ETV Bharat / state

କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟରରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ - କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ

ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ ହୋଇ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା ଅଗ୍ନିଶମ ବିଭାଗ । ରାଜ୍ୟରେ ଥିବା ସମସ୍ତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ଗୁଡିକରେ ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ଅଗ୍ନିଶମ ବିଭାଗ ଡ଼ିଜି ନିର୍ଦ୍ଦେଶ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ଼ ହସ୍ପିଟାଲ ଓ କେୟାର ସେଣ୍ଟରରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ସଦୃଢ଼ କର

author img

By

Published : Aug 6, 2020, 8:49 PM IST

କଟକ: ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ ହୋଇ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା ଅଗ୍ନିଶମ ବିଭାଗ । ରାଜ୍ୟରେ ଥିବା ସମସ୍ତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ଗୁଡିକରେ ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ଅଗ୍ନିଶମ ବିଭାଗ ଡ଼ିଜି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ଗୁଡିକର ଅଗ୍ନି ନିରାପତ୍ତା ଯାଞ୍ଚ ସହ କୌଣସି ବ୍ୟତିକ୍ରମ ଥିଲେ ତାହାକୁ ତୁରନ୍ତ ସୁଧାରିବା ପାଇଁ ସମ୍ପୃକ୍ତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର କର୍ତ୍ତୃପକ୍ଷଙ୍କୁ କୁହାଯିବ ।

କୋଭିଡ଼ ହସ୍ପିଟାଲ ଓ କେୟାର ସେଣ୍ଟରରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ସଦୃଢ଼ କର
କୋଭିଡ଼ ହସ୍ପିଟାଲ ଓ କେୟାର ସେଣ୍ଟରରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ସଦୃଢ଼ କର

ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି । ସେପଟେ ଅଗ୍ନିଶମ ମୁଖ୍ୟଳୟରୁ ନିର୍ଦେଶନମା ଅନୁସାରେ ଗୁରୁବାର ଅପରାହ୍ନରେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି ଅଗ୍ନିଶମ ଅଧିକାରୀ । ଏହି ଯାଞ୍ଚ ସମୟରେ ହସ୍ପିଟାଲ ଗୁଡିକରେ ନିଆଁ ଲିଭାଯନ୍ତ୍ର ଅଛି ବା ନାହିଁ, ଯଦି ଅଛି ତେବେ ସେଗୁଡିକ ଚଲାଇବା ପାଇଁ ହସ୍ପିଟାଲ କର୍ମଚାରୀଙ୍କ ଦକ୍ଷତା, ହସ୍ପିଟାଲର ପ୍ରବେଶ ଓ ପ୍ରସ୍ଥାନ ପଥ, ବିଦ୍ୟୁତ ତାରର ସ୍ଥିତି ଇତ୍ୟାଦିର ଯାଞ୍ଚ କରାଯାଇଛି । ତେବେ ହସ୍ପିଟାଲରେ ସମସ୍ତ ପ୍ରକାରର ଅଗ୍ନୀ ନିରାପତ୍ତା ବ୍ୟବସ୍ଥା କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.