ETV Bharat / state

6 ଜଣିଆ ଲୁଟେରା ଗ୍ୟାଙ୍ଗ୍‌କୁ ଧରିଲା ପୋଲିସ, ଜଣେ ଅଭିଯୁକ୍ତ ନାଁରେ 130ରୁ ଅଧିକ ମାମଲା

author img

By

Published : Feb 10, 2023, 8:42 PM IST

କଟକର ବିଭିନ୍ନ ଅଞ୍ଚଳରେ ଲୁଟ କରୁଥିବା ଏକ 6 ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ। ୩ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ସହ ଅନେକ ମୂଲ୍ୟବାନ ବସ୍ତୁ ଜବତ କରିଛି ପୋଲିସ ।

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ
ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ
ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ

କଟକ: କଟକ ପୋଲିସର ବଡ ସଫଳତା। ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । କଟକର ବିଭିନ୍ନ ଅଞ୍ଚଳରେ ଲୁଟ କରୁଥିବା ଏକ 6 ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । କଟକର ବିଭିନ୍ନ ଥାନା ଅଂଚଳରେ ଚୋରି କରିବା ଓ ଚୋରୀ ସାମଗ୍ରୀ କିଣୁଥିବା ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର, ୫ଶହ ଗ୍ରାମରୁ ଅଧିକ ରୂପା , ୨ଟି ଲାପଟପ୍ , ୨ଟି ଏଲିଡି ଟିଭି, ଗୋଟେ କାର ଓ ଚୋରିରେ ବ୍ୟବହୃତ ହତିଆର ଆଦି ଜବତ କରିଛି ପୋଲିସ ।

କିଛି ଦିନ ତଳେ ଚୌଦ୍ଵାର ଅଞ୍ଚଳର ଦୁଇଟି ଅଳଙ୍କାର ଦୋକାନରୁ ଚୋରି ହୋଇଥିବା ନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଥିଲେ । ଚୌଦ୍ଵାର ପୋଲିସ ଘଟଣାର ତଦନ୍ତ କରି ଚୋରି କରିଥିବା ୬ଜଣ ଚୋରଙ୍କୁ ଗିରଫ କରିଥିଲେ ଏବଂ ସେମାନେ ଚୋରି ଅଳଙ୍କାରକୁ ବିକ୍ରି କରିଥିବା ୩ଜଣ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଚୋରି ମାମଲା ରହିଛି ଓ ଏମାନଙ୍କ ସହିତ ଆଉ ଯେଉଁମାନେ ଥିବେ ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଜଣେ ଗ୍ୟାଙ୍ଗ ସଦସ୍ୟଙ୍କ ନାଁରେ ରହିଛି ୧୩୦ଟି ମାମଲା । ହେମନ୍ତ ଦାସ ନାଁରେ ରହିଛି ୧୩୦ ମାମଲା । ଅଭିଯୁକ୍ତର ବୟସ ୫୮ ବର୍ଷ । ଅନେକ ଥର ଜେଲ୍‌ ଗଲାଣି ଅଭିଯୁକ୍ତ । ବେଲରେ ମୁକୁଳିବା ପରେ ପୁଣି ଚୋରି ଡକାୟତି କରୁଛି । ଅଭିଯୁକ୍ତକୁ ମଧ୍ୟ ପୂର୍ବରୁ କାଉନସେଲିଂ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।

ତେବେ କିଛି ଦିନ ପୂର୍ବରୁ କଟକ ପୋଲିସ ବନ୍ଧୁକ ଦେଖାଇ ଜାତୀୟ ରାଜପଥରେ ଡକାୟତି କରୁଥିବା ଗ୍ୟାଙ୍ଗ୍‌କୁ ଗିରଫ କରିଥିଲା । ଏହି ଗ୍ୟାଙ୍ଗରେ ରହିଛନ୍ତି 7 ଜଣ ସଦସ୍ୟ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକ ମଧ୍ୟ ସାମିଲ ରହିଥିଲେ । ସେମାନଙ୍କଠାରୁ ୨୦ଟି ୱାକିଟକି, ୧୩ଟି ମୋବାଇଲ୍, ସୁନା ଅଳଙ୍କାର, ଏକ ଲୁହା ରଡ଼, ନଗଦ ଟଙ୍କା, ଖେଳନା ବନ୍ଧୁକ, କାର୍, ୩ଟି ମଟର ସାଇକେଲ, ଜାଲ ଆଧାର, ପ୍ୟାନ କାର୍ଡ ଜବତ କରିଛି ପୋଲିସ । ଏହି ଲୁଟେରା ଗ୍ୟାଙ୍ଗ ଖେଳନା ବନ୍ଧୁକ ଦ୍ଵାରା ଭୟ ସୃଷ୍ଟି କରି ହାଇୱେରୁ ଲୁଟ୍‌ କରୁଥିଲେ । ବିଶେଷ କରି ନିଛାଟିଆ ସ୍ଥାନମାନଙ୍କରେ ଏହି ଡକାୟତି ଗ୍ୟାଙ୍ଗ ସକ୍ରିୟ ରହୁଥିଲେ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.