ETV Bharat / state

ସାବଧାନ ! ସହରରେ ମାତିଛନ୍ତି ଭଣ୍ଡବାବା-ମାତା ଗ୍ୟାଙ୍ଗ, ଟିକେ ଅସାବଧାନତା ରହିଲେ ଲୁଟର ହେବେ ଶିକାର

author img

By

Published : Feb 21, 2023, 9:01 PM IST

ସହରରେ ମାତିଛନ୍ତି ଭଣ୍ଡବାବା ଓ ମାତା । ନିଃସନ୍ତାନ ମହିଳାଙ୍କୁ ଟାର୍ଗେଟ କରି ଲୁଟୁଛନ୍ତି ଟଙ୍କା । କଟକରେ ସନ୍ତାନ କରାଇ ଦେବା ନେଇ ଜଣେ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ସହରରେ ମାତିଛନ୍ତି ଭଣ୍ଡବାବା ଓ ମାତା
cuttack police arrests fraud baba
ସନ୍ତାନ କରାଇ ଦେବାକୁ କହି ଦମ୍ପତିଙ୍କ ଠାରୁ 3 ଲକ୍ଷ ଠକେଇ

କଟକ: ସାବଧାନ ! ସହରରେ ମାତିଛନ୍ତି ଭଣ୍ଡାବାବା ! କେବଳ ଭଣ୍ଡାବାବା ନୁହଁନ୍ତି ବରଂ ଏଭଳି ନକଲି ମାତା ବି ସହରରେ ବୁଲୁଛନ୍ତି । ବିଶେଷକରି ଯେଉଁ ମାନଙ୍କର ସନ୍ତାନ ସନ୍ତତି ହେଉ ନଥିବ ,ସେମାନଙ୍କୁ ହିଁ ସେମାନେ ଟାର୍ଗେଟ କରୁଛନ୍ତି । ମିଛ କଥା କହି ପୂଜାପାଠ ଆଳରେ ଲୁଟୁଛନ୍ତି ପୁଳାପୁଳା ଟଙ୍କା । ଏଭଳି ଏକ ଭଣ୍ଡାବାବା ଓ ମାତା ଗ୍ରୁପ ସହରରେ ମାତିଛନ୍ତି । ନିରୀହ ଲୋକଙ୍କୁ ଜାଲରେ ଫସାଇ ଟଙ୍କା ଲୁଟୁଛନ୍ତି । ଆଉ ଲୋକମାନେ ମଧ୍ୟ ଏହା ଉପରେ ଭରସା କରି ଠକାମୀର ଶିକାର ହେଉଛନ୍ତି ।

କଟକ ବଦାମବାଡ଼ି ଥାନା ଅଞ୍ଚଳରେ ଏନେଇ ଏକ ଅଭିଯୋଗ ଆସିବା ପରେ ଘଟଣାର ପର୍ଦ୍ଦାଫାସ ହେବାର ଲାଗିଛି । ସୋମବାର ଜଣେ ଭଣ୍ଡାବାବାକୁ ଗିରଫ କରିଛି ପୋଲିସ । ତେବେ କେବଳ ଜଣେ ନୁହେଁ ବରଂ ଅନେକ ଠକ ଏଥିରେ ସାମିଲ ଥିବା ନେଇ ସୂଚନା ମିଳିଛି । ନକଲି ମହିଳା ମାତା ବି ଏଥିରେ ସାମିଲ ଅଛନ୍ତି । ବିଶେଷ କରି ନିଃସନ୍ତାନ ମହିଳା ମାନଙ୍କୁ ଟାର୍ଗେଟ କରୁଛନ୍ତି । "ଆପଣଙ୍କର ଯଦି ସନ୍ତାନ ହେଉ ନାହିଁ ! ଚିନ୍ତା କରନ୍ତୁ ନାହିଁ। ମୁଁ ଏମିତି ମନ୍ତ୍ର କରିବି ଆପଣଙ୍କର ଶତ ପ୍ରତିଶତ ପିଲା ହେବ।" ଏଭଳି ଭଣ୍ଡାଇ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଯାଜପୁରର ଜଣେ ଯୁବକ । ନିଜକୁ ବାବା ପରିଚୟ ଦେଇ ଅନେକ ଲୋକଙ୍କୁ କଳାକନା ବୁଲାଉଥିଲା ଭଣ୍ଡବାବା । ତେବେ କଟକର ଜଣେ ବ୍ୟକ୍ତିଙ୍କୁ ଏପରି କହି ଲକ୍ଷାଧିକ ଟଙ୍କା ଚଳୁ କାରିବା ପରେ ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ଅଭିଯୋଗରେ ସମ୍ପୃକ୍ତ ଭଣ୍ଡାବାବାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ହୋଇଥିବା ସମ୍ପୃକ୍ତ ଭଣ୍ଡବାବାର ନାଁ ସିଦ୍ଧାର୍ଥ ସାମନ୍ତରାୟ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପୃକ୍ତ ବ୍ୟକ୍ତିର ଘର ଯାଜପୁର ବୋଲି ଜଣା ପଡିଛି । ସ୍ଥାନୀୟ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା ମୁତାବକ, ଉକ୍ତ ବ୍ୟକ୍ତି ଜଣକ ନିଜକୁ ଜଣେ ସିଦ୍ଧ ପୁରୁଷ ବୋଲି ପରିଚୟ ଦେଉଥିଲା । ସେ ପୂଜା ପାଠ ମାଧ୍ୟମରେ ନିଃସନ୍ତାନ ମହିକାଙ୍କ ସନ୍ତାନ କରାଏ ବୋଲି ଦାବି କରୁଥିଲା । ଏହିଭଳି କହି କଟକ ବାଦାମବାଡ଼ି ଝାଞ୍ଜିରମଙ୍ଗଳା ଅଞ୍ଚଳର ବାସିନ୍ଦା ସଂଗ୍ରାମ ଦାସ ଓ ତାଙ୍କ ପତ୍ନୀଙ୍କୁ ଠକେଇ କରିଥିଲା । ପୂଜା ପାଠ ଏବଂ ଆୟୁର୍ବେଦିକ ଔଷଧ ବାବଦରେ ଉକ୍ତ ଦମ୍ପତିଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ 3 ଲକ୍ଷ 90 ହଜାର ଟଙ୍କା ଠକେଇ କରିଥିଲା । ଏନେଇ ସଂଗ୍ରାମ ବାଦାମବାଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିଦ୍ଧାର୍ଥକୁ ଗିରଫ କରିଛି ।

ସବୁଠାରୁ ବଡ଼ କଥା ହେଉଛି ସିଦ୍ଧାର୍ଥ ଜଣେ ଅଭ୍ୟାସଗତ ଠକ । ଏଭଳି ଅଭିଯୋଗ ତା ନାଁରେ ପୂର୍ବରୁ ଅନେକ ଥାନାରେ ରହିଛି । ବିଭିନ୍ନ ଆଳ ଦେଖାଇ ନିରୀହ ଲୋକଙ୍କୁ ଠକେଇ କରିଥିବା ଜଣା ପଡିଛି । ଏପରିକି ସିଦ୍ଧାର୍ଥ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ଏକ ମାମଲା ଥିବା ଜଣାପଡିଛି । ଗିରଫ ଯୁବକ ନିକଟରୁ ଏକ ପିତ୍ତଳ ମୂର୍ତ୍ତୀ ଜବତ କରିଛି ପୋଲିସ । ସେହି ମୂର୍ତ୍ତୀକୁ ପୂଜା କରି ସମସ୍ତଙ୍କ ବିଶ୍ୱାସ ଜିଣିବାକୁ ଚେଷ୍ଟା କରୁଥିଲା । ବିଶେଷ କରି ପୂଜା ପାଠ କରିବା ଆଳରେ ବି ସେ ଟଙ୍କା ଲୁଟି ନେଇଥାଏ । ପୋଲିସକୁ ଚକମା ଦେବା ପାଇଁ ବିଭିନ୍ନ ସ୍ଥାନ ବୁଲି ବୁଲି ଏପରି କରିଥାଏ । ଖାଲି କଟକ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲା ଯାଇ ଏପରି ଠକୁଥିବା ପୋଲିସ ସୂଚନା ଦେଇଛି ।

ସାଧୁବାବା ପରି ବେଶ ପୋଷାକ ପରିଧାନ କରି ପ୍ରଥମେ ଭଲ ଶ୍ଳୋକ ବୋଲିଥାଏ । ପରେ ସେ ଲୋକଙ୍କ ଦୁଃଖ ପଚାରି ବୁଝି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପୂଜାପାଠ କରାଇବା ବାହାନାରେ ଲୋକଙ୍କ ଠାରୁ ଟଙ୍କା ଲୁଟିଥାଏ । ତେବେ ଲୋକମାନେବି ଏପରି କଥା ଉପରେ ବିଶ୍ୱାସ କରିବା ଅନୁଚିତ । ତେଣୁ ଏସବୁକୁ ବିଶ୍ୱାସ ନକରି ଡାକ୍ତର ପରାମର୍ଶ ନେବାପାଇଁ ଏସିପି ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.