ETV Bharat / state

ଦୀପାବଳିରେ ଅଘଟଣ, ପୁଅକୁ ବଞ୍ଚାଇବାକୁ ଯାଇ ଗଲା ବାପାର ଜୀବନ

author img

By ETV Bharat Odisha Team

Published : Nov 12, 2023, 1:28 PM IST

କାଠଯୋଡି ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଉଥିଲା ପୁଅ । ପୁଅର ଜୀବନ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାର ଜୀବନ । ଅଧିକ ପଢ଼ନ୍ତୁ

man died after drowned kathajodi river
man died after drowned kathajodi river

କଟକ: ଦୀପାବଳିରେ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ନରାଜ ଅନ୍ତର୍ଗତ କୈବର୍ତ୍ତ ସାହି ଘାଟରେ। ମୃତକ ଜଣଙ୍କ ହେଉଛନ୍ତି ନରାଜ ଅଞ୍ଚଳର ସରୋଜ ସାହୁ । ସେ ତାଙ୍କର ଆଠ ବର୍ଷର ପୁଅକୁ ନେଇ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲେ। ପୁଅ ପାଣିରେ ବୁଡିଯାଉଥିବା ଦେଖି ବାପା ସରୋଜ ତାକୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଥିଲେ ।

କିନ୍ତୁ ଚୋରାବାଲିରେ ଫସି ଯାଇଥିଲେ ସରୋଜ ସାହୁ । ପୁଅ କୂଳକୁ ଆସିଥିଲେ ମଧ୍ୟ ସରୋଜ କିନ୍ତୁ ପାଣିରେ ବୁଡ଼ି ଯାଇଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । କନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-ଚୌଦ୍ବାର ଡମଣୀ ଡ୍ୟାମରେ ଯୁବକ ନିଖୋଜ ଘଟଣା, 12 ଘଣ୍ଟା ପରେ ମିଳିଲା ମୃତଦେହ

ଗତ ମେ' ମାସରେ କଟକ ବିରୂପା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଜଣେ ଛାତ୍ର ବୁଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ରାଇରଙ୍ଗପୁର ସହରର ସ୍ଥିତ କୁଚେଇବୁଢୀର ତାରିଣୀ ପ୍ରସାଦ ଗିରି । ସେ 3 ସାଙ୍ଗଙ୍କ ସହ ମିଶି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେବା ପାଇଁ କଟକ ଆସିଥିଲେ । ପରୀକ୍ଷା ଦେଇ ସାରି ଘରକୁ ଫେରିବା ସମୟରେ ବିରୂପା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ସାଙ୍ଗଙ୍କ ସେ ଗାଧୋଇବା ବେଳେ ହଠାତ ତାରିଣୀ ପ୍ରସାଦ ନଦୀର ଗଣ୍ଡ ଭିତରେ ବୁଡି ଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ନଦୀରୁ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାରିଣୀଙ୍କୁ ମୃତ ଘୋଷଣା କରିଥିଲେ ।

ଚଳିତ ମାସ ଅକ୍ଟୋବର ମାସରେ କଟକ ଚୌଦ୍ବାର ଡମଣୀ ଡ୍ୟାମରେ ଯୁବକ ନିଖୋଜ ହୋଇଯାଇଥିଲେ। 12 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ଏମବିଏ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗଭୀର ଜଳରୁ ମୃତଦେହକୁ ଉଦ୍ଧାର କରିଥିଲା ଓଡ୍ରାଫ୍‌ ଟିମ୍‌ । ମୃତକଙ୍କ ନାମ ଅଂଶୁମାନ ନାୟକ । ଚୌଦ୍ବାର ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଡମଡମଣି ପୀଠ ନିକଟରେ ଥିବା ଡ୍ୟାମରେ ଘଟିଥିଲା ଏହି ଅଘଟଣ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.