ETV Bharat / state

ନର୍ସିଂହୋମରେ ସିଏମସି ଚଢାଉ

author img

By

Published : May 4, 2023, 11:07 AM IST

କଟକର ସାଇ ଜୀବନ ନର୍ସିଂହୋମରେ ସିଏମସି ରେଡ କରିଛି । କଟକ ମହାନଗର ନିଗମ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଏହି ଚଢାଉ ହୋଇଛି । ଅଧିକ ପଢନ୍ତୁ

ନର୍ସିଂହୋମରେ ସିଏମସି ଚଢାଉ
cmc raid in nursinghome
cmc raid in nursinghome

କଟକ: ସିଲଭର ସିଟିର ବିଭିନ୍ନ ନର୍ସିଂହୋମ ଉପରେ ଚଢ଼ାଉ କରିଛି ସିଏମସି । ଟ୍ରେଡ୍ ଲାଇସେନ୍ସ, ୟୁଜର୍ସ ଫି ଏବଂ ଫାୟାର ଏନଓସି ନଥିବା ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗ ସହ ବାଣିଜ୍ୟିକ ବିଭାଗ ଚଢାଉ କରିଛି । ଚଢ଼ାଉରେ ଉର୍ମିଳା ନର୍ସିଂହୋମ ସମେତ ସାଇ ଜୀବନ ନର୍ସିଂହୋମକୁ ଜୋରିମାନା ସହ ସିଲ କରିଛି ସିଏମସି ।

ଆକ୍ଟିଭ ମୋଡ଼ରେ ରହିଛି କଟକ ମହାନଗର ନିଗମ । ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ବେଆଇନ ନର୍ସିଂହୋମକୁ ଟାର୍ଗେଟ କରିଛି । ଏହି କ୍ରମରେ ବୁଧବାର ମଙ୍ଗଳାବାଗ ସ୍ଥିତ ସାଇଜୀବନ ନର୍ସିଂହୋମ ଏବଂ ଉର୍ମିଳା ନର୍ସିଂହୋମ ଉପରେ ଚଢ଼ାଉ କରିଛି ସିଏମସି ଏନଫୋର୍ସମେଣ୍ଟ ଓ ସ୍ବାସ୍ଥ୍ୟ ବିଭାଗ ଟିମ । ୨୦୧୬ରୁ ଟ୍ରେଡ୍ ଲାଇସେନ୍ସ ନଥାଇ ବେଆଇନ୍ ଭାବେ ସାଇ ଜୀବନ ନର୍ସିଂହୋମ ଚାଲୁଥିବା ଅଭିଯୋଗରେ କାଗଜପତ୍ର ଯାଞ୍ଚ କରିଥିଲା ଟିମ । ହେଲେ ଆବଶ୍ୟକୀୟ କାଗଜପତ୍ର ସହ ୟୁଜର ଫି ଓ ଫାୟାର ଏନଓସି ନ ଥିବାରୁ ନର୍ସିଂହୋମରୁ 40 ହଜାର ଟଙ୍କା ଫାଇନ କରିଛି ସିଏମସି । ନର୍ସିଂହୋମରେ ରୋଗୀ ଥିବାରୁ 24 ଘଣ୍ଟା ମଧ୍ୟରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପରେ ଏହାକୁ ସିଲ କରାଯିବ ବୋଲି କହିଛନ୍ତି ନଗର ସ୍ବାସ୍ଥ୍ୟ ଅଧିକାରୀ ।

ସେହିଭଳି ଅନ୍ୟ ଏକ ଉର୍ମିଳା ନର୍ସିଂହୋମ ଉପରେ ବି ଚଢ଼ାଉ କରିଥିଲା ଟିମ । ନର୍ସିଂହୋମ ଚଳାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ନ ଦର୍ଶାଇ ପରିବାରୁ ଏହାକୁ ସିଲ କରାଯାଇଛି । ବିନା ରେଜିଷ୍ଟ୍ରେସନ, ଟ୍ରେଡ଼ ଲାଇସେନ୍ସ, ଫାୟାର ଏନ ଓ ସି ନଥିବାରୁ ନର୍ସିଂହୋମକୁ ସିଲ କରାଯାଇଥିବା କହିଛନ୍ତି ସିଏମସି ଡେପୁଟି କମିଶନର । କେବଳ ଏହି ଦୁଇଟି ନର୍ସିଂହୋମ ନୁହଁ ବରଂ ବେଆଇନ ଭାବେ ସହରରେ ଚାଲୁଥିବା ବିଭିନ୍ନ ଅନ୍ୟ ନର୍ସିଂହୋମ ଉପରେ ପର୍ଯ୍ୟାୟ କ୍ରମେ ଚଢ଼ାଉ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ...ଖୋଲୁଛି ଠକ ତାନ୍ତ୍ରିକର ଗୁମର, ଆଜି ଆଉ ଏକ ମାମଲା ରୁଜୁ

ପୂର୍ବରୁ କଟକ ଶଙ୍କରପୁର ବାରିକ୍ ସାହି ଠାରେ ଥିବା ସାଇ ସୋନାଲି ନର୍ସିଂ ହୋମ ଉପରେ ଚଢ଼ାଉ କରାଯାଇ ସିଲ୍ କରାଯାଇଥିଲା। ମହାନଗର ନିଗମର ଆବଶ୍ୟକତା ମୁତାବକ କାଗଜପତ୍ରକୁ ଦେଖାଇ ନପାରିବା ସହ କେବଳ ହୋଲ୍ଡିଂ ଟ୍ୟାକ୍ସ ଦିଆଯାଇଥିଲା । ମହାନଗର ନିଗମ କୌଣସି କାଗଜ ପତ୍ର ନମିଳିବାରୁ ସଂପୂର୍ଣ୍ଣ ବିଲଡିଂକୁ ସିଲ୍ କରିବା ସହ 30 ହଜାର ଟଙ୍କା ଜୋରିମାନା କରିଥିଲା । ତେବେ ସହରରେ ନର୍ସିଂହୋମର ଲମ୍ବା ଲାଇନ ଲାଗିଥିଲା ବେଳେ କେଉଁମାନେ ବୈଧତା ମଧ୍ୟରେ ରହିଛନ୍ତି ଆଉ କେଉଁମାନେ ନିୟମ ଉଲ୍ଲଘଂନ କରିଛନ୍ତି ଆଗାମୀ ଦିନରେ ତଲାସୀ ପରେ ସ୍ପଷ୍ଟ ହେବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.