କଟକ:ମହାଙ୍ଗା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ହତ୍ୟାକାଣ୍ଡରେ ମୃତ୍ୟୁ ହୋଇଥିବା ଦୁଇ ବିଜେପି ନେତାଙ୍କ ପରିବାରକୁ ଭେଟିଲେ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ।
ଉଭୟ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ଘରେ ପହଞ୍ଚି ପାରିବାରକୁ ସାନ୍ତ୍ବନା ଦେବା ସହ ପ୍ରକୃତ ଅଭିଯୁକ୍ତକୁ ଗିରଫ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ଦାୟର ହୋଇଥିବା ଏତଲାରେ ଆଇନମନ୍ତ୍ରୀଙ୍କ ନାଁ ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଏ ଦିଗରେ ଶୀଘ୍ର ଧ୍ୟାନ ଦେବାକୁ କହିଛନ୍ତି ପ୍ରଭାରୀ । ଚାଲିଥିବା ତଦନ୍ତରେ ପରିବାର ଖୁସି ନଥିବା କହିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ନ୍ୟାୟ ମାଗିଛନ୍ତି ପାରବାର ଲୋକେ ।
ପ୍ରକାଶ ଥାଉକି, ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ହୋଇଥିବା ନେଇ ଅଭିଯୋଗ କରିବାରୁ ଦୁଇ ବିଜେପି ନେତାଙ୍କୁ ଅତି ନର୍ମମ ଭାବରେ ହତ୍ୟା କରାଯାଇଛି । ଏନେଇ ଦୋଷୀଙ୍କୁ ଗିରଫ ଦାବି କରାଯାଇ ମଙ୍ଗଳବାର ସାରା ରାଜ୍ୟରେ ଜିଲ୍ଲା ବିଜେପି ପକ୍ଷରୁ ଥାନା ଘେରାଉ କରାଯିବା ସହିତ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବି ହୋଇଥିଲା ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ