ETV Bharat / state

ସିଏମ୍‌ସିରେ ଚାଲିଛି ବଡ଼ ଦୁର୍ନୀତି ! ମେୟରଙ୍କୁ ଟାର୍ଗେଟ୍‌ କରି ବର୍ଷିଲେ ମୋକିମ - ବାରବାଟୀ ବିଧାୟକ ମହମ୍ମଦ ମୋକିମ

ସିଏମ୍‌ସିରେ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକୁ ନେଇ ମେୟର ସୁବାସ ସିଂ ଓ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି । ପ୍ରକଳ୍ପ ଗୁଡ଼ିକୁ ଟେଣ୍ଡର ବଦଳରେ କର୍ପୋରେସନ ଜରିଆରେ କରାଯାଉଥିବାରୁ ବର୍ଷିଛନ୍ତି ବିଧାୟକ ମୋକିମ୍‌ । ଅଧିକ ପଢ଼ନ୍ତୁ

ସିଏମ୍‌ସିରେ ଚାଲିଛି ବଡ଼ ଦୁର୍ନୀତି !
ସିଏମ୍‌ସିରେ ଚାଲିଛି ବଡ଼ ଦୁର୍ନୀତି !
author img

By

Published : Jul 12, 2023, 9:46 PM IST

ସିଏମ୍‌ସିରେ ଚାଲିଛି ବଡ଼ ଦୁର୍ନୀତି !

କଟକ: ସିଏମ୍‌ସି ମେୟର ଓ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ । ପ୍ରାୟ ଶହେ କୋଟି ଟଙ୍କା ବ୍ୟୟ ଅଟକଳରେ ସହରରେ ଆରମ୍ଭ ହେବାକୁ ଥିବା ଉନ୍ନତିମୂଳକ ପ୍ରକଳ୍ପକୁ ଟେଣ୍ଡର ବଦଳରେ କର୍ପୋରେସନ ଜରିଆରେ କରାଯାଉଥିବାରୁ ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ନେତା । ବିଶେଷ କରି ଏହି ପ୍ରକଳ୍ପ ଗୁଡ଼ିକର ଯଥାର୍ଥତା ବାବଦରେ ମୁଖ୍ୟ ଶାସନ ସଚିବଙ୍କୁ ମୋକିମ ଚିଠି ଲେଖିବା ପରେ ଉଭୟଙ୍କ ଭିତରେ ତିକ୍ତତା ବୃଦ୍ଧି ପାଇଛି । ସମସ୍ତ କାର୍ଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରୀ ନିୟନ୍ତ୍ରଣାଧିନ ସଂସ୍ଥା ଗୁଡ଼ିକ ଦ୍ବାରା କରାଯାଉଛି । ତେଣୁ ପ୍ରକଳ୍ପ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ କରାଯାଉଥିବା ମେୟର କହିଥିଲେ । ସେପଟେ ଏହାର ଜବାବ ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ ।

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ଦୁର୍ନୀତି କରିବା ପାଇଁ ହିଁ ଟେଣ୍ଡର ବଦଳରେ କର୍ପୋରସନ ଗୁଡ଼ିକ ଦ୍ବାରା କାମ କରାଯାଉଛି । ଏହି ଦୁର୍ନୀତିରେ ମେୟରଙ୍କ ପିସି ବା କମିସନ ସାମିଲ ରହିଛି ।" କେବଳ ସେତିକି ନୁହେଁ, 'ଠାକୁର ଘରେ କିଏ, ନା କଦଳୀ ଖାଉଛି ମୁଁ' କହି ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ମୋକିମ । ତେବେ ଆଗକୁ ଏହାର ପର୍ଦ୍ଦାଫାସ୍‌ କରାଯିବ ବୋଲି ମଧ୍ୟ ମୋକିମ କହିଛନ୍ତି । ପୂର୍ବରୁ ୧୫୫ କୋଟି ଟଙ୍କା ଅଟକଳର ୭୨ଟି ପ୍ରକଳ୍ପକୁ ବିନା ଟେଣ୍ଡରରେ ସରକାରୀ ଠିକା ସଂସ୍ଥା ଗୁଡିକୁ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ । ଏହାର ଜବାବରେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଅବାସ୍ତବିକ ଓ ତଥ୍ୟ ବିହୀନ ବୋଲି କହିଥିଲେ କଟକ ମେୟର ସୁବାସ ସିଂ ।

ଏହା ମଧ୍ୟ ପଢ଼ନ୍ତୁ...ସିଏମସି ଟେଣ୍ଡର, ମୋକିମ ଦେଉଛନ୍ତି ବିଭ୍ରାନ୍ତିକର ମନ୍ତବ୍ୟ: ମେୟର

ମେୟରଙ୍କ କହିବା ଅନୁସାରେ, "କଟକ ମହାନଗର ନିଗମ ଅଞ୍ଚଳରେ ୭୨ଟି ନୂତନ ପ୍ରକଳ୍ପ, ବସଷ୍ଟାଣ୍ଡ, ବାରବାଟୀ ଷ୍ଟାଡିୟମ ନିକଟରେ ଫୁଡ୍‌ ପାର୍କ, ଉନ୍ନତମାନର ଶୌଚାଳୟ, ବସ୍ତି ଅଞ୍ଚଳରେ ଉଚ୍ଚ ମାନର ଲାଇବ୍ରେରୀ, ପାର୍କ, ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ପ୍ରଭୃତି କାର୍ଯ୍ୟ ସରକାରୀ ଅନୁମୋଦିତ ସଂସ୍ଥା, ବିଶେଷ କରି ପୋଲିସ ହାଉସିଂ କର୍ପୋରେସନ୍‌କୁ ୬୦ କୋଟି ଟଙ୍କାର ୧୧ଟି ପ୍ରକଳ୍ପ କାର୍ଯ୍ୟ କରିବାକୁ ଦିଆଯାଇଛି । ତେବେ ସମସ୍ତ କାର୍ଯ୍ୟ କାଉନ୍‌ସିଲ ଓ ସମସ୍ତ କମିଟିର ଅନୁମୋଦନ କ୍ରମେ କରାଯାଇଛି । ଏହି କାର୍ଯ୍ୟ ପାଇଁ ୧୪ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ମୋକିମ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ।" ବିଧାୟକ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ଅଭିଯୋଗ କରିଥିଲେ ଭଲ ହୋଇଥାନ୍ତା ବୋଲି ଗତକାଲି ମୋକିମଙ୍କୁ ଟାର୍ଗେଟ କରିଥିଲେ ସୁବାସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.