ETV Bharat / state

ଜଳ କର ନେଉଛନ୍ତି, କେନାଲକୁ ପାଣି ଛାଡ଼ୁ ନାହାନ୍ତି: ହନ୍ତସନ୍ତ ହେଉଛନ୍ତି ଚାଷୀ - କେନାଲରେ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ

କେନାଲ ମରାମତି ଆଳରେ ଖର୍ଚ୍ଚ ହୋଉଛି ଲକ୍ଷାଧିକ ଟଙ୍କା । 10 ବର୍ଷ ହେଲାଣି କେନାଲରେ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

10 ବର୍ଷ ହେଲେ କେନାଲକୁ ଆସୁନି ପାଣି’
10 ବର୍ଷ ହେଲେ କେନାଲକୁ ଆସୁନି ପାଣି
author img

By ETV Bharat Odisha Team

Published : Oct 30, 2023, 8:04 AM IST

କେନାଲ ମରାମତି ଆଳରେ ଖର୍ଚ୍ଚ ହୋଉଛି ଲକ୍ଷାଧିକ ଟଙ୍କା, ବିଲକୁ ମାଡୁନି ପାଣି

ନିଆଳି: କେନାଲ ଅଛି କିନ୍ତୁ କେନାଲରେ ପାଣି ନାହିଁ । କେନାଲ ମରାମତି ଆଳରେ ପ୍ରତି ବର୍ଷ ବ୍ଯୟ ବରାଦ ହେଉଛି ସରକାରୀ ଅର୍ଥ। ସରକାରୀ ଅର୍ଥରେ କେନାଲର ଉଭୟ ପାର୍ଶ୍ବରେ କଂକ୍ରିଟ ଢଳେଇ ଓ ତଳେ ପଥର ପ୍ଯାକିଂ ହୋଇଛି ଏବଂ ଘାସ ସଫେଇ ନାଁରେ ବି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ କେନାଲକୁ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ । ଏଭଳି ଚିତ୍ର ଦେଖିବାକୁ ଦେଖିବାକୁ ମିଳିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର କଣ୍ଟାପଡ଼ା ଜଳ ସମ୍ପଦ ବିଭାଗ ଉପଖଣ୍ଡର ଏରଞ୍ଚ ପଞ୍ଚାୟତସ୍ଥିତ ଦହିଖାଇ ସବ୍‌ ମାଇନର କେନାଲ । ଏହି କେନାଲ ବୋତାଖାଲ ପର୍ଯ୍ୟନ୍ତ ଯାଇଛି । ୧୯୭୪ ମସିହାରେ ରାଜ୍ୟ ସରକାର ଏହି କେନାଲ ଖନନ କରିବା ସହିତ ବର୍ଷକୁ ସାରଦ ଏବଂ ଟାଇଚ୍ଯୁଙ୍ଗ ଧାନ ଚାଷ କରିବା ପାଇଁ କେନାଲକୁ ବ୍ଯବହାର କରନ୍ତି ଚାଷୀ ।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଧାନ ଜମି ଉଚ୍ଚରେ ରହିଥିବା ବେଳେ ଦହିଖାଇ ସବ୍‌ ମାଇନର କେନାଲଟି ଧାନ ଜମିଠାରୁ ବହୁ ଖାଲୁଆ ହୋଇ ଖନନ ହୋଇଛି ଫଳରେ ଧାନ ଜମିକୁ ପାଣି ଯିବା ସମ୍ଭବ ନୁହେଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।‌ ପାଖାପାଖି ୩୯ ବର୍ଷ ହେଲାଣି ଦହି ଖାଇ ସବ୍‌ ମାଇନର କେନାଲ ନିର୍ମାଣ ହୋଇଛି ସତ କିନ୍ତୁ ଚାଷୀ ଚାଷ ସମୟର ପାଣି ମୁନ୍ଦେ ପାଉନଥିବା ଅଭିଯୋଗ କରିଛନ୍ତି । କେବଳ ବର୍ଷା ଓ ଲଘୁଚାପ ବର୍ଷା ଉପରେ ନିର୍ଭର କରି ଧାନ ଚାଷ କରୁଥିବା କହିଛନ୍ତି ଚାଷୀ ।

ନାରାୟଣ କର ନାମକ ଚାଷୀ କହିଛନ୍ତି,"କେନାଲ କଂକ୍ରିଟ ଢଳେଇ, ପଥର ପ୍ୟାକିଂ ଓ ଘାସ ସଫେଇ ନାଁରେ କଣ୍ଟାପଡ଼ା ଜଳ ସମ୍ପଦ ଲକ୍ଷାଧିକ ଟଙ୍କା ହରିଲୁଟ୍‌ କରୁଛି । ଦୀର୍ଘ ୧୦ ବର୍ଷ ହେବ ଏରଞ୍ଚ ପଞ୍ଚାୟତର ଏହି ଦହିଖାଇ ସବ ମାଇନର କେନାଲରେ ଆଉ ପାଣି ଆସୁନାହିଁ । ହେଲେ ପ୍ରତ୍ୟେକ ବର୍ଷ ସରକାରଙ୍କୁ ଜଳକର ଦେଉଛନ୍ତି ଚାଷୀ । ଏବେ ଏହି ଦହିଖାଇ ସବ ମାଇନର କେନାଲ ଘାସ ଓ ବୁଦା ଉଠି କେନାଲଟି ତାର ସତ୍ତା ହରେଇବାକୁ ବସିଲାଣି । ଦହିଖାଇ ସବ ମାଇନର କେନାଲ ଏରଞ୍ଚ ଦଧିଭଦ୍ରା କୂଳ ଦେଇ ଗୁହାଳ କୂଳ ଏବଂ ଖରିବିଲ ପର୍ଯ୍ୟନ୍ତ ଯାଇଛି । ଚଳିତ ବର୍ଷ କାଁ ଭାଁ ବର୍ଷା ଯୋଗୁଁ ଏବେ ସୁଦ୍ଧା ଧାନ ଫସଲର ଫୁଲ ଆସିନାହିଁ । ପାଣି ନଆସିଲେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ।"

ଏହା ମଧ୍ୟ ପଢନ୍ତୁ...ଜଳସେଚନ କରିବାକୁ ନାହିଁ ପାଣି, କଣ୍ଟାପଡାରେ ଚାଷୀ ବିକ୍ଷୋଭ

କଟକ ଜିଲ୍ଲାପାଳ, ଜଳ ସମ୍ପଦ ବିଭାଗ ଏବଂ ରାଜ୍ୟ ସରକାର ଦୃଷ୍ଟି ଦେବା ସହିତ କେନାଲ ମରାମତି ଆଳରେ ହୋଇଥିବା ଘୋଟାଲା ଏବଂ କେନାଲର ପୁନଃ ଉଦ୍ଧାର ପାଇଁ ଏରଞ୍ଚ ପଞ୍ଚାୟତର ଚାଷୀମାନେ ଦାବି କରିଛନ୍ତି ।‌ ସେପଟେ ଦହିଖାଇ ସବ ମାଇନର କେନାଲ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଘଟଣାକୁ ନେଇ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.