ETV Bharat / state

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ କଟକ ଜିଲ୍ଲା କଂଗ୍ରେସ ଉପ-ସଭାପତିଙ୍କ ଇସ୍ତଫା

ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ଦଳକୁ ନିଆଳିରେ ବଞ୍ଚାଇ ରଖିଥିବା କଟକ ଜିଲ୍ଲା କଂଗ୍ରେସ ଉପ ସଭାପତି ଶଶୀକାନ୍ତ ଲେଙ୍କା ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେବା ଘଟଣା ଏବେ ନିଆଳିରେ ଚର୍ଚ୍ଚା ଜୋର୍ ଧରୁଛି । ଅନେକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ହାତ ଲେଖା ଚିଠି। ଅଧିକ ପଢନ୍ତୁ

author img

By

Published : Mar 12, 2022, 10:45 AM IST

କଂଗ୍ରେସରୁ ଇସ୍ତଫା ଦେଲେ କଟକ ଜିଲ୍ଲା କଂଗ୍ରେସ ଉପ ସଭାପତି

ନିଆଳି: ଆଉ କିଛି ସମୟରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାରି ଭିତରେ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ଏକ ରୋଚକ ଘଟଣା ଲୋକ ଲୋଚନକୁ ଆସିଛି। ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ଦଳକୁ ନିଆଳିରେ ବଞ୍ଚାଇ ରଖିଥିବା କଟକ ଜିଲ୍ଲା କଂଗ୍ରେସ ଉପ ସଭାପତି ଶଶୀକାନ୍ତ ଲେଙ୍କା ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ସମ୍ପର୍କରେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ହାତ ଲେଖା ଚିଠି ।

ଇସ୍ତଫା ପତ୍ର ରାଜ୍ୟ କଂଗ୍ରେସ ସଭାପତିଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଛି । ସୂଚନାନୁସାରେ ନିଆଳି ବ୍ଳକର ତିହୁଡି ପଞ୍ଚାୟତରୁ ଶଶୀକାନ୍ତ ଲେଙ୍କା ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ପରଠାରୁ ନିଆଳି ବ୍ଲକର ସମିତି ସଭ୍ୟମାନେ ଅଜ୍ଞାତ ସ୍ଥାନରେ ଥିବା ଜଣାଯାଇଛି । ତେବେ ନିଆଳି ବ୍ଳକରରେ ୨୩ ପଞ୍ଚାୟତ ମଧ୍ଯରୁ ବ୍ଲକ ଅଧ୍ୟକ୍ଷ ହାତେଇବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ନିକଟରେ ସଂଖ୍ୟା ଗରିଷ୍ଠତା ନାହିଁ । ବିଜେଡ଼ି ଦଳର ସମର୍ଥିତ ସାତ ଜଣ ସମିତି ସଭ୍ୟ ବିଜୟୀ ହୋଇଥିବା ବେଳେ ବିଜେପି ସମର୍ଥନରେ ପାଞ୍ଚଟି ସମିତି ସଭ୍ୟ ବିଜୟୀ ହୋଇଛନ୍ତି।

କଂଗ୍ରେସ ଦଳରୁ ତିନି ଜଣ ସମିତି ସଭ୍ୟ ବିଜୟୀ ହୋଇଛନ୍ତି। ସେହିପରି ଅନ୍ୟ ବଳକା ସମିତି ସଭ୍ୟ ସ୍ବାଧିନ ଭାବରେ ବିଜୟୀ ହୋଇଥିବା ସୂଚନା ମିଳିଛି। ଏହାରି ଭିତରେ ଶଶୀକାନ୍ତ ଲେଙ୍କା କଂଗ୍ରେସ ଦଳରୁ ଇସ୍ତଫା ଦେବା ଘଟଣା ଏବେ ନିଆଳିରେ ଚର୍ଚ୍ଚା ଜୋର୍ ଧରୁଛି।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.