କଟକ: ସିଲଭର ସିଟି କଟକର ଏବେ ପ୍ରତ୍ୟେକ ଛକରେ ଲାଗିବ ସିସିଟିଭି କ୍ୟାମେରା । ଯାହା ଦ୍ବାରା ସଡ଼କ ସୁରକ୍ଷାକୁ ଆହୁରି ମଜବୁତ କରିହେବ । ଏନେଇ ପୋଲସ କମିଶନରଙ୍କ ସହ ଜାରି ରହିଛି ଆଲୋଚନା । ଏହାସହ ଅନ୍ୟାନ୍ୟ ବିଭାଗକୁ ମଧ୍ୟ ତାଗିଦ କରଯାଇଛି ।
ଦିନକୁ ଦିନ କଟକ ସହରରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କଟକ ସହରର ଅନେକ ଛକ ଓ ଗଳିକନ୍ଦି ରାସ୍ତାରେ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯାଉଛି । ଖୁବଶୀଘ୍ର କଟକ ସହରକୁ ସିସିଟିଭି ସିସିଟିଭି ମାଧ୍ୟମରେ କଣ୍ଟ୍ରୋଲ କରାଯିବ ବୋଲି କହିଛନ୍ତି ଡିସିପି । ତେବେ ଅପରାଧକୁ ରୋକିବା ପାଇଁ ଏଭଳି ଯୋଜନା କରାଯାଇଥିବା କୁହାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ