ETV Bharat / state

ରାତି ପାହିଲେ ବାଲିଯାତ୍ରା, ଏଥର ଜଳକ୍ରୀଡା ସାଙ୍ଗକୁ ପଥ ଉତ୍ସବ - ଐତିହାସିକ କଟକ ବାଲିଯାତ୍ରା

ରାତି ପାହିଲେ ଉଦଘାଟିତ ହେବ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପଡିଆରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 11, 2019, 7:39 PM IST

Updated : Nov 11, 2019, 11:01 PM IST

କଟକ: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ଉଦଘାଟିତ ହେବ କଟକର ଐତିହାସିକ ବାଲିଯାତ୍ରା । ଲୋକାରଣ୍ୟ ହୋଇ ଉଠିବ ମହାନଦୀ ପଠା । ଏଥିପାଇଁ ପଡିଆରେ ସମସ୍ତ ପ୍ରକାର ପ୍ରସ୍ତୁତି ପହଞ୍ଚିଛି ଶେଷ ପର୍ଯ୍ୟାୟରେ । ଵର୍ତ୍ତମାନ ସୁଦ୍ଧା 70 ପ୍ରତିଶତରୁ ଉର୍ଦ୍ଧ୍ବ ଷ୍ଟଲର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ବାକି 30 ପ୍ରତିଶତ ମଙ୍ଗଳବାର ସକାଳ ସୁଦ୍ଧା ଶେଷ ହୋଇଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମଙ୍ଗଳବାର ଅପରାହ୍ନରେ ଉଦଘାଟିତ ହେବାକୁ ଥିବା ଚଳିତବର୍ଷ ବାଲିଯାତ୍ରାରେ କିଛି ନୂଆ ଦେଖିବାକୁ ପାଇବେ ଦର୍ଶକ । ପ୍ରତିବର୍ଷ ବାଲିଯାତ୍ରାରେ ରାମଦୋଳି, ବ୍ରେକ ଡ୍ୟାନ୍ସ, ରାଉଣ୍ଡିଙ୍ଗ କାର ସହ ଚଟପଟା ଖାଦ୍ୟ ଓ ଘରକରଣା ଷ୍ଟଲର ମଜା ଉଠାଉଥିଲେ ଦର୍ଶକ । ହେଲେ ଚଳିତ ବର୍ଷ ଜିଲ୍ଲାପ୍ରଶାସନ ପକ୍ଷରୁ ବୋଇତ ଯାତ୍ରା, ଜଳକ୍ରୀଡା, ମହାନଦୀ ଆରତୀ, ପଥୋତ୍ସବ ଏବଂ ମୋ ରିକ୍ସାର ଆୟୋଜନ କରାଯାଇଛି । ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ।

କେବଳ ସେତିକି ନୁହେଁ ଏଥର ମେଳାରେ ଷ୍ଟଲ ବୁଲା ସାଙ୍ଗକୁ ବଲିଓଡ ଏବଂ ଓଲିଉଡ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ । ଦିଲେର ମେହେନ୍ଦୀ, କେକେ, ସୋନା ମହାପାତ୍ରଙ୍କ ଭଳି କଣ୍ଠଶିଳ୍ପୀଙ୍କ ସହ ରିତୁରାଜ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ତାରକେ ଅଜିଜଙ୍କ ଭଳି ନାମଦାମୀ ଗାୟକ ନିଜ ଗୀତ ପରିବେଷଣ କରିବେ । ସେହିପରି ସର୍ବକାଳୀନ ଲୋକପ୍ରିୟ ଗାୟକ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ସ୍ମତିରେ ଗୋଟିଏ ଦିନ ପ୍ରୋଗ୍ରାମ ରଖାଯାଇଛି । ମୋଟାମୋଟି ଭାବେ ଚଳିତ ବର୍ଷ 4ଟି ଷ୍ଟେଜ ନିର୍ମାଣ କରାଯିବା ସହ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କିଛି ଦିନ ପୂର୍ବରୁ ଆତଙ୍କ ଖେଳାଇଥିବା ସାମୁଦ୍ରିକ ଝଡ 'ବୁଲବୁଲ'କୁ ନେଇ ସମସ୍ତେ ଚିନ୍ତାରେ ପଡିଯାଇଥିଲେ । ହେଲେ ବର୍ତ୍ତମାନ ପାଗ ଅନୁକୂଳ ଥିବାରୁ ଉଭୟ ଜିଲ୍ଲାପ୍ରଶାସନ ଓ ବ୍ୟବସାୟୀ ଆଶ୍ବସ୍ତି ଅନୁଭବ କରିଛନ୍ତି । ଚଳିତ ବର୍ଷର ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଆୟୋଜନ ଦର୍ଶକ ମେଳା ପଡିଆକୁ ଆକୃଷ୍ଟ କରିବା ସହ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ଅପରପକ୍ଷେ ବାଲିଯାତ୍ରାକୁ କଡା ସୁରକ୍ଷା ଭିତରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କମିଶନରେଟ୍ ପୋଲିସ । ପଡିଆରେ ସମୁଦାୟ 50 ପ୍ଲାଟୁନ ଫୋର୍ସ ନିୟୋଜିତ ହେବା ସହ ସିସିଟିଭି, ୱାଚ୍ ଟାୱାର, ସାଧା ପୋଷାକଧାରୀ ପୋଲିସ ଏବଂ ସଶସ୍ତ୍ର ପୋଲିସବାହିନୀ ମେଳା ପଡିଆରେ ନିୟୋଜିତ ରହିବେ । ସେହିପରି ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଯାହାଦ୍ବାରା ଅସାମାଜିକ କାର୍ଯ୍ୟକଳାପକୁ ରୋକା ଯିବା ସହ ସେ ଦିଗରେ ଆକ୍ସନ ନେଇପାରିବେ ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆଉ କିଛି ଘଂଟା ର ଅପେକ୍ଷା । ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଯାହାକୁନେଇ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରେ ପହଁଚିଛି । ଵର୍ତମାନ ସୁଦ୍ଧା 70 ପ୍ରତିଶତ ରୁ ଉର୍ଦ୍ଧ୍ବ ଷ୍ଟଲ ର ବାଲିଯାତ୍ରା ପଡିଆ ରେ ନିର୍ମାଣଧୀନ ରହିଛି । କାଲି ସକାଳ ସୁଦ୍ଧା ସମସ୍ତ ଷ୍ଟଲ କୁ ପ୍ରସ୍ତୁତ କରିବାକୁ ଲକ୍ଷ ରଖିଛନ୍ତି ବ୍ୟବସାୟୀ । ଏହାସହିତ ରାମ ଦୋଳି , ବ୍ରେକ ଡ୍ୟାନ୍ସ , ରାଉଣ୍ଡିଙ୍ଗ କାର ଇତ୍ୟାଦି ପ୍ରସ୍ତୁତ ହୋଇ ସାରିଲାଣି । କେବଳ ଅପେକ୍ଷା ଏବେ ଉଦଘାଟନ କୁ ।

Body:ଭିଓ୧: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି । ଖାଇବା ଷ୍ଟଲ ଠୁ ଆରମ୍ଭ କରି ଅନ୍ୟାନ୍ୟ ଘର କରଣା ଷ୍ଟ୍ରଲ ଵର୍ତମାନ ସୁଧା ନିର୍ମାଣ ଧୀନ ରହିଛି । ଆଜି ରାତି କିମ୍ବା ସକାଳ ସୁଧା ସବୁ ଷ୍ଟଲ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ। ଆଉ ଅପରାହ୍ନ ରେ ଉଦଘାଟିତ ହେବ ଚଳିତବର୍ଷ ବାଲିଯାତ୍ରା । କିନ୍ତୁ କିଛି ଦିନ ପୂର୍ବରୁ ବୁଲବୁଲ ପ୍ରଭାବ ରେ ସାମାନ୍ୟ ବର୍ଷା ବ୍ୟବସାୟୀ ଙ୍କ ମନରେ ଚିନ୍ତା ଆଣିଦେଇଥିଲା । କିନ୍ତୁ ଵର୍ତମାନ ସ୍ଥିତି ସମ୍ପୂର୍ଣ ଅନୁକୂଳ ରହିଥିବାରୁ ଚଳିତବର୍ଷ ବାଲିଯାତ୍ରା ରେ ବ୍ୟବସାୟି ମାନେ କିଛି ଅର୍ଥ ଉପାର୍ଜନ କରି ନିଜର ପରିବାର ପୋଷଣ କରି ପାରିବେ ।

ବାଇଟ: ସୁକାନ୍ତ ମହାନ୍ତି( ବ୍ୟବସାୟୀ ସଂଘ ସମ୍ପାଦକ )
ବାଇଟ: ଦେବୀ ପ୍ରସାଦ ଦାସ( ବ୍ୟବସାୟୀ ସଂଘ ସଭାପତି( କଳା ଡ୍ରେସ)

ଭିଓ୨: ଅନ୍ୟପଟେ ଚଳିତ ବର୍ଷ ବାଲିଯାତ୍ରା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ସର୍ଵଦା ଲୋକଙ୍କ ମୁଂହ ରେ ରହିବ । ଉଦ୍ଘାଟନୀ ଉତ୍ସବରେ ପ୍ରଦୂଷଣ ରୋକିବା ପାଇଁ ସମସ୍ତ ମନ୍ତ୍ରୀ ବିଧାୟକ ଓ ସାଂସଦ ଙ୍କୁ ନୌକା ସାହଯ୍ୟରେ ଡ଼ଙ୍ଗା ରେ ଆସିବାକୁ ପଡିବ । କ୍ୟାଣ୍ଟେନମେଣ୍ଟ ଥାନା ନିକଟରୁ ବୈଷ୍ଣବ ପାଣି ମଣ୍ଡପ ପର୍ଯ୍ୟନ୍ତ ଡ଼ଙ୍ଗାରେ ଆସିବେ ସମସ୍ତ ଲୋକ ପ୍ରତିନିଧି । ଯାହାଦ୍ୱାରା ମହାନଦୀ ର ମହତ୍ୱ ଓ ଗୁରୁତ୍ୱ ସମ୍ପର୍କରେ ବୁଝିପାରିବେ ସାଧାରଣ ଜନତା ।

ବାଇଟ: ଭବାନୀ ସଙ୍କର ଚୟିନୀ ( ଜିଲାପାଳ କଟକ)

ଭିଓ୩: ଅନ୍ୟପଟେ ବାଲିଯାତ୍ରା ପାଇଁ ମଧ୍ୟ କଡା ସୁରକ୍ଷା ବଳୟ ନିର୍ମାଣ କରିଛି କମିଶନରେଟ ପୋଲିସ । ସମୁଦାୟ 50 ପ୍ଲାଟୁନ ଫୋର୍ସ ବାଲିଯାତ୍ରା ପଡିଆ ରେ ପଇଁତରା ମାରିବେ । ଯଦି କେଉଁଠି ଭି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେ ଦିଗରେ ଶୀଘ୍ର ଆକ୍ସନ ନେବ ପୋଲିସ । ଏହାସହିତ ସିଭିଲ ଡ୍ରେସ କୋର୍ଡ ରେ ପୋଲିସ ବାଲିଯାତ୍ରା ପଡିଆ ରେ ବୁଲିବେ । ଯାହାଦ୍ୱାରା ଅସାମାଜିକ କାର୍ଯ୍ୟକଳାପକୁ ରୋକା ଯାଇପାରିବ ।

ବାଇଟ: ଅଖିଳେସ୍ୱର ସିଂ( କଟକ ଡିସିପି)

Conclusion:ଫାଭିଓ: ତେବେ ଦେଖିବାକୁ ବାକି ରହିଲା ଏହି ଆଠ ଦିନର କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକ ମାନେ କେତେ ରୋମାଞ୍ଚ ଓ ଖୁସି ଅନୁଭବ କରିବେ ତାହା ସମୟ କହିବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ

Last Updated : Nov 11, 2019, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.