ETV Bharat / state

ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛନ୍ତି ସିଲଭର ସିଟିର ଜନତା - ସିଲଭରିସିଟିରେ ଲକଡାଉନ ନିୟମକୁ ବେଖାତିର

ସିଲଭରିସିଟିରେ ଲକଡାଉନ ନିୟମକୁ ବେଖାତିର । ରାସ୍ତାରେ କଡା ସୁରକ୍ଷା ବଳୟ ରହିଥିବା ବେଳେ ନିୟମ ଉଲ୍ଲଂଘନକାରୀ ଚାଳକଙ୍କୁ ସାବାଡ କରିଛି କମିଶନରେଟ ପୋଲିସ ।

fine taking by police
ନିୟମ ନମାନି 4 ଲକ୍ଷ 80 ହଜାର ଗଣିଲେ ତଣ୍ଡ
author img

By

Published : Apr 3, 2020, 4:00 PM IST

କଟକ: ସିଲଭରିସିଟିରେ ଲକଡାଉନ ନିୟମକୁ ବେଖାତିର । ଏହି ଲକଡାଉନ ସମୟରେ ବି ବେଧଡ଼କ ଗାଡି ଚାଳନା ସାଙ୍ଗକୁ ଚାଲିଛି ଖୁଚୁରା ବ୍ୟବସାୟୀଙ୍କ ମନମାନୀ । ଯାହାକୁ ଦମନ କରିବା ପାଇ କଠୋର ହୋଇଛି କମିଶନରେଟ ପୋଲିସ । ରାସ୍ତାରେ କଡା ସୁରକ୍ଷା ବଳୟ ରହିଥିବା ବେଳେ ନିୟମ ଉଲ୍ଲଂଘନକାରୀ ଚାଳକଙ୍କୁ ସାବାଡ କରିଛି କମିଶନରେଟ ପୋଲିସ ।

fine taking by police
ନିୟମ ନମାନି 4 ଲକ୍ଷ 80 ହଜାର ଗଣିଲେ ତଣ୍ଡ

ତଣ୍ଡ ଆକାରରେ 4 ଲକ୍ଷ 80 ହଜାର ଗଣିଛନ୍ତି ଗାଡି ଚାଳକ । ତେବେ ଏହି ତଣ୍ଡ ଆଦାୟ ଅଭିଯାନ କେବେ ସମାପ୍ତ ହେବ ତାକୁ ନେଇ ଏବେ ବଡ଼ ପ୍ରଶ୍ନ । ଏହାସହ ସିଲଭରିସିଟିରେ କିଛି ଅଞ୍ଚଳରେ ଖୁଚୁରା ବ୍ୟବସାୟୀଙ୍କ ମନମାନୀ ମଧ୍ୟ ଦେଖିବାକୁ ମିଳିଛି ।

ସେଥିପାଇଁ 15 ଜଣ ବ୍ୟବସାୟୀଙ୍କ ନାଁରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ । ତେବେ ଲକଡାଉନ ନିୟମକୁ ବେଖାତିର କରି ନିଜ ଗୋଡ଼ ନିଜେ କୁରାଢ଼ୀ ମାରୁଛନ୍ତି ଏହି ବେପରୁଆ ଗାଡି ଚାଳକମାନେ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.