ETV Bharat / state

ବୋଲବମ ପାଇଁ ପାଣି ଉଠାଇବା ବେଳେ ଭାସିଗଲେ କାଉଡ଼ିଆ: ଜଣେ ନିଖୋଜ, 5 ଉଦ୍ଧାର

author img

By

Published : Jul 16, 2023, 10:47 PM IST

ଜଳଲାଗି ପାଇଁ ଯିବା ବେଳେ ଘଟିଛି ଅଘଟଣ। ନିଆଳି ଥାନା ଦେବୀ ନଦୀର ବଛା ସାଇଲୋ କେତକିଶ୍ବର ମହାଦେବଙ୍କ ନିକଟରୁ ପାଣି ଭାର ଉଠାଇବା ପାଇଁ ଯାଇଥିବାବେଳେ ଜଣେ ନିଖୋଜ ଥିବା ଜଣାପଡିଛି। ଅଧିକ ପଢନ୍ତୁ

ପାଣିରେ ବୁଡ଼ି ବାଳକ ନିଖୋଜ
ପାଣିରେ ବୁଡ଼ି ବାଳକ ନିଖୋଜ

ନିଆଳି: ମାନସିକ ପୂରଣ କରିବା ଆଶାରେ ଜଳଲାଗି ପାଇଁ ଯିବା ବେଳେ ଅଘଟଣ । ଗୋଟିଏ ପରିବାରର ସଦସ୍ୟମାନେ ଶୈବପୀଠରେ ଜଳଲାଗି ପାଇଁ ଯାଇଥିବାବେଳେ ମା' ସମ୍ମୁଖରେ ଭାସି ଯାଇଛି ପୁଅ । ତେବେ ସାନ ପୁଅ ସହ 5 ଜଣ ଉଦ୍ଧାର ହୋଇଥିବାବେଳ ବଡ଼ ପୁଅ ଏବେବି ନିଖୋଜ ରହିଛି । ନିଖୋଜ ନାବାଳକକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି ।‌ କଟକ ଜିଲ୍ଲା ନିଆଳିରେ ଏପରି ଦୁଃଖଦ ଘଟଣା ଘଟିଛି ।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାର ବିଦ୍ଯାଧରପୁର ଅଞ୍ଚଳର ରମେଶ ପ୍ରଧାନଙ୍କ ପତ୍ନୀ ତାଙ୍କର ଦୁଇ ପୁଅଙ୍କ ସହିତ ଶୈବପୀଠକୁ ଜଳଲାଗି ପାଇଁ ଯାଇଥିଲେ । ସେମାନଙ୍କ ସହ ଅଞ୍ଚଳର ଅନ୍ୟ ବୋଲବମ ଶ୍ରଦ୍ଧାଳୁମାନେ ମଧ୍ୟ ଶୈବପୀଠରେ ଜଳ ଲାଗି ପାଇଁ ନଦୀକୁ ଯାଇଥିଲେ । ସମସ୍ତଙ୍କର ଗୋରେଖନାଥ ପୀଠକୁ ଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି ଯାତ୍ରା ଅଧାରେ ରହିଯାଇଛି । ନଦୀରୁ ପାଣି ଉଠାଇବା ସମୟରେ ଅଘଟଣ ଘଟିଥିବା ସୂଚନା ମିଳିଛି ।

କଟକ ଜିଲ୍ଲା ନିଆଳି ଥାନା ଦେବୀ ନଦୀର ବଛା ସାଇଲୋ କେତକିଶ୍ବର ମହାଦେବଙ୍କ ନିକଟରୁ ପାଣି ଭାର ଉଠାଇବା ପାଇଁ ଯାଇଥିଲେ ବିଦ୍ଯାଧରପୁର ଅଞ୍ଚଳର ଲୋକେ । ତେବେ ପାଣି ଭିତରକୁ ୬ ଜଣ ଯାଇଥିବାବେଳେ ଅସାବଧାନତା ଯୋଗୁଁ ପାଣିର ସ୍ରୋତରେ ୬ ଜଣ ଭାସି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ବାରା 5 ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଜଣେ ନାବାଳକ ନଦୀରେ ଭାସି ଯାଇଥିବା ଖବର ମିଳିଛି । ତେବେ ରମେଶ ପ୍ରଧାନଙ୍କ ପତ୍ନୀ ଏବଂ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ଭୋଳାନାଥ ପ୍ରଧାନ ନଦୀ ପାଣିରେ ଭାସି ଯାଇଥିବା ଖବର ପାଇବା ପରେ ଜଗତସିଂହପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଏଯାଏଁ ନିଖୋଜ ନାବାଳକର ସନ୍ଧାନ ମିଳିପାରିନାହିଁ । ରାତି ଅଧିକ ହେବାରୁ ନଦୀରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...ନଦୀରେ ଗାଧୋଇବା ବେଳେ ବୁଡିଗଲେ ୨ ଯୁବକ

ତେବେ ପାଣି ଭାର ନେଇ ଜଗତସିଂହପୁର ଗୋରଖେନାଥ ଯାଇଥାଆନ୍ତେ ରମେଶ ପ୍ରଧାନଙ୍କ ପତ୍ନୀ ଏବଂ ଦୁଇ ପୁଅ । ଆଉ ନଦୀରୁ ପାଣି ଭାର ନେଇ ଶୈବପୀଠରେ ସମସ୍ତେ ଜଳ ଲାଗି କରିଥାଆନ୍ତେ । ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା । ପାଣି ଉଠାଇବା ସମୟରେ ଘଟିଥିଲା ଅଘଟଣ । ମା' ସମ୍ମୁଖରେ ବଡ଼ ପୁଅ ନଦୀ ସ୍ରୋତରେ ଭାସି ଯାଇଛି । ଅପରପକ୍ଷେ ସାନ ପୁଅ ସହ ଆଉ 5 ଜଣ ଉଦ୍ଧାର ହୋଇଥିବାବେଳେ ନିଖୋଜ ବାଳକକୁ ଖୋଜାଖୋଜି କରୁଛି ଅଗ୍ନିଶମ ବିଭାଗ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.