ETV Bharat / state

Doctor Subhashree death: ମାମଲା ରବ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୁରୁଷ ବନ୍ଧୁ

author img

By

Published : Jan 21, 2023, 1:01 PM IST

Updated : Jan 21, 2023, 2:44 PM IST

ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣା । ମାମଲା ରବ୍ଦ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ପୁରୁଷ ବନ୍ଧୁ । ଅଧିକ ପଢନ୍ତୁ

ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣା
ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣା

କଟକ: ଯୋଡ଼ାରେ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣା । ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପୁରୁଷ ବନ୍ଧୁ । ଡାକ୍ତରାଣୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ବିରୁଦ୍ଧରେ ଯୋଡା ଥାନାରେ ମାମଲା ରୁଜୁ ହୋଇଛି । ମୃତ ଡାକ୍ତରାଣୀଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ଏବେ ଏହି ମାମଲାକୁ ଖାରଜ ଓ ତାଙ୍କୁ ଜାମିନ ପାଇଁ ପୁରୁଷ ବନ୍ଧୁ ହାଇକୋର୍ଟରେ ଦ୍ଵାରସ୍ଥ ହୋଇଥିବା ଜଣାପଡିଛି ।

ଡାକ୍ତରାଣୀ ଶୁଭଶ୍ରୀଙ୍କ ମୃତ୍ୟୁ ବିଷପାନ ଜନିତ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରାରୁ ସ୍ପଷ୍ଟ ହୋଇଛି । ଶୁଭଶ୍ରୀଙ୍କ ପରିବାର ଲୋକ ପୁରୁଷ ବନ୍ଧୁଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେଣୁ ଏହି ମାମଲା ରବ୍ଦ ପାଇଁ ସେ ହାଇକୋର୍ଟରେ ଆବଦେନ କରିଛନ୍ତି ।

ଚାରିଆଡେ ଇଂରାଜୀ ନବ ବର୍ଷ ଧୁମଧାମରେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଥିଲା । ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ଘର କଟକ ଜିଲ୍ଲା ନିଆଳିରେ । ସରକାରଙ୍କ ନିରାମୟ ଯୋଜନାରେ ଯୋଡା ପୌରାଞ୍ଚଳର ବନେଇକଳା ଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ କାର୍ଯ୍ୟରତ ଥିଲେ । ଡାକ୍ତରାଣୀ ସ୍ୱାସ୍ଥ୍ୟକେନ୍ଦ୍ରର ଉପର ମହଲାରେ ରହୁଥିବା ବେଳେ ଜାନୁୟାରୀ ୨ ତାରିଖ ଦିନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ନଥିଲେ। ରୁମ୍ ଭିତରୁ ତାଙ୍କର କୌଣସି ସ୍ବର ଶବ୍ଦ ନଶୁଣାଯିବାରୁ ସନ୍ଧ୍ୟାରେ ସହକର୍ମୀମାନେ ଯୋଡା ଥାନାକୁ ଖବର ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ବର୍ଷାଙ୍କ ବିରୋଧରେ କିଏ ରଚୁଛି ଷଡ଼ଯନ୍ତ୍ର, ତଦନ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହାପରେ ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କୁ ଖଟ ଉପରେ ପଡିଥିବା ପାଇଥିଲେ । ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝିଅର ମୃତ୍ୟୁ ପାଇଁ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନଙ୍କ ବିରୁଦ୍ଧରେ ଶୁଭଶ୍ରୀଙ୍କ ବାପା ଯୋଡା ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରି ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ଦିବ୍ୟରଞ୍ଜନଙ୍କ ପରିବାର ଲୋକେ କହିଥିଲେ ।

ତେବେ ଭିସେରାରୁ ଡାକ୍ତରାଣୀଙ୍କ ବିଷପାନ ଜନିତ ମୃତ୍ୟୁ ଜଣାପଡିବା ପରେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ । ଏହି ମାମଲା ଖାରଜ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jan 21, 2023, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.