କଟକ: ଭାରତ ଭଳି ଏକ ଦେଶରେ ସବୁ ଧର୍ମର ଲୋକେ ବସବାସ କରନ୍ତି । ହେଲେ ବିଡ଼ମ୍ବନାର ବିଷୟ, ଗତ କିଛି ବର୍ଷ ହେବ ଆରମ୍ଭ ହୋଇଛି ସାମ୍ପ୍ରଦାୟିକ ଗଣ୍ଡୋଗଳ । ଯାହା ଦେଶର ଅଖଣ୍ଡତା ଓ ଧର୍ମ ନିରପେକ୍ଷତା ଉପରେ ଏକ ବଡ଼ କୁଠାରଘାତ । ଆଜି(ଶନିବାର) ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧୀ ଦିବସ ଅବସରରେ ଦେଶରେ ଅଖଣ୍ଡତା ବଜାୟ ରଖିବା ସହ ସମ୍ପ୍ରଦାୟ ବିରୋଧୀ ଭାବନାକୁ ମୂଳରୁ ନାସ କରିବା ଲାଗି କଟକ SCB ମେଡିକାଲ କଲେଜ ପରିସରରେ ପଥପ୍ରାନ୍ତ ନାଟକ ଆୟୋଜନ କରିଛନ୍ତି ଛାତ୍ର ସଂସଦ ।
ଏହାକୁ ଦେଖିବା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼ । ଏହି ନାଟକରେ ୟୁଜି ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିବା ସହ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଶାତ୍ମବୋଧକ ବାର୍ତ୍ତା ଦେଇଛନ୍ତି । କିପରି ଦେଶରେ ଏହି କଳଙ୍କର ଅଧ୍ୟାୟ ନାଶ ହେବ ସେନେଇ ଏହି ନାଟକରେ ପ୍ରଦର୍ଶିତ ହୋଇଥିଲା । ଦେଶରେ ପୁନଶ୍ଚ ସେହି ସାର୍ବଭୌମତାର ସଠିକ ପ୍ରତିପାଦନ ହେବ ତାକୁ ନେଇ ଏପରି ବାର୍ତ୍ତା ଦେଇଥିବା କହିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ