ETV Bharat / state

GRP ସ୍ୱାମୀଙ୍କ ପ୍ରତାରଣା, ନ୍ୟାୟ ପାଇଁ ଡିଜିଙ୍କ ଦ୍ବାରସ୍ଥ ହେଲେ ପତ୍ନୀ

author img

By

Published : Jul 17, 2022, 9:38 PM IST

କଟକରେ କାର୍ଯ୍ୟରତ ଜିଆରପି ପୋଲିସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ସ୍ବାମୀ ଅନ୍ୟଜଣେ ମହିଳା କନେଷ୍ଟବଳ ସହିତ ସମ୍ପର୍କରେ ଥିବା ଅଭିଯୋଗ କରିଛନ୍ତି ପତ୍ନୀ । ଅଧିକ ପଢନ୍ତୁ

GRP ସ୍ୱାମୀଙ୍କ ପ୍ରତାରଣା, ନ୍ୟାୟ ପାଇଁ ଡିଜିଙ୍କ ଦ୍ବାରସ୍ଥ ହେଲେ ପତ୍ନୀ
ଜିଆରପି ସ୍ୱାମୀଙ୍କ ପ୍ରତାରଣା, ନ୍ୟାୟ ପାଇଁ ଡିଜିଙ୍କୁ ଭେଟିଲେ ସ୍ତ୍ରୀ

କଟକ: ପୋଲିସ ସ୍ବାମୀଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ ଆଣିଲେ ପତ୍ନୀ । ନିଜ ସଂସାରକୁ ଭାଙ୍ଗି ସହକର୍ମୀ କନଷ୍ଟେବଳଙ୍କ ପ୍ରେମରେ ପାଗଳ ହେଲେ GRP । କଟକ GRPରେ କାର୍ଯ୍ୟରତ କନେଷ୍ଟବଳ ମହମ୍ମଦ ଖୁଦରତ ଅଲ୍ଲୀଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ଶେଷ ନ୍ୟାୟ ଆଶା ନେଇ ପୋଲିସ ଡିଜିଙ୍କ ଦ୍ବାରସ୍ଥ ହୋଇଛନ୍ତି ଖୁଦରତ ଅଲ୍ଲୀଙ୍କ ପତ୍ନୀ ।

GRP ସ୍ୱାମୀଙ୍କ ପ୍ରତାରଣା, ନ୍ୟାୟ ପାଇଁ ଡିଜିଙ୍କ ଦ୍ବାରସ୍ଥ ହେଲେ ପତ୍ନୀ

ଖୁଦରତ ଅଲ୍ଲୀଙ୍କ ପରକୀୟପ୍ରୀତି ବିଷୟରେ ଜାଣିବା ପରେ ପତ୍ନୀ କଟକରେ ଆସି ତାଙ୍କ ସହ ଭଡା ଘରେ ରହିଥିଲେ । କିନ୍ତୁ, ଡ୍ୟୁଟିର ମିଛ ବାହାନା କରି ପତ୍ନୀଙ୍କୁ ଏକୁଟିଆ ଛାଡି ପ୍ରେମିକା ସହିତ ଖୁଦରତ ଅଲ୍ଲୀ ରାତି କାଟୁଥିବା ଅଭିଯୋଗ ହୋଇଛି । GRP ଏସପିଙ୍କ ନିକଟରେ ଏହାର ଅଭିଯୋଗ ପରେ ଏସପିଙ୍କ ତତ୍ତ୍ଵାବଧାନରେ ଉଭୟଙ୍କ କାଉନସେଲିଂ କରାଯାଇଥିଲା । ଆପୋଷ ବୁଝାମଣା ପରେ ଠିକ୍‌ ଚାଲିଥିଲା ସଂସାର ।

ସ୍ଵାମୀର ଭୁଲକୁ ବାରମ୍ବାର କ୍ଷମା ଦେଲା ପରେ ମଧ୍ୟ ସୁଧୁରିଲାନି ସ୍ବାମୀର ପ୍ରକୃତି । ତେବେ ଖୁଦରତ ଅଲ୍ଲୀଙ୍କ ପ୍ରକୃତିରେ କୌଣସି ପରିବର୍ତ୍ତନ ହୋଇନଥିଲା । ପୁଣି ସେହି ପ୍ରେମିକା ସହିତ ସମ୍ପର୍କ ରଖି ପତ୍ନୀଙ୍କ ହାତରେ ଧରାପଡିଥିଲେ । ଅଲ୍ଲୀଙ୍କ ପରିବାର ଲୋକେ ଏକଥାକୁ ନେଇ ଚୁପ୍‌ ରହିବା ପରେ OHRC, ମହିଳା ଥାନା ଇତ୍ୟାଦିର ଦ୍ବାରସ୍ଥ ହୋଇଥିଲେ ପତ୍ନୀ । କେହି ନଶୁଣିବାରୁ ଅଦାଲତରେ ଦ୍ବାରସ୍ଥ ହେଲେ । ବିଚାର ପକ୍ରିୟା ଆରମ୍ଭ ହୋଇଛି । ହେଲେ ନିୟମ ଅନୁଯାୟୀ, ଚାକିରିରୁ ନିଲମ୍ବନ କରାଯିବା କଥା । ମାତ୍ର ପୋଲିସ ବିଭାଗ ନିଜ କର୍ମଚାରୀ ପାଇଁ କୋହଳ ମନୋବୃତ୍ତି ପୋଷଣ କରିଥିବାର ଅଭିଯୋଗ ଆଣିଛନ୍ତି ମହିଳା । ତେବେ ଆଜି DGPଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ପୀଡିତା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.