ETV Bharat / state

ପ୍ରବଳ ତାତିରେ ଖୋଲୁଛି ଅଙ୍ଗନବାଡି କେନ୍ଦ୍ର, ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jun 1, 2023, 7:35 PM IST

ପ୍ରବଳ ତାତିରେ ସମସ୍ତ ସ୍କୁଲ ବନ୍ଦ ଥିବା ବେଳେ ଖୋଲୁଛି ଅଙ୍ଗନବାଡି କେନ୍ଦ୍ର । ଏନେଇ ଆସନ୍ତା ୨ ସପ୍ତାହ ମଧ୍ୟରେ ସରକାର ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat

ପ୍ରବଳ ତାତିରେ ଖୋଲୁଛି ଅଙ୍ଗନବାଡି କେନ୍ଦ୍ର

କଟକ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମରେ ସିଝୁଛନ୍ତି ରାଜ୍ୟବାସୀ । ଅସହ୍ୟ ଗରମ ସହ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଯେଉଁ କାରଣରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ଅସହ୍ୟ ତାତିରେ ଖୋଲୁଛି ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡିରେ ଛୁଟି ଘୋଷଣା ପାଇଁ ହାଇକୋର୍ଟରେ ମାମଲା ଦାଖଲ ପରେ ଆସନ୍ତା ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଙ୍ଗନାବାଡ଼ି କେନ୍ଦ୍ରଗୁଡ଼ିକ କିନ୍ତୁ ଛୁଟି ଘୋଷଣା କରିନାହାନ୍ତି ସରକାର । ତେବେ ଅଙ୍ଗନବାଡିରେ ଛୁଟି ଘୋଷଣା ପାଇଁ ହାଇକୋର୍ଟରେ ମାମଲା ଦାଖଲ କରାଯାଇଥିଲା । ହାଇକୋର୍ଟରେ ଦାଖଲ ମାମଲା ଉପରେ ଗୁରୁବାର ଶୁଣାଣି କରି ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆବେଦନକାରୀ ଆବେଦନରେ ଦର୍ଶାଇ ଥିଲେ କି, ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ମେ' ଓ ଜୁନ୍‌ ମାସରେ ସମସ୍ତ ସ୍କୁଲ୍‌ କଲେଜ୍‌ ଛୁଟି କରିଥାଆନ୍ତି । ଚଳିତ ବର୍ଷ ମଧ୍ୟ ସମସ୍ତ ସ୍କୁଲ କଲେଜ ଛୁଟି କରିଛନ୍ତି ରାଜ୍ୟ ସରକାର ।

ଏହା ବି ପଢନ୍ତୁ: +2 ବାଣିଜ୍ୟ ରେଜଲ୍ଟ , ଆଶାଠାରୁ ମିଳିଲା କମ୍ ମାର୍କ !

ମାତ୍ର ଅଙ୍ଗନାବାଡ଼ି କେନ୍ଦ୍ର ଖୋଲା ରହୁଛି । ଛୋଟଛୋଟ ଶିଶୁମାନେ ଅଙ୍ଗନବାଡ଼ି ଯାଉଛନ୍ତି । ଯାହାକୁ ସରକାର ନଜର ଦେଉନାହାନ୍ତି । ଫଳରେ ଅନେକ ଅଘଟଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଯାହାକୁ ନେଇ ଭାରତୀୟ ବିକାଶ ପରିଷଦ ନୟାଗଡ଼ ଶାଖା ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଭି ନରସିଂହ ଏହି ମାମଲାର ଶୁଣାଣି କରି ଆବେଦନକାରୀ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିକଟରେ ପହଞ୍ଚିଥିବା ପିଟିସନ ଉପରେ ୨ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶନାମା ଦେବା ସହିତ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଚନ୍ଦ୍ର ଜେନା ଏହି ମାମଲା ପରିଚାଳନା କରୁଥିଲେ । ସୂଚନାଥାଉ କି ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଟାଣ ଖରା ସହିତ ଅସହ୍ୟ ଗୁଳୁଗୁଳିରେ ଘାଣ୍ଟି ହେଉଛନ୍ତି ଲୋକ । ଯଦିଓ ମଝିରେ ମଝିରେ କାଳବୈଶାଖୀ ହେଉଛି ତାହା ମାତ୍ର ସ୍ବଳ୍ପ ସମୟ ପାଇଁ ଶାନ୍ତି ଦେଉଛି । କାରଣ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ଏବଂ କିଛି କିଛି ସ୍ଥାନରେ ବର୍ଷା ହେଉଛି । ସବୁଠାରୁ ବଡ଼ କଥା ହେଉଛି କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ସମସ୍ୟା ଦେଖା ଦେଉଛି । ଯେଉଁ କାରଣରୁ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହେଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.