ETV Bharat / state

ଉଗ୍ର ରୂପ ନେଲା ବାଲିଘାଟ ବିବାଦ, ଗଡ଼ିଲା ମୁଣ୍ଡ

author img

By

Published : Oct 23, 2022, 10:42 PM IST

ବେଆଇନ ବାଲି ଘାଟକୁ ନେଇ ସଂଘବଦ୍ଧ ଆକ୍ରମଣ । ଏହି ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଉଗ୍ର ରୂପ ନେଲା ବାଲିଘାଟ ବିବାଦ, ଗଡ଼ିଲା ମୁଣ୍ଡ
ଉଗ୍ର ରୂପ ନେଲା ବାଲିଘାଟ ବିବାଦ, ଗଡ଼ିଲା ମୁଣ୍ଡ

କଟକ: ବେଆଇନ ବାଲି ଘାଟକୁ ନେଇ ସଂଘବଦ୍ଧ ଆକ୍ରମଣ । ଏହି ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଟାଙ୍ଗୀ ଗୋବିନ୍ଦପୁର ଛକରେ ଥିବା ଏକ ମିଠା ଦୋକାନରେ ବସିଥିବା ଜରିପଡା ପଞ୍ଚାୟତର ହାପି ମହାନ୍ତି ଓ ଦୀପକ ବେହେରାଙ୍କୁ ଏହି ପଞ୍ଚାୟତର ରସିକନଗର ଗ୍ରାମର ବିଜେଡି ନେତା ତଥା ବାଲି ମାଫିଆ ସୁଶାନ୍ତ ବେହେରା ଓରଫ ମିଟୁ ଆକ୍ରମଣ କରିଥିଲେ ।

ସୁଶାନ୍ତଙ୍କ ସହ ପ୍ରାୟ 8 ଜଣ ଯୁବକ ମଧ୍ୟ ମିଶି ହାପି ମହାନ୍ତି ଓ ଦୀପକ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ହାପିଙ୍କର ମୃତ୍ୟୁ ହୋଇଥିବାବେଳେ, ଦୀପକ ଗୁରୁତର ଅଛନ୍ତି । ଏପର୍ଯନ୍ତ ଟାଙ୍ଗୀ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.