ETV Bharat / state

କିଏ ଦେବ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ? ପ୍ରତିକ୍ରିୟା ରଖିଲେ ସିଏମସି ମେୟର

author img

By ETV Bharat Odisha Team

Published : Dec 22, 2023, 10:33 PM IST

National Maritime Heritage Status To Baliyatra: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଜବାବରେ କେନ୍ଦ୍ର ସଂସ୍କୃତି ବିଭାଗ ଉତ୍ତର ଦେଇଛନ୍ତି । ଏହାର କ୍ଷମତା କେବଳ କେନ୍ଦ୍ର ଗୃହ ବିଭାଗର ବୋଲି ଉତ୍ତରରେ ବିଭାଗ କହିଛି । ଅଧିକ ପଢ଼ନ୍ତୁ

ବାଲିଯାତ୍ରାକୁ ଜାତୀୟ ମାନ୍ୟତା !
ବାଲିଯାତ୍ରାକୁ ଜାତୀୟ ମାନ୍ୟତା !

ବାଲିଯାତ୍ରାକୁ ଜାତୀୟ ମାନ୍ୟତା !

କଟକ: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଉଚିତ କି ? ଯଦି ଉଚିତ ତେବେ କିଏ ଦେବ ଏହି ମାନ୍ୟତା ? ଏନେଇ ଅନେକ ଚର୍ଚ୍ଚା ହେବା ପରେ ଏହାର ପ୍ରକୃତ କଥା ଜଣା ପଡ଼ିଛି । ବାସ୍ତବିକ କେଉଁ ବିଭାଗ ଏହାର ମାନ୍ୟତା ଦେବାର କ୍ଷମତା ରହିଛି ! ଯଦିଓ ରାଜ୍ୟ ସରକାର କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲା, ମାତ୍ର କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ଏହା ଦାୟିତ୍ୱ ନୁହେଁ ବୋଲି ବିଭାଗ କହିଥିଲା । ପରେ ଏହାର କ୍ଷମତା କାହାର ବୋଲି କଟକ ମେୟର ଆଉ ଗୋଟିଏ ଚିଠିରେ ପ୍ରଶ୍ନ କରିଥିଲେ । ଏହାର ଜବାବରେ କେନ୍ଦ୍ର ସଂସ୍କୃତି ବିଭାଗ ଉତ୍ତର ଦେଇଛନ୍ତି । ଏହାର କ୍ଷମତା କେବଳ କେନ୍ଦ୍ର ଗୃହ ବିଭାଗର ବୋଲି ଉତ୍ତରରେ ବିଭାଗ କହିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ପୁନର୍ବାର କେନ୍ଦ୍ର ଗୃହ ବିଭାଗକୁ ଚିଠି ଲେଖାଯିବ । ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ଏହାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ମେୟର କହିଛନ୍ତି ।

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ଜାତୀୟ ମାନ୍ୟତା ବୋଲି କିଛି ବ୍ୟବସ୍ଥା ନଥିବା କହିଥିଲେ ମନ୍ତ୍ରୀ । ଏନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ଏକଥା ସ୍ପଷ୍ଟ ହୋଇଥିବା ଧର୍ମେନ୍ଦ୍ର କହିଥିଲେ । ସେ କହିଥିଲେ ଯେ, ଏହାର ମାନ୍ୟତା ଆବଶ୍ୟକତା ନାହିଁ । କାରଣ ପ୍ରଧାନମନ୍ତ୍ରୀ ବାଲିରେ ଯେତେବେଳେ ଏହାର କଥା କହୁଛନ୍ତି ମାନ୍ୟତାର ଆଉ ଆବଶ୍ୟକତା ନାହିଁ । କେବଳ ସେତିକି ନୁହେଁ, କେନ୍ଦ୍ର ସଂସ୍କୃତିମନ୍ତ୍ରୀ କହିଛନ୍ତି ଜାତୀୟ ମାନ୍ୟତା ବ୍ୟବସ୍ଥା ବୋଲି କିଛି ନାହିଁ । ରାଜ୍ୟ ସରକାର ଲେଖିକି ଦେଲେ ତାହାର ବିକାଶ ପାଇଁ ଯୋଜନା କରାଯିବାର ବ୍ୟବସ୍ଥା ରହିଛି । ସେହିପରି ଫଣ୍ଡ ଦେବାର କେବଳ ବ୍ୟବସ୍ଥା ରହିଛି । ମାନ୍ୟତାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଥିଲେ । ତେବେ ଧର୍ମେନ୍ଦ୍ର ଆହୁରି ମଧ୍ୟ ଉଦାହରଣ ଦେଇ କହିଥିଲେ ଓଡ଼ିଶାର ରଥଯାତ୍ରା, ପ୍ରଭୁ ଜଗନ୍ନାଥ ,ବିଭନ୍ନ ପର୍ବ ଏହାର କୌଣସି ମାନ୍ୟତାର ଆବଶ୍ୟକତା ନାହିଁ ।

ଏହାବି ପଢନ୍ତୁ......ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗ, ସେପରି ମାନ୍ୟତା ବୋଲି କିଛି ନାହିଁ: କେନ୍ଦ୍ରମନ୍ତ୍ରୀ

କଟକର ଐତିହାସିକ ବାଲିଯାତ୍ରା ଏହାର ଐତିହ୍ୟ ଓ ପରମ୍ପରା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିଛି । ବିଶ୍ବର ସର୍ବ ବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳାକୁ ରାଜ୍ୟ ମାନ୍ୟତା ମିଳିଥିବା ବେଳେ ଜାତୀୟ ମାନ୍ୟତା ପାଇଁ ୨୦୧୯ ମସିହାରେ ଆବେଦନ କରାଯାଇଥିଲା । ଗତ ଅକ୍ଟୋବର ୧୭ ତାରିଖରେ କଟକ ମେୟର ସୁବାସ ସିଂଙ୍କ ନେତୃତ୍ବରେ ତିନି ଜଣିଆ ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଯାହାର ଚିଠି ନମ୍ବର ରହିଥିଲା ୯୭ । ଏହାର ଉତ୍ତରରେ ଗତକାଲି କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ୯୭ ନମ୍ବର ଚିଠିର ଉତ୍ତରରେ ଏକ ଚିଠି ଆସିଛି । ଯେଉଁଥିରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦିଆଯାଇ ପାରିବ ନାହିଁ ଓ ଏହା ଆମ ବିଭାଗ ଅଧୀନରେ ନାହିଁ ବୋଲି କୁହାଯାଇଛି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବରୁ କଟକ ମେୟର ଏହା ଉପରେ ପ୍ରତିକ୍ରିୟା ରଖିଥିଲେ । କେନ୍ଦ୍ର ସଂକୃତି ବିଭାଗ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ ମନା କରିବା ପରେ କେଉଁ ବିଭାଗ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରିବ ସେନେଇ କେନ୍ଦ୍ର ସରକାର ଜଣାଇବା ଦରକାର ବୋଲି ମେୟର କହିଥିଲେ । ପ୍ରଧାନମନ୍ତ୍ରୀ ଐତିହାସିକ ବାଲିଯାତ୍ରାକୁ ପ୍ରଶଂସା କରିବା ପରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳୁପାରୁ ନାହିଁ । ଆଗାମୀ ଦିନରେ ଯଦି ବାଲିଯାତ୍ରାକୁ ଜାତୀୟ ମାନ୍ୟତ ପ୍ରଦାନ ନଦିଆଯାଏ ତାହାଲେ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବୁ ବୋଲି କଟକ ମେୟର ସୁବାସ ସିଂ ପୂର୍ବରୁ କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.