ETV Bharat / state

କେନାଲକୁ ଖସିଲା କାର, ୨ ଜଣଙ୍କ ମିଳୁନି ପତ୍ତା

ଖୋର୍ଦ୍ଧା-ପୁରୀ ମୁଖ୍ୟ ରାସ୍ତା କେନାଲକୁ ଖସିଲା କାର୍ । ମିଳୁନି ୨ ଜଣଙ୍କ ପତ୍ତା । ଅଧିକ ପଢନ୍ତୁ...

କେନାଲକୁ ଖସିଲା କାର, ୨ ନିଖୋଜ
କେନାଲକୁ ଖସିଲା କାର, ୨ ନିଖୋଜ
author img

By

Published : Nov 4, 2021, 10:25 AM IST

Updated : Nov 4, 2021, 11:08 AM IST

ନିଆଳି: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପୁରୀ ମୁଖ୍ୟ କେନାଲକୁ ଖସିଲା କାର୍ । କାରରେ ଥିବା ୨ ଜଣଙ୍କ ପତ୍ତା ପାଉନାହାନ୍ତି ଉଦ୍ଧାରକାରୀ ଟିମ୍ । ଦୀର୍ଘ ୨ ଘଣ୍ଟା ଧରି ଗଭୀର ଜଳରେ ବୁଡ଼ି ରହିବା ପରେ ଶେଷରେ କ୍ରେନ୍ ଯୋଗେ କାରକୁ ଉଦ୍ଧାର କରା ଯାଇଥିଲେ ମଧ୍ୟ କାରରେ ଥିବା ୨ ଜଣଙ୍କ ପତ୍ତା ମିଳିନାହିଁ ।

କେନାଲକୁ ଖସିଲା କାର, ୨ ଜଣଙ୍କ ମିଳୁନି ପତ୍ତା

କାରରେ ଥିବା ଦୁଇ ବ୍ୟକ୍ତି ହେଉଛନ୍ତି ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦିପ କୁମାର ଏବଂ କର୍ମଚାରୀ ମହେନ୍ଦ୍ର କୁମାର । ବୁଧବାର ରାତି ପ୍ରାୟ ୧୨ ଟା ୧୦ ସମୟରେ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଦୁଇଟି କାର୍ ଶିବ ଶକ୍ତି ନଗରକୁ ଯାଉଥିଲା । ପୁରୀ ମୁଖ୍ୟ କେନାଲ୍‌ ରାସ୍ତାରେ ଗୋଟିଏ କାର୍ ଭାରସାମ୍ୟ ହରାଇ କେନାଲ୍‌ ମଧ୍ୟକୁ ଖସିଯାଇଥିଲା । ସ୍ଥାନୀୟ ସିିକ୍ୟୁରିଟି ଗାର୍ଡ ଏହା ଦେଖି ତୁରନ୍ତ ପୋଲିସ୍‌ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଁଞ୍ଚି କ୍ରେନ୍ ଯୋଗେ କେନାଲରୁ କାରକୁ ଉପରକୁ ଆଣିଥିିଲେ ମଧ୍ୟ ସନ୍ଦିପ ଏବଂ ମହେନ୍ଦ୍ରଙ୍କ ପତ୍ତା ପାଇନାହିଁ । ଖବର ଲେଖା ହେବା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Nov 4, 2021, 11:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.