କଟକ: ଜିଲ୍ଲାରୁ ପୁଣି ଚିହ୍ନଟ ହୋଇଛନ୍ତି କୋରୋନା ଆକ୍ରାନ୍ତ । ଶୁକ୍ରବାର ନୂଆ ୫୦ ମାମଲା ବାହାରିଛି । ଏଥିରୁ ବଡମ୍ବାରେ ସର୍ବାଧିକ କୋରୋନା ପଜିଟିଭ ସ୍ପଷ୍ଟ ହୋଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କଟକରେ 50 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏଥିରୁ ବଡମ୍ବାରୁ ୩୩ ଚିହ୍ନଟ ହୋଇଛନ୍ତି ।
କଟକ ବଡ ମେଡିକାଲ କ୍ୟାମ୍ପସରୁ ୧୩ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ନିଶ୍ଚିତକୋଇଲି ଏବଂ ଓଡଶପୁରରୁ ଜଣେ ଲେଖାଏଁ କୋଭିଡ୍ ପଜିଟିଭ ବାହାରିଛନ୍ତି । ସେହିପରି କଟକ ମହାନଗର ନିଗମ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ