କଟକ: ବଜ୍ରକବାଟି ରୋଡରେ ଥିବା BSNL (ବିଏସଏନଏଲ) ଅଫିସରେ ଅଗ୍ନିକାଣ୍ଡ । କାର୍ଯ୍ୟାଳୟର ତୃତୀୟ ମହଲାରେ ଅଗ୍ନିକାଣ୍ଡ କାରଣରୁ ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ପ୍ରିନ୍ସିପାଲ ମ୍ୟାନେଜର ।
ଖବର ପାଇ 10ଟି ଅଗ୍ନିଶମ ଗାଡିରେ 60ରୁ ଉର୍ଦ୍ଧ୍ବ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସେପଟେ କଟକ ସହରରେ ବିଏସଏନଏଲ ସେବା ଠପ୍ ହୋଇପଡିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ