ETV Bharat / state

Iconic Events week: କଟକରେ ସିଆରପିଏଫ ଓ ଆଇଟିବିପି ପକ୍ଷରୁ ନେତାଜୀଙ୍କ ୧୨୬ ତମ ଜୟନ୍ତୀ ପାଳିତ

ନେତାଜୀଙ୍କ ୧୨୬ତମ ଜୟନ୍ତୀ ଉପଲକ୍ଷେ ସିଆରପିଏଫ ଏବଂ ଆଇଟିବିପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

କଟକରେ ସିଆରପିଏଫ ଓ ଆଇଟିବିପି ପକ୍ଷରୁ ନେତାଜୀଙ୍କ ୧୨୬ ତମ ଜୟନ୍ତୀ ପାଳିତ

author img

By

Published : Jan 20, 2023, 10:38 PM IST

କଟକ: ଆଜାଦିର ଅମୃତ ମହୋତ୍ସବ ଓ ନେତାଜୀଙ୍କ ୧୨୬ତମ ଜୟନ୍ତୀ ଉପଲକ୍ଷେ ସିଆରପିଏଫ ଏବଂ ଆଇଟିବିପି ପକ୍ଷରୁ ଓଡିଶା ସରକାରଙ୍କ ସହଯୋଗରେ ଐତିହ୍ୟ ନଗରୀ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କଟକ ସହରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମ ଗ୍ରହଣ କରିବା ସହିତ ନିଜର ଶୈଶବ ସମୟ ଅତିବାହିତ କରିଥିଲେ ।

ଆଜି ସକାଳେ ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଆ ବଜାରରୁ ଏକ ବିରାଟ ରାଲି ବାହାରି କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ତୁଳସୀପୁରସ୍ଥିତ ଆନନ୍ଦଭବନକୁ ଯାଇଥିଲା । ଏଥିରେ ସିଆରପିଏଫ, ଆଇଟିବିପି, ଓଡ଼ିଶା ପୋଲିସର ସଦସ୍ୟଗଣ ଛାତ୍ରଛାତ୍ରୀ, ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସାଇକେଲ ରାଲି ମଧ୍ୟ ଆୟୋଜିତ ହୋଇଥିଲା । କଟକ ମହାନଗର ନିଗମ ମେୟର ସୁବାଷ ଚନ୍ଦ୍ର ସିଂହ ଏହାକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ସିଆରପିଏଫ ଓ ଆଇଟିବିପିର ଅଧିକାରୀଗଣ ଉପସ୍ଥିତ ଥିଲେ ।

ଷ୍ଟିୱାର୍ଟ ସାଇନ୍ସ କଲେଜ ପରିସରରେ ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହାଛଡା ନେତାଜୀ ପାଠ ପଢିଥିବା ରେଭେନ୍ସା କଲେଜିଏଟ ସ୍କୁଲ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା । ନେତାଜୀଙ୍କ ବୀରତ୍ୱ ଓ ଆଜାଦ ହିନ୍ଦ ଫୌଜର ସାହାସକୁ ସ୍ମରଣ କରିବା ପାଇଁ ସହିଦଭବନରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ସବୁ ଅସ୍ତ୍ରଶସ୍ତ୍ର ମଧ୍ୟରେ ଥିଲା ସିଜିଆରଏଲ, ଅଟୋମେଟିକ ଗ୍ରେଜେଡ ଲଞ୍ଚର, ୮୧ ଏମଏମ ମୋର୍ଟସ, ୭.୬୨ଏମମ ଏମଏମଜି, ୭.୬୨ଏମଏମ ସ୍ନାଇପର, ଘାତକ ରାଇଫଲ, ଓୟାରଲେସ କମ୍ୟୁନିକେସନ ସିଷ୍ଟମ ଆଦି ଅନ୍ତର୍ଭୁକ୍ତ ।

ଏହାଛଡା ନେତାଜୀଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଏକ ଡାକଟିକଟ ପ୍ରଦର୍ଶନୀ ଓ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ସନ୍ଧ୍ୟାରେ ସହିଦମାନଙ୍କ ପରିବାରର ସଦସ୍ୟଙ୍କୁ ସମ୍ମାନୀତ କରାଯିବା ସହିତ ଦେଶାତ୍ମାବୋଧକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ଆଇକନିକ ଇଭେଣ୍ଟସ୍ ସପ୍ତାହ ଚଳିତ ଜାନୁୟାରୀ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ।

ଭାରତର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଏସବୁ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଭାଗରେ ଆୟୋଜିତ ହେଉଛି । ଏଥିରେ ନେତାଜୀ ସୁଭାଷ ବୋଷଙ୍କ ଜୀବନୀ ଏବଂ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ତାଙ୍କର ଅବଦାନ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନ ପାଇଛି । କାର୍ଯ୍ୟକ୍ରମର ଭବ୍ୟ ଉଦଯାପନ ଉତ୍ସବ ଚଳିତ ମାସ ୨୩ ତାରିଖରେ ଆଣ୍ଡାମାନ ନିକୋବର ଦ୍ୱୀପର ପୋର୍ଟ ବ୍ଲେୟାରଠାରେ ଅନୁଷ୍ଠିତ ହେବ । ଏଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥିଭାବେ ଯୋଗଦେବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.