କଟକ: ମହାନଗର ନିଗମର ମେୟର ଓ ପୌରପାଳିକାର ଅଧ୍ୟକ୍ଷଙ୍କୁ ଲୋକେ ସିଧାସଳଖ ନିର୍ବାଚିତ କରିବେ । ଏନେଇ ଗତକାଲି ନଗର ଉନ୍ନୟନ ବିଭାଗ ଚିଠା ବିଜ୍ଞପ୍ତି ଜାରି କରିଥିବାବେଳେ ଏ ସମ୍ପର୍କରେ କୌଣସି ଆପତ୍ତି ଅଭିଯୋଗ ଥିଲେ ତାହାକୁ 30 ଦିନ ମଧ୍ୟରେ ଜଣାଇବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।
ସେପଟେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପୌର ନିର୍ବାଚନ ତାରିଖ ଘୋଷଣା କରିବା ପାଇଁ ହାଇକୋର୍ଟରେ ମାମଲା ଦାୟର କରିଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେ । ମେୟର ଓ ପୌରପାଳିକାର ଅଧ୍ୟକ୍ଷଙ୍କ ସିଧାସଳଖ ନିର୍ବାଚନ ନେଇ ବିଜ୍ଞପ୍ତିକୁ ସ୍ବାଗତ କରିଥିଲେ ମଧ୍ୟ ଆଗେ ପୌର ନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ଏବଂ ଏହା କେବେ ହେବ ତାହା ସ୍ପଷ୍ଟ କରିବା ପାଇଁ ଦାବି କରିଛନ୍ତି ସମୀର ଦେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ