ETV Bharat / state

Matric Summative-1 Exam: କାଲିଠୁ ମାଟ୍ରିକ ସମେଟିଭ ୧ ପରୀକ୍ଷା - ସ୍ବତନ୍ତ୍ର ସ୍କ୍ବାର୍ଡ

ଆସନ୍ତାକାଲି ଠାରୁ ମାଟ୍ରିକ ସମେଟିଭ ୧ ପରୀକ୍ଷା । ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପ୍ରସ୍ତୁତ । ଅଧିକ ପଢନ୍ତୁ

ଆସନ୍ତାକାଲି ଠାରୁ ଆରମ୍ଭ ମାଟ୍ରିକ ସମେଟିଭ ୧ ପରୀକ୍ଷା

author img

By

Published : Nov 22, 2022, 6:53 PM IST

କଟକ: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ ୧ ର ପରୀକ୍ଷା । ଏନେଇ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତ ବୋର୍ଡ । ତେବେ ବିଭିନ୍ନ ନୋଡାଲ ସେଣ୍ଟରକୁ ପଠାସରିଛି ପ୍ରଶ୍ନପତ୍ର । ତେବେ ପରୀକ୍ଷା ର 15 ମିନଟ ପୂର୍ବରୁ ପ୍ରଶ୍ନ ପତ୍ରର ସିଲ ଖୋଲାଯିଵ । ଏଥିସହ ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡର ମଧ୍ୟ ଗଠନ କରାଯାଇଛି ।

ଆସନ୍ତାକାଲି ଠାରୁ ଆରମ୍ଭ ମାଟ୍ରିକ ସମେଟିଭ ୧ ପରୀକ୍ଷା

ତେବେ ଚଳିତ ବର୍ଷ ପରୀକ୍ଷାରେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ ଟି କେନ୍ଦ୍ରରେ ଦେବେ ପରୀକ୍ଷା । ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ ଟି କେନ୍ଦ୍ରରେ ଦେବେ ପରୀକ୍ଷା । ଏନେଇ ୩୧୬ ନୋଡାଲ ସେଣ୍ଟର ଥିବା ବେଳେ କଡା ରହିବ ପ୍ରଶ୍ନପତ୍ର ।

ଅନ୍ୟପଟେ ମାଓ ପ୍ରଭାବିତ ଅଞ୍ଚଳରେ ୨୨ ଟି ନୋଡାଲ ସେଣ୍ଟର୍ କରାଯାଇଛି । ଯେଉଁଥିରେ କନ୍ଧମାଳ ୭, ମାଲକାନଗିରି ୧୦, କୋରାପୁଟର ୫ ଟି ଥାନା ସାମିଲ ଅଛି । ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଥିବା ବେଳେ ପରୀକ୍ଷା ର ପ୍ରଥମ ଦିନ ସକାଳ ୯ ଟା ରେ ପରୀକ୍ଷାର୍ଥି ସେଣ୍ଟର ଭିତରକୁ ପ୍ରବେଶ କରିବେ । ସେହିପରି ଅନ୍ୟଦିନ ମାନଙ୍କରେ ୯.୧୫ ମିନିଟ ରେ ପରୀକ୍ଷା କେନ୍ଦ୍ର କୁ ପ୍ରବେଶ କରିବେ । ୧୦ ଟା ରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବା ସହ କପି ରୋକିବା ପାଇଁ ସେଣ୍ଟ୍ରାଲ ସ୍କ୍ବାର୍ଡ ସହ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ତରୀୟ ସ୍କ୍ବାର୍ଡ ଗଠନ ହେବ । ତେବେ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ନେବାକୁ ବାରଣ କରାଯାଇଥିବା ବେଳେ ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି କହିଛନ୍ତି ବୋର୍ଡ ସଭାପତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.