ETV Bharat / state

Chhath Puja: ମହାନଦୀ କାଠଯୋଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼, ସୂର୍ଯ୍ୟ ଦେବତାଙ୍କୁ କଲେ ଆରାଧନା

author img

By

Published : Oct 30, 2022, 9:00 PM IST

ମହାନଦୀ କାଠଯୋଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ଛଟ ପୂଜାକୁ କଟକ ସହରରେ ପାଳିତ ହୋଇଛି । କଟକରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ମହାନଦୀ ଓ କାଠଯୋଡ଼ି ନଦୀକୂଳରେ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ

Chhath Puja: ମହାନଦୀ କାଠଯୋଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼, ସୂର୍ଯ୍ୟ ଦେବତାଙ୍କୁ କଲେ ଆରାଧନା
Chhath Puja: ମହାନଦୀ କାଠଯୋଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼, ସୂର୍ଯ୍ୟ ଦେବତାଙ୍କୁ କଲେ ଆରାଧନା

କଟକ: ଆଜି ପବିତ୍ର ଛଟ ପୂଜା । ଏହି ପର୍ବକୁ କଟକ ସହରରେ ଧୁମଧାମରେ ପାଳିତ ହୋଇଥିବା ବେଳେ ମହାନଦୀ ଓ କାଠଯୋଡ଼ି ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି (Chhath Puja 2022 celebration in Cuttack) । ନଦୀ କୂଳରେ ହଜାର ହଜାର ମହିଳା ମାନେ ଓଷା ବ୍ରତ ରଖି ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଥିବା ନଜର ଆସିଛନ୍ତି ।

ବିଶେଷ କରି କଟକ ସହରରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ପକ୍ଷରୁ ଏହି ଛଟ ପୂଜା କରାଯାଏ । ଏହା ଏକ ପ୍ରକୃତିର ପୂଜା । ସୂର୍ଯ୍ୟ ଦେବତାଙ୍କ ସହ ଜଳ ଏବଂ ବାୟୁ ମଣ୍ଡଳକୁ ପୂଜା କରାଯାଏ । ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ବିହାରୀ ସମ୍ପ୍ରଦାୟ ପକ୍ଷରୁ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆଜି କାଠଯୋଡ଼ି ଏବଂ ମହାନଦୀ ନଦୀ କୂଳରେ ଛଟ ପୂଜା ପାଇଁ ଲୋକାରଣ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟକ ମହିଳା ମାନେ ଏକ ଶୋଭାଯାତ୍ରାରେ ଆସି ନଦୀ କୂଳରେ ପୂଜାର୍ଚ୍ଚନା କରିଥିଲେ । ଆଖୁ, ଫଳମୂଳ ଏବଂ ଅର୍ଘ୍ୟ ଦେଇ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥିଲେ ।

ଏହା ବି ପଢନ୍ତୁ- Chhath puja: କାଳିନ୍ଦୀକୁଞ୍ଜ ଘାଟରେ ପୂଜାର୍ଚ୍ଚନା କଲେ ଲକ୍ଷାଧିକ ଶ୍ରଦ୍ଧାଳୁ, ଦେଖନ୍ତୁ ଭିଡିଓ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ନିଜ ପରିବାରର ସୁଖ ଶାନ୍ତି ସମୃଦ୍ଧି ଲାଗି ଏହି ପୂଜା କରାଯାଏ । ବିଶେଷ କରି ପୂର୍ବ ଭାରତର ଓଡ଼ିଶା ସମେତ ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ପ୍ରମୁଖ ରାଜ୍ୟ ଗୁଡ଼ିକ ଛଟ ପୂଜା ପାଇଁ ବେଶ ପ୍ରସିଦ୍ଧ । ଏହି ଛଟ ପୂଜା ବିହାରୀ ସମ୍ପ୍ରଦାୟର ଗଣପର୍ବ ଭାବରେ ପରିଚିତ । ଏହି ପୂଜା ପାଇଁ ମହାନଦୀ ଏବଂ କାଠଯୋଡି ନଦୀ କୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କାଠଯୋଡ଼ି ନଦୀ କୂଳ ଦେବୀଗଡା ଠାରେ କଟକ ମହାନଗର ଛଟ ପୂଜା ସମିତି ପକ୍ଷରୁ ଛଟ ପୂଜାର ଆୟୋଜନ କରାଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ରାଜ୍ୟ ସମେତ ଉତ୍ତର ଭାରତର ଏହି ପ୍ରସିଦ୍ଧ ଛଟ ପୂଜାକୁ ଦେଶର ଅନେକ ସ୍ଥାନରେ ପାଳନ କରାଯାଇଛି । ନୂଆଦିଲ୍ଲୀ ଉପକଣ୍ଠ କାଳିନ୍ଦୀକୁଞ୍ଜ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ (Chhath puja celebration in North India) ଦେଖିବାକୁ ମିଳିଛି । ଲକ୍ଷାଧିକ ଶ୍ରଦ୍ଧାଳୁ ଘାଟରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.