କଟକ: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ସମ୍ମିଳନୀ କକ୍ଷରେ ବିଧାନସଭା ସଦାଚର କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରଡିସିଙ୍କ ଅଧିନରେ ଥିବା ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ଏ ବୈଠକରେ ଯୋଗ ଦେଇଥିଲେ।
ରୁଲ 47 ଅନୁଯାୟୀ ବିଧାୟକ ଓ ସାଂସଦଙ୍କୁ ସରକାରୀ ଅଧିକାରୀ କିଭଳି ସମ୍ମାନ ଦେଖାଇବେ ଓ ବିଭିନ୍ନ ଚିଠିର ଉତ୍ତର ଦେବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାସହ ବିଧାନସଭା ସ୍ତରରେ ଗୋଟିଏ ଉନ୍ନୟନ କମିଟି ସରକାରଙ୍କ ଦ୍ବାରା କରାଯାଇଥିବା ବେଳେ ବିଧାୟକ ତାହାର ଅଧ୍ୟକ୍ଷ ଅଛନ୍ତି। ଏହି କମିଟି କିଭଳି ତୃଣମୂଳ ସ୍ତରରେ ସଠିକ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ