ETV Bharat / state

ବିଷ ବଳୟରେ କଟକ, ଗୋଦାମରୁ ନକଲି ଗୁଣ୍ଡି ଜବତ

author img

By

Published : Jan 15, 2021, 1:09 PM IST

Updated : Jan 15, 2021, 7:28 PM IST

ସିଲଭର ସିଟିରେ କଳଙ୍କ ଲଗାଉଛି ନକଲି କାରଖାନା । ଦିନକୁ ଦିନ ନକଲି ଜିନିଷ ତିଆରି ଗୋଦାମକୁ ଠାବ କରିବାରେ ଲାଗିଛି ପୋଲିସ । ଏଥର ନକଲି ଗୁଣ୍ଡି ଗୋଦାମ ଠାବ କରିଛି ପୋଲିସ । ଅଧିକ ପଢନ୍ତୁ...

duplicate Tobacco Manufacturing Unit Busted in cuttack
ନକଲି ସାମଗ୍ରୀ କବଜାରେ କଟକ, 10 କ୍ବିଣ୍ଟାଲ ଭେଜାଲ ଗୁଣ୍ଡି ଜବତ

କଟକ: ସିଲଭରସିଟି ପାଲଟିଛି ନକଲି ସାମଗ୍ରୀର ଗନ୍ତାଘର। ପୂର୍ବରୁ ଘିଅ ତେଲ ମସଲା ସୋୟବିନ ପରେ ଆଜି ଜବତ ହୋଇଛି କୁଇଣ୍ଟାଲ କୁଇଣ୍ଟାଲ ଗୁଣ୍ଡି । ସଦର ଥାନା ଅଧିନରେ ଥିବା ସାଷୋଳ ଗ୍ରାମର 3 ଟି ଗୋଦାମ ରୁ ଜବତ ହୋଇଛି ବିପୁଳ ପରିମାଣର ଗୁଣ୍ଡି । ପ୍ୟାକେଟରେ ଅସଲି ଫଟୋ ଲଗାଇ ବିକ୍ରି ହେଉଛି ନକଲି ସମଗ୍ରୀ ।

କଟକ ସଦର ଥାନା ଅଧୀନରେ ଥିବା ସାଷୋଳ ଗ୍ରାମର 3 ଟି ଗୋଦାମରେ ଅନେକ ବର୍ଷ ଧରି ବ୍ୟବସାୟ କରି ଆସୁଥିବା ଏହି ଗୋଦାମ ଏବେ ପୋଲିସ ପଞ୍ଝାରେ । ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଏହି ଗୁଣ୍ଡିରେ ମିଶୁଥିଲା ଶୁଖିଲା ପତ୍ର , ଇଟା ଗୁଣ୍ଡ , କାଠ ଗୁଣ୍ଡ ଇତ୍ୟାଦି। ତେବେ କମିଶନରେଟ ପୋଲିସର ଏହି 24 ତମ ରେଡ଼ ଆସିଛି ଗୁଣ୍ଡିର ଚିତ୍ର। ଅନ୍ୟପଟେ ଏହି ଘଟଣା ସିଲଭରସିଟିରେ ବଢାଇଛି ଚିନ୍ତା । କାରଣ ଅନେକ ଲୋକ ପାନରେ ଗୁଣ୍ଡି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ଚିତ୍ର ଦେଖିଲା ପରେ ଲୋକଙ୍କ ମନରେ ଭୟ ପଶିବା ସ୍ବାଭାବିକ । କାରଣ ଏଥିରେ ମିଶୁଛି ଅନେକ କେମିକାଲ ଓ ବିଭିନ୍ନ ନକଲି ସାମଗ୍ରୀ । ଯାହା ସ୍ପଷ୍ଟ କରୁଛି ମଣିଷ ଶରୀର ପ୍ରତି ଏହା କେତେ କ୍ଷତିକାରକ ।

ସିଲଭରସିଟିରେ କଳଙ୍କ ସାଜିଛି ନକଲି କାରଖାନା । ଏଯାବତ୍ ଅନେକ ନକଲି କାରଖାନା ଠାଵ କରି ସାରିଲାଣି କମିଶନରେଟ ପୋଲିସ । ତେବେ ଏପରି ନକଲି କାରଖାନାଗୁଡିକର ଚେର କେତେ ଲମ୍ବିଛି ତାହାକୁ ନେଇ ଲୋକଙ୍କ ମନରେ ଛନକା ପଶିବା ସହ ଖାଉଟିଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ ପ୍ରଶ୍ନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 15, 2021, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.