲେ ହୋଲି, ଆକ୍ରମଣରେ ବାପା ମୃତ, ମାଆ-ଝିଅ ଗୁରୁତର

author img

By

Published : Mar 8, 2023, 1:14 PM IST

Updated : Mar 8, 2023, 7:58 PM IST

ଆଠଗଡ ତିଗିରିଆ ଥାନା ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ବାପା ମୃତ ଓ ମାଆ ଝିଅ ଗୁରୁତର । ଅଧିକ ପଢନ୍ତୁ

ଆଠଗଡରେ ଗୋଟିଏ ପରିବାରର ତିନି ଜଣଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

ହୋଲିରେ ଗଡିଲା ମୁଣ୍ଡ,ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର

କଟକ: ହୋଲିରେ ବୋହିଲା ରକ୍ତର ନଦୀ । ହୋଲି ଭଳି ଖୁସିର ଦିନରେ ପୂର୍ବ ଶତ୍ରୁତାରୁ ଗଡିଲା ଗଡିଲା ମୁଣ୍ଡ । ଆଜି ସବୁଠି ହୋଲି ସେଲିବ୍ରେସନ ଚାଲିଥିବାବେଳେ ଆଠଗଡ ଅଞ୍ଚଳରେ ରକ୍ତର ନଦୀ ବୋହିଛି । ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ବାଲିସାହିରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଏଥିରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରତର ଅଛନ୍ତି । ମୃତାହତମାନେ ସମ୍ପର୍କରେ ବାପାମାଆ ଓ ଝିଅ ବୋଲି ଜଣାପଡିଛି । ଗୁରୁତରଙ୍କୁ ପ୍ରଥମେ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଯାହା ସୂଚନା ମିଳିଛି, ବାପାମାଆ ଓ ଝିଅ ଉପରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଛି । ଏଥିରେ ବାପାଙ୍କ ମୃତ୍ୟୁ ଘଟିଛି ଓ ମାଆ ଝିଅ ଗୁରୁତର ଅଛନ୍ତି । ମୃତକ ହେଲେ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିର ଚିନ୍ତାମଣି ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପରିବାର ଉପରେ ଆକ୍ରମଣ କରାଯାଇଛି । ଖବର ପାଇ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏହି ଘଟଣାରେ ପୋଲିସ ଦୁଇ ଜଣ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ପୋଲିସର ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଚିନ୍ତାମଣି ବେହେରା, ତାଙ୍କର ପତ୍ନୀ ଓ ଝିଅଙ୍କ ଉପରେ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ପୂର୍ବ ଶତ୍ରୁତା ଯୋଗୁଁ ଏହି ଅମାନୁଷିକ କାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ କେଉଁ କାରଣରୁ ପୂର୍ବ ଶତ୍ରୁତା ରହିଥିଲା ତାହା ଅସ୍ପଷ୍ଟ ରହିଛି । ହୋଲି ଭଳି ଦିନରେ ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହାମଧ୍ୟ ପଢନ୍ତୁ: ପାରିବାରିକ କଳହର କରୁଣ ପରିଣତି, ସାନିଟାଇଜର ଢାଳି ସ୍ତ୍ରୀକୁ ଜାଳିଦେଲା ସ୍ବାମୀ

ଅନ୍ୟପଟେ ଏସସିବିରେ ଗୁରୁତର ମାଆ ଓ ଝିଅଙ୍କ ଚିକିତ୍ସା ଚାଲିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି । ଏକ ସ୍ବତନ୍ତ୍ରୀ ଡାକ୍ତରୀ ଦଳ ଦୁହିଁଙ୍କ ଚିକିତ୍ସା କରୁଛନ୍ତି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ଦୁଇ ଜଣଙ୍କୁ ପଚରାଉଚରା କରାଯାଉଥିବା ବେଳେ କାହିଁକି ଏହି ହତ୍ୟାକାଣ୍ଡ ଘଟିଲା ତାହା ଶୀଘ୍ର ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଟକ

Last Updated : Mar 8, 2023, 7:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.