ETV Bharat / state

ସୁନା ସଫେଇ ଆଳରେ ଲୁଟିନେଲେ ୪ଲକ୍ଷ ଟଙ୍କାର ଅଳଙ୍କାର

author img

By

Published : Jul 5, 2023, 3:44 PM IST

Updated : Jul 5, 2023, 4:02 PM IST

ନିଆଳିର ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ଗ୍ରାମରେ ସୁନା ସଫା ଆଳରେ ୪ଲକ୍ଷ ଟଙ୍କାର ସୁନା ନେଇ ଚମ୍ପଟ ମାରିଲେ ଦୁର୍ବୁତ୍ତ । ଅଧିକ ପଢନ୍ତୁ

lootera looted 4lakhs of gold jewellery
lootera looted 4lakhs of gold jewellery
lootera looted 4lakhs of gold jewellery

ନିଆଳି: ସୁନା ସଫେଇ ଆଳରେ ସୁନା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ ।‌ ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ଗ୍ରାମରେ । ଦୁଇ ଜଣ ଠକ ଯୁବକ ଗହଣା ସଫା କରିବା ଆଳରେ ଲୁଟି ନେଇଛନ୍ତି ଚାରି ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଏନେଇ ଲୁଟର ଶିକାର ହୋଇଥିବା ପ୍ରତାପରୁଦ୍ରପୁର ଗ୍ରାମର ଦେବେନ୍ଦ୍ର ପଣ୍ଡାଙ୍କ ପରିବାର ଲୋକେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ଦେବେନ୍ଦ୍ରଙ୍କ ଘରକୁ ଦୁଇ ଯୁବକ ଆସି ପାଉଡର ଏବଂ ତରଳ ସାମଗ୍ରୀ ଲଗାଇ ପ୍ରଥମେ ବାସନକୁସନ ସଫାସୁତୁରା କରି ଦେବାକୁ କହିଥିଲେ l ତାଙ୍କ ପତ୍ନୀ ପ୍ରତିମା ପଣ୍ଡା ସେମାନଙ୍କ କଥାକୁ ବିଶ୍ଵାସ କରି ରାଜି ହୋଇଯାଇଥିଲେ l ପ୍ରତିମା ପ୍ରଥମେ ଢାଳ, କୁଣ୍ଡ, ଗରା ତସଲା ଆଦି ବିଭିନ୍ନ କଂସା ପିତ୍ତଳ ସାମଗ୍ରୀ ସଫା କରିବାକୁ ଦେଇଥିଲେ l ଲୁଟେରା ବାସନ ଭଲକରି ସଫା କରି ଦେଇଥିଲେ l ଏହାପରେ ପ୍ରତିମା ରୂପା ପାଉଁଜି ଏବଂ ଶଙ୍ଖା ସଫା କରିବାକୁ ଦେଇଥିଲେ l ଶଙ୍ଖା ଏବଂ ପାଉଁଜି ମଧ୍ୟ ସଫା କରିଦେଇଥିଲେ l ବିଶ୍ୱାସ ହୋଇଯିବାରୁ ସବୁ ଅଳଙ୍କାର ବଢ଼େଇ ଦେଇଥିଲେ ।

ଏହାପରେ ଦୁର୍ବୁତ୍ତ ଦୁଇ ଜଣ ଦେବେନ୍ଦ୍ର ପଣ୍ଡାଙ୍କ ଘରୁ ୪ ଲକ୍ଷ ଟଙ୍କା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ଯାହାର ଦୃଶ୍ୟ ଗାଁ ମୁଣ୍ଡରେ ଆଖଣ୍ଡଳମଣି ମହାଦେବଙ୍କ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା କଏଦ ହୋଇଛି । ଏକ କଳା ରଙ୍ଗର ଆପାଚି ବାଇକ ଯୋଗେ ଦୁଇ ଜଣ ଯୁବକ ଗାଁ ଭିତରକୁ ପ୍ରବେଶ କରିଥିଲେ। ମନ୍ଦିର ଠାରୁ ପାଖାପାଖି ୧୦୦ ମିଟର ଦୂରରେ ହେଉଛି ଦେବେନ୍ଦ୍ର ପଣ୍ଡାଙ୍କ ଘର ହୋଇଥିବା ବେଳେ ଏହି ସମୟରେ ଦେବେନ୍ଦ୍ର ଘରେ ନଥିବା ସମୟରେ ଦୁଇ ଯୁବକ ତାଙ୍କ ଘରେ ପହଞ୍ଚି କଂସାବାସନ ଏବଂ ସୁନା ଗହଣା ସଫେଇ ବାହାନାରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି l ଲୁଟ ଗହଣା ଭିତରେ ରହିଛି ୩ ମଙ୍ଗଳସୂତ୍ର ଏବଂ ୩ ହଳ କାନ ଫୁଲ ଝରା ଏବଂ ପେଣ୍ଡିଫୁଲ l

ଏହା ମଧ୍ୟ ପଢନ୍ତୁ- ପୋଲିସକୁ ପୁଣିଥରେ ଚ୍ୟାଲେଞ୍ଜ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ

ତେବେ ୨ ଯୁବକଙ୍କ ମଧ୍ୟରେ ଜଣେ ଓଡ଼ିଆରେ କଥା ହେଉଥିବା ବେଳେ ଅନ୍ୟ ଜଣକ ହିନ୍ଦିରେ କଥା ହେଉଥିବା ସୂଚନା ମିଳିଛି l ସୁନା ଗହଣା ସବୁ ଧରି ଦୁହେଁ ଚମ୍ପଟ ମାରିଥିବା ବେଳେ ଗ୍ରାମବାସୀ ସେମାନଘଅତୁ ଧରିବାକୁ ଚେଷ୍ଟା କରିଥିଲେ ସୁଧା ଧରା ପଡି ନ ଥିଲେ । ହେଲେ ଲୁଟେରା ଆଖି ପିଛୁଳାକେ ଚମ୍ପଟ ହୋଇଯାଇଥିଲେ l ଏସମ୍ପର୍କରେ ଦେବେନ୍ଦ୍ର ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଭିତ୍ତିକରି ଥାନାରେ ମାମଲା ରୁଜୁ ହୋଇଛି l ସେହିପରି ଗତ ଦୁଇ ବର୍ଷ ତଳେ ବାଲିପାଟଣା ଥାନା ଦାମୋଦରପୁର ଏବଂ ବାରଙ୍ଗ ଥାନା ଅଞ୍ଚଳରେ ସମାନ ଢ଼ଙ୍ଗରେ ସୁନା ଅଳଙ୍କାର ଲୁଟ କରି ପୋଲିସ ହାତରେ ଧରା ପଡି ଜେଲ ଯାଇଥିବା ନେଇ ସୂଚନା ମିଳିଛି।‌

ଇଟିଭି ଭାରତ, ନିଆଳି

Last Updated : Jul 5, 2023, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.