ETV Bharat / state

ଆଇପିଏସ ସତୀଶ ଗଜଭିୟେଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି - ଗଜଭିୟେଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି

ସତୀଶ ଗଜଭିୟେ ପଦୋନ୍ନତି ବଢାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଆଇପିଏସ ସତୀଶ ଗଜଭିୟେଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି

author img

By

Published : Dec 8, 2020, 9:14 PM IST

Updated : Dec 8, 2020, 10:15 PM IST

କଟକ: କେନ୍ଦ୍ରାପଡାର ବାବା ସାରଥି ମାମଲାରେ ଆଇପିଏସ ସତୀଶ ଗଜଭିୟେଙ୍କ ସଂପୃକ୍ତି ରହିଥିଲା । ଏହା ସହ କେନ୍ଦ୍ରାପଡାରେ ହୋଇଥିବା ଦଙ୍ଗାରେ ମଧ୍ୟ ସତୀଶଙ୍କର ସୃପୃକ୍ତି ଥିବା ଜଣାପଡିଥିଲା । ସେଥିପାଇଁ ତାଙ୍କ ପଦୋନ୍ନତିକୁ ସ୍ଥଗିତ ରଖାଯାଇଥିଲା । ତେବେ ମଙ୍ଗଳବାର ହାଇକୋର୍ଟ ତାଙ୍କ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଅନୁସାରେ ୨୦୧୫ରେ କେନ୍ଦ୍ରାପଡାରେ ଦଙ୍ଗା ନେଇ ତାଙ୍କ ଉପରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ। ସେବେଠାରୁ ମୁଖ୍ୟଳୟରେ ବସିଥିଲେ ସତୀଶ। ତାଙ୍କର ସମସ୍ତ ପଦୋନ୍ନତି ବି ବନ୍ଦ ହୋଇ ରହିଥିଲା । ୨୦୦୨ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସତୀଶ ଗଜଭିୟେ । ଏଥି ସହ ୨୦୦୭ ମସିହାରେ ମାଲକାନଗିରି ଏସପି ଥିବା ବେଳେ ମାଓବାଦୀକୁ ଧରିବା ନେଇ ହୋଇଥିବା ପୁରସ୍କୃତ ଅର୍ଥ ଘୋଟଲା ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଉପରେ ର୍ଯ୍ୟାନୁଷ୍ଠାନ ହୋଇଥିଲା। ୨୦୦୭ ଜୁଲାଇ ୨୫ ତାରିଖରେ ଶ୍ରୀରାମୁଲୁ ଶ୍ରୀନିବାସ ନାମକ ମାଓବାଦୀ ଗିରଫ ହୋଇଥିଲେ। ଏହି ଗିରଫ ଘଟଣାରେ ଓଡ଼ିଶା ସରକାର ୩ ଲକ୍ଷ ୫୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ। ସେହି ଟଙ୍କାରୁ ୧ ଲକ୍ଷ ୫୫ ହଜାର ୬ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ବାକି ଟଙ୍କା ସ୍ଥାନୀୟ ଇନଫରମରଙ୍କୁ ପ୍ରଦାନ କରାଯାଇଥିଲା।

ତେବେ ପୋଲିସ କର୍ମଚାରୀ ପୁରସ୍କାର ଅର୍ଥ ପାଇ ନଥିବା ଗୃହ ବିଭାଗରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ କରି ୨୦୧୫ ନଭେମ୍ବର ୭ ତାରିଖରେ ସତୀଶ ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ୨୦୦୨ ବ୍ୟାଚର ଆଇପିଏସ ଅଫିସର ସତୀଶ ଗଜଭିୟେ ଏହାକୁ ଚାଲେଞ୍ଜ କରି ପ୍ରଥମେ କଟକ କ୍ୟାଟ ବେଞ୍ଚରେ ପିଟିସନ ଦାୟର କରିଥିବା ବେଳେ ପରେ ଏହି ମାମଲା କ୍ୟାଟର ଦିଲ୍ଲୀ ମୁଖ୍ୟ ବେଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା।

୨୦୧୮ ଅଗଷ୍ଟ ୧୦ ତାରିଖରେ କ୍ୟାଟ ରାୟ ଦେଇ କାର୍ଯ୍ୟାନୁଷ୍ଠାନ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। କ୍ୟାଟଙ୍କ ରାୟ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ ସତୀଶ ଗଜଭିୟେ। ତେବେ ତାଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ ଏହି ମାମଲାରେ ଆଜି ହାଇକୋର୍ଟ ତାଙ୍କ ବ୍ୟାଚର ଆଇପିଏସଙ୍କ ସହ ପଦୋନ୍ନତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 8, 2020, 10:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.