ETV Bharat / state

ରେଭେନ୍ସାରେ ନାମ ଲେଖା ବିବାଦ, କୁଳପତିଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

author img

By

Published : Jan 7, 2023, 8:38 PM IST

ରେଭେନ୍ସା ଵିଶ୍ବଵିଦ୍ୟାଳୟରେ ନାଁ ଲେଖାଇଵାର ସୁଯୋଗ ପାଉ ନାହାଁନ୍ତି ମେଧାବୀ ଛାତ୍ରଛାତ୍ରୀ । ରେଭେନ୍ସାରେ ପିଜି ପାଠ୍ୟକ୍ରମରେ ନାମଲେଖାକୁ ନେଇ ହୋଇଥିଵା ଚଞ୍ଚକତା ସମ୍ପର୍କରେ ଏକ ଭିଡିଓ ଭାଇରାଲ ହେବା ପରେ ଛାତ୍ରଛାତ୍ରୀ ଆଣିଛନ୍ତି ଏପିର ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
Ravenshaw University Students seek help of Vice chancellor

କଟକ: ରେଭେନ୍ସା ଵିଶ୍ବଵିଦ୍ୟାଳୟରେ ନାଁ ଲେଖାଇଵାର ସୁଯୋଗ ପାଉ ନାହାଁନ୍ତି ମେଧାବୀ ଛାତ୍ରଛାତ୍ରୀ । ପ୍ରିୟାପ୍ରୀତି ତୋଷଣ ନୀତି ଯୋଗୁଁ ଵିଶ୍ବଵିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ନିକଟ ସମ୍ପର୍କୀୟମାନଙ୍କୁ ନାମ ଲେଖାଇଵା ପାଇଁ ମିଳୁଛି ଅହେତୁକ ଅନୁକମ୍ପା । ଏପରିକି ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କୁ ଚଞ୍ଚକତା କରି ନାମ ଲେଖାଇଵାର ସୁଯୋଗରୁ ଵଞ୍ଚିତ କରି କର୍ତ୍ତୃପକ୍ଷ ମେଧା ତାଲିକାରେ ନାଁ ନଥିଵା ପିଲାଙ୍କୁ ଆଡମିଶନର ସୁଯୋଗ ଦିଆଯାଉଥିବା ଅଭିଯୋଗ ହେଉଛି ।

ରେଭେନ୍ସାରେ ଆଡମିଶନ ଅନିୟମିତତାକୁ ନେଇ ଏଭଳି ସନ୍ଦେହ ଏଵେ ଦାନା ଵାନ୍ଧୁଛି। ସେପଟେ ଆଡମିଶନରୁ ଵଞ୍ଚିତ ଜନୈକ ଛାତ୍ରୀ ଆଜି କୁଳପତି ଓ ରେଜିଷ୍ଟ୍ରାରଙ୍କୁ ପତ୍ର ଲେଖି ନାଁ ଲେଖାଇଵାର ସୁଯୋଗ ଦେଵାକୁ ନିଵେଦନ କରିଛନ୍ତି । ଅନ୍ୟପଟେ ରେଭେନ୍ସାର ପିଜି ଆଡମିଶନ ପ୍ରକ୍ରିୟାର ତଦନ୍ତ ପାଇଁ ଦାଵି କରିଛନ୍ତି ପୁରାତନ ଛାତ୍ର ସମୂହ। ରେଭେନ୍ସା ଵିଶ୍ବଵିଦ୍ୟାଳୟର ଗାରିମା ନଷ୍ଟ କରିବା ପାଇଁ ଖୋଦ କର୍ତ୍ତୃପକ୍ଷ ସଵୁ ନୀତି ନିୟମ ଭାଙ୍ଗିଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ । ରାଜନୀତି ଵିଜ୍ଞାନ ପିଜି ଆଡମିଶନ ପାଇଁ ମେରିଟ ଲିଷ୍ଟରେ ଥିବା ଛାତ୍ରୀଙ୍କୁ ଵାଦ ଦେଇ ଵହୁ ତଳ ରାଙ୍କରେ ଥିବା ଛାତ୍ରୀଙ୍କୁ ମିଳୁଛି ନାମ ଲେଖାଇଵା ସୁଯୋଗ ।

ଏହା ବି ପଢନ୍ତୁ- Model Soumya Death Case: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଆହୁରି ସଙ୍ଗୀନ କଥା ହେଉଛି, କେଵଳ ରାଜନୀତି ଵିଜ୍ଞାନ ନୁହେଁ, ଵିଶ୍ବଵିଦ୍ୟାଳୟର ଅନେକ ଵିଭାଗରେ ମେରିଟ ଲିଷ୍ଟକୁ ଡଷ୍ଟଵିନକୁ ଫୋପାଡ଼ି ଦେଇ କର୍ତ୍ତୃପକ୍ଷ ନିଜ ଚିହ୍ନା ପରିଚିତଙ୍କୁ ନାମ ଲେଖାଇଵାର ସୁଯୋଗ ଦେଇଛନ୍ତି। ରେଭେନ୍ସାରେ ପିଜି ପାଠ୍ୟକ୍ରମରେ ନାମଲେଖାକୁ ନେଇ ହୋଇଥିଵା ଚଞ୍ଚକତା ସମ୍ପର୍କରେ ଏକ ଭାଇରାଲ ଭିଡିଓ ଏକଥା ସ୍ପଷ୍ଟ କରୁଛି। ଅଭିଯୋଗ ଅନୁସାରେ ରେଭେନ୍ସା ପିଜି କାଉନସିଲ ଚେୟାରପର୍ସନ ଓ ତାଙ୍କ ଅନୁଗ୍ରହରୁ ଆଡମିଶନ ପାଇଥିବା ଜଣେ ଛାତ୍ରୀଙ୍କର କଥୋପକଥନ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ରେଭେନ୍ସାର ରାଜନୀତି ବିଜ୍ଞାନ ବିଭାଗରେ ପିଜି ନାମଲେଖା କେଲେଙ୍କାରୀ ଅଭିଯୋଗ ଆସିଵା ପରେ ଵିଭାଗୀୟ ମୁଖ୍ୟ ନେତାଜୀ ଅଭିନନ୍ଦନ ଇସ୍ତଫା ଦେଇଛନ୍ତି ।

ଅଭିଯୋଗ ଅନୁସାରେ ଵିଭାଗୀୟ ମୁଖ୍ୟ ମେରିଟ ଲିଷ୍ଟ ଆଧାରରେ ଆଡମିଶନ ପାଇଁ ଜିଦ ଧରିଥିଲେ ମଧ୍ୟ ପିଜି କାଉନସିଲ ଚେୟାରପର୍ସନ ଓ କୁଳପତି ଚଞ୍ଚକତା କରି ମେଧା ତାଲିକାରେ ଵହୁ ତଳେ ଥିବା ଛାତ୍ରୀଙ୍କ ନାମ ଲେଖାଇଛନ୍ତି । ଏଵେ ଭାଇରାଲ ଅଡିଓରେ ପିଜି କାଉନସିଲ ଚେୟାରପର୍ସନ ନାମଲେଖା ଅନିୟମିତତାକୁ ସ୍ବୀକାର କରୁଛନ୍ତି । ତେଣୁ ଵିଶ୍ବଵିଦ୍ୟାଳୟର ସଵୁ ଵିଭାଗରେ ହୋଇଥିଵା ଆଡମିଶନର ତଦନ୍ତ ପାଇଁ ପୁରାତନ ଛାତ୍ରଛାତ୍ରୀ ଗୋଷ୍ଠୀ ଦାଵି କରିଛନ୍ତି । ସେପଟେ ଅନ୍ୟାୟ ଭାବେ ନାମଲେଖାରୁ ଵାଦ ପଡିଥିବା ଛାତ୍ରୀ ଆଜି ଭିସି ଓ ରେଜିଷ୍ଟ୍ରାରଙ୍କ ଅଫିସରେ ତାଙ୍କୁ ନାମ ଲେଖାଇଵାର ସୁଯୋଗ ଦେଵାକୁ ନିଵେଦନ କରି ଦାଵିପତ୍ର ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.