ETV Bharat / state

ଇଦ ପୂର୍ବରୁ ମସଜିଦ ଯାଇ ସ୍ଥିତି ସମୀକ୍ଷା କଲେ ମେୟର

author img

By

Published : Mar 22, 2023, 9:31 AM IST

ଇଦ ସମୟରେ ଯେପରି ମୁସଲିମ ସମ୍ପ୍ରଦାୟର ଲୋକ ମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେନେଇ କଟକର ସମସ୍ତ ମସଜିଦ ବୁଲି ଦେଖିଲେ ମେୟର ସୁବାସ ସିଂ ଓ କମିଶନର । ଅଧିକ ପଢନ୍ତୁ

cuttack mayor review condition of masjid

କଟକ: ଆଉ କେଇଟା ଦିନ ପରେ ଆସୁଛି ଇଦ । ଏନେଇ ସବୁଆଡେ ଖୁସିର ଲହରୀ । ମୁସଲିମ ଭାଇ ଓ ଭଉଣୀ ଏନେଇ ପ୍ରସ୍ତୁତିରେ ଲାଗିପଡିଲେଣି । ତେଣୁ ଏହି ପବିତ୍ର ପର୍ବ ପୂର୍ବରୁ କଟକର ସମସ୍ତ ମସଜିଦ ବୁଲି ଦେଖିଛନ୍ତି ମେୟର ସୁବାସ ସିଂ ଓ କମିଶନର । ଇଦ ସମୟରେ ଯେପରି ମୁସଲିମ ସମ୍ପ୍ରଦାୟର ଲୋକ ମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେନେଇ ଗତକାଲି ସାହି ମୁରବି ଓ ମସଜିଦ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ମେୟର ଓ କମିଶନର ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତେବେ ସ୍ଥାନୀୟ କର୍ପୋରେଟର ସିଏମସିର ସମସ୍ତ ଅଧିକାରୀ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଓ ଆଲୋକୀକରଣ ୨୪ ଘଣ୍ଟା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ । ସେହିପରି ମୁସଲମାନ ସଂଗଠନ ଓ ବରିଷ୍ଠ ନାଗରିକ ମାନଙ୍କୁ ଖୁବ ଶୀଘ୍ର ଅନ୍ୟାନ୍ୟ ମସଜିଦ ପରିଦର୍ଶନ କରି ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ମେୟର ଓ ସିଏମସି କମିସନର । ତେବେ ଆଜିଠୁ ରମଜାନ ମାସ ଆରମ୍ଭ ହେବାକୁ ଯାଉଛି, ଏହି ସମୟରେ ପରିମଳ, ଲାଇଟ, ଜଳ ଯୋଗାଣ ଇତ୍ୟାଦି ଦିଗ ଗୁରୁତ୍ୱ ବହନ କରେ। କାହିଁକି ନା ମାସ ତମାମ ମସଜିଦରେ ହଜାର ହଜାର ମୁସଲିମ ଭାଇ ମାନେ ନମାଜ ପଢିବା ସହ ରୋଜା ରଖିବେ । ତେଣୁ ଏହାକୁ ନଜର ରଖି କଟକ ମହାନଗର ନିଗମ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଅନ୍ୟପଟେ ମସଜିଦଦ ସମେତ ସହରକୁ କିପରି ଏହି ଇଦ ସମୟରେ ସରସ ସୁନ୍ଦର କରାଯିବ ଏନେଇ ସବୁ ବ୍ଲୁ ପ୍ରିଣ୍ଟ ଶେଷ ହୋଇଛି । କଟକର ବିଶେଷ କରି କଦମ ଏ ରସୁଲ, ଇଦଗା, ଛୋଟି ମସଜିଦ, ବଡି ମସଜିଦ, ପଲଟନ ମସଜିଦ ସୁତାହାଟ, ଓଡ଼ିଆ ବଜାର ମସଜିଦରେ ଚଳିତବର୍ଷ ଇଦ ପର୍ବ ବେଶ ଧୁମଧାମରେ ପାଳନ ହେବ । ସେନେଇ ସମସ୍ତ ମସଜିଦରେ ପ୍ରସ୍ତୁତି ପର୍ଯ୍ୟାୟ ଶେଷରେ ପହଞ୍ଚିଛି । ତେଣୁ ଭାଇଚାରା ସହରରେ ଯେପରି ଦୁର୍ଗା ପୂଜା ସେହିପରି ଇଦ । ସବୁ ପର୍ବକୁ ବେଶ ଆଡ଼ମ୍ବରରେ ପାଳନ କରିବା ନେଇ ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ସେପଟେ ଏହି ଇଦ ପାଳନକୁ ଦୃଷ୍ଟିରେ ରଖି ସହରରେ ପରିମଳ ବ୍ୟବସ୍ଥା ମଧ୍ୟ ସଠିକ ଢଙ୍ଗରେ କରାଯାଇଛି ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.