ETV Bharat / state

Cyber Fraud: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସ୍ୱରକୁ ନକଲ କରି ଠକେଇ, ଅଭିଯୁକ୍ତ କିନ୍ନରକୁ ବାନ୍ଧିଲା ପୋଲିସ - fraud through call

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅବିକଳ ସ୍ବରରେ କଥା କହି ଠକେଇ କରିଛି ଜଣେ କିନ୍ନର । ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନାକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ଅଧିକ ପଢନ୍ତୁ

cyber crime in cuttack
ସାଇବର ଠକେଇ କରି ବନ୍ଧାହେଲା କିନ୍ନର
author img

By ETV Bharat Odisha Team

Published : Nov 1, 2023, 8:16 PM IST

ସାଇବର ଠକେଇ କରି ବନ୍ଧାହେଲା କିନ୍ନର

କଟକ: ନୂଆ ନୂଆ ଉପାୟରେ ଠକୁଛନ୍ତି ସାଇବର ଠକ । ଲୋକଙ୍କ ଠାରୁ ଟଙ୍କା ହଡପ କରିବା ପାଇଁ ନୂଆ ନୂଆ ପନ୍ଥା ଅବଲମ୍ବନ କରୁଛନ୍ତି । ପ୍ରଥମ ଥର ପାଇଁ ଜଣେ ମନ୍ତ୍ରୀଙ୍କ ସ୍ୱରକୁ ଅବିକଳ କରି ଠକିଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅବିକଳ ସ୍ବରରେ କଥା କହି ଜଣେ ତୃତୀୟଲିଙ୍ଗୀ, ରାଜ୍ୟର ୧୦୦ ଜଣ ଡାକ୍ତର ଓ ହୋଟେଲ ବ୍ୟବସାୟୀଙ୍କ ଠାରୁ ଟଙ୍କା ଠକି ନେବା ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଏଭଳି ଅପରାଧ ଘଟାଇଛି ଅନୁଗୋଳ ଜିଲ୍ଲା କିଶୋରନଗର ଅଞ୍ଚଳର ଏହି ତୃତୀୟଲିଙ୍ଗୀ ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା । ଅଭିଯୁକ୍ତକୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି । ସୁଲଗ୍ନା ଦିଲ୍ଲୀରେ ଥିବା ଏକ ତୃତୀୟଲିଙ୍ଗୀ ସଂଗଠନ ନିକଟରୁ ଠକେଇର ତାଲିମ ନେବା ପରେ ଓଡ଼ିଶାରେ ଗତ ୨ ବର୍ଷ ହେବ ଏଭଳି କାଣ୍ଡ ଘଟାଇ ଆସୁଥିବା ନେଇ କଟକ ସାଇବର ଥାନାଧିକାରୀ କହିଛନ୍ତି ।

ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି, "ବିଭିନ୍ନ ଲୋକଙ୍କ କଣ୍ଠସ୍ୱରକୁ ନକଲ କରିବା କଳା ଜାଣିଥିବା ସୁଲଗ୍ନା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅବିକଳ ସ୍ବରରେ କଥା ହୋଇ କଟକ ଏକ ପ୍ରତିଷ୍ଠିତ ହସ୍ପିଟାଲର ମାଲିକଙ୍କ ଠାରୁ 45 ହଜାର 500 ଟଙ୍କା ଠକେଇ କରିଛି । ଏହି ଘଟଣାକୁ ନେଇ ଏବେ ରାଜ୍ୟ ସାରା ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିଯୁକ୍ତ ସୁଲଗ୍ନାକୁ କଟକ ସାଇବର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ତା ନିକଟରୁ ୨ଟି ମୋବାଇଲ୍ ଫୋନ, ୨ ଟି ଜାଲ୍‌ ସିମକାର୍ଡ, ବ୍ୟାଙ୍କ ଆକାଉଣ୍ଟରେ ଥିବା ୪୬ ହଜାର ୫୦୦ ଟଙ୍କା ଜବତ ହୋଇଛି । ସୁଲଗ୍ନାର ଆକାଉଣ୍ଟ ବ୍ଲକ ହୋଇଯାଇଥିବା ଆଳ ଦେଖାଇ କିଛି ଦିନ ପାଇଁ ସାଧାରଣ ଲୋକଙ୍କ ଆକାଉଣ୍ଟ ଆଣି ସେ ଠକେଇ ଟଙ୍କା ଜମା କରୁଥିଲା । ପରେ ଏହାକୁ ଉଠାଇ ନେଉଥିଲା । ଏହିଭଳି ୫୩ଟି ଆକାଉଣ୍ଟକୁ ଠାବ ହୋଇଛି ।"

ଏହା ବି ପଢନ୍ତୁ...ଫେକ୍ ଆଇଡିରେ ଯୁବତୀ ସାଜି ଇଞ୍ଜିନିୟରଙ୍କୁ ପ୍ରେମ, ସାଇବର ଠକକୁ ବାନ୍ଧିଲା ପୋଲିସ

ସେ ଆହୁରି ମଧ୍ୟ କହିଛନ୍ତି, "କଟକ ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲର ମ୍ୟାନେଜରଙ୍କୁ ନିଜକୁ କୃଷି ମନ୍ତ୍ରୀ ପରିଚୟ ଦେଇ ଫୋନରେ କଥା ହୋଇ ଥିଲା ସୁଲଗ୍ନା । ଏହା ପରେ ନିଜ କଣ୍ଠ ସ୍ୱରକୁ ପରିବର୍ତ୍ତନ କରି ନିଜକୁ ମା' ଶିବାନୀ ଦୁର୍ଗା ପରିଚୟ ଦେଇ ସମ୍ପୃକ୍ତ ମହିଳା ହସ୍ପିଟାଲ ମାଲିକଙ୍କୁ ଏକ ହୋମ ଯଜ୍ଞ ବାବଦରେ ୩୧ କେଜି ଘିଅର ଆବଶ୍ୟକତା ଥିବା କହି ୪୬ ହଜାର ୫୦୦ ଟଙ୍କା ଫୋନ୍ ପେ ନମ୍ବରରେ ଦେବାକୁ କହିଥିଲା । ହସ୍ପିଟାଲ ମାଲିକ ଏହି ଟଙ୍କା ତାଙ୍କ ନିକଟକୁ ପଠାଇ ଦେଇଥିଲେ । ପରେ କିନ୍ତୁ ଏହା ସାଇବର ଠକଙ୍କ ନମ୍ବର ବୋଲି ସେ ଜାଣିବାକୁ ପାଇଥିଲେ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.