ETV Bharat / state

କଟକରେ ତାତିରୁ ନାହିଁ ତ୍ରାହି, ମୁକାବିଲା ପାଇଁ ପ୍ରସ୍ତୁତ ସିଏମସି - ସ୍ୱତନ୍ତ୍ର ଜଳଛତ୍ର ସହ ପାନୀୟ ଜଳ ବ୍ୟବସ୍ଥା

ସହରରେ କଲବଲ କରୁଛି ଗ୍ରୀଷ୍ମ ତାତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ମୁକାବିଲା ପାଇଁ ପ୍ରସ୍ତୁତ। ଅଧିକ ପଢନ୍ତୁ

heat wave
heat wave
author img

By

Published : Apr 13, 2023, 4:58 PM IST

କଟକରେ ତାତିରୁ ନାହିଁ ତ୍ରାହି

କଟକ: ରାଜ୍ୟରେ ବଢୁଛି ତାତି । ହଠାତ କରି ରାଜ୍ୟରେ ତାପମାତ୍ରରେ ବୃଦ୍ଧି ଯୋଗୁଁ ଜନସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ । ଆଗକୁ ଆହୁରି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ପକ୍ଷରୁ ପୂର୍ବନୁମାନ କରାଯାଉଛି । ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ସହରରେ ସ୍ଥାନେ ସ୍ଥାନେ ସ୍ୱତନ୍ତ୍ର ଜଳଛତ୍ର ସହ ପାନୀୟ ଜଳ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

କଟକ ସହରରେ ପ୍ରଚଣ୍ଡ ଖରା ହେଉଥିବା ବେଳେ ଦିନ ୧୦ଟା ହେଉ ହେଉ କଟକରେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗୁଛି । ଯାହା ଫଳରେ ଦିନ ସମୟରେ ଘରୁ ବାହାରିବା ବି କଟକବାସୀଙ୍କ ପାଇଁ ମୁସ୍କିଲ ହୋଇ ପଡ଼ୁଛି । ସେହିପରି ଗ୍ରୀଷ୍ମପ୍ରବାହ ସହ ଦୈନିକ ତାପମାତ୍ର ବୃଦ୍ଧି ପାଇବାକୁ ନେଇ କଟକ ମହାନଗର ନିଗମ ଦ୍ବାରା କିଛି ସ୍ଥାନରେ ଜଳ ଛତ୍ର ଖୋଲଯାଇଛି । ଏଥିସହ SCB ମେଡିକାଲ ସମେତ ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଅଂଶୁଘାତ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି CMC କମିଶନର । ଯାହାଦ୍ବାରା ଅଂଶୁଘାତ ଜନିତ ରୋଗୀମାନଙ୍କ ଚିକିତ୍ସା ଶୀଘ୍ର ହୋଇ ପାରିବ ।

ଏହାଛଡା ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀମାନେ ଅଂଶୁଘାତ ରୋଗୀଙ୍କ ପାଇଁ ସଜାଗ ଓ ପ୍ରସ୍ତୁତ ରହିବେ । କଟକର 59ଟି ୱାର୍ଡରେ ଖରା ସମୟରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । ବିଶେଷକରି ବରିଷ୍ଠ ବ୍ୟକ୍ତି ବିଶେଷ ଏହି ସମୟରେ ବେଶି ଅଂଶୁଘାତର ଶିକାର ହୁଅନ୍ତି ସେନେଇ ସବୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରଯାଇଛି । ଏହାସହ କଟକର ବିଭିନ୍ନ ଘରୋଇ ଅନୁଷ୍ଠାନକୁ ମଧ୍ୟ ଜଳଛତ୍ର ଖୋଲିବା ପାଇଁ ନିବେଦନ କରିଛନ୍ତି କମିଶନର । ବିଗତ କିଛି ଦିନ ଧରି କଟକରେ ପ୍ରଚଣ୍ଡ ରୁଦ୍ର ତାପ ଜାରି ରହିଥିବା ବେଳେ ଏହା ଆଗକୁ ଆହୁରି ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି ।

ଖରାରେ ବାହାରକୁ ବାହାରିଲେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ବା କପଡ଼ା ସମେତ ଛତା ଓ କଳା ଚଷମା ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ଖରା ହେବା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାରେ ପଦାକୁ ନଯିବାକୁ କୁହାଯାଇଛି । ଅତି ଜରୁରୀ କାମ ଥିଲେ ହିଁ ବାହାରକୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ବୃଦ୍ଧମାନେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ରହିଛି । ଏହାସହ ବାହାରକୁ ବାହାରିବା ସମୟର ପାଣି ବୋତଲ ଓ ଓଆରଏସ ପାଣି ନେବାକୁ କୁହାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.