ନିଆଳି: ରାଜ୍ୟରେ ଚାଲିଛି କୃଷକ ମାରଣାନୀତି । ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଦଳର ସଭାନେତ୍ରୀ ପ୍ରଭାତୀ ପରିଡ଼ା ।ଚାଷୀଙ୍କ ଧାନ କିଣୁନାହିଁ ରାଜ୍ୟ ସରକାର । ସରକାର ବିରୁଦ୍ଧରେ ଓ ଚାଷୀଙ୍କ ସାଥିରେ ଭାରତୀୟ ଜନତା ପାର୍ଟି ସର୍ବଦା ରହିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା ।
ଚାଷୀମାନଙ୍କ ଧାନକୁ କଟନିଛଟନୀ ସହ ଚାଷୀଙ୍କ ଧାନକୁ ସରକାର କିମ୍ବା ତାଙ୍କ ଅଧିନରେ ଥିବା ସେବା ସମବାୟ ସମିତି ଧାନ କ୍ରୟ କରୁନାହଁ । ଏପରି ସ୍ଥଳେ ଚାଷୀଙ୍କ ସହ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ