ନିଆଳି: ଅସାବଧାନତା କାରଣରୁ ବାଇକରେ ଲାଗିଲା ନିଆଁ । ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନଥିଲେ ମଧ୍ୟ ବାଇକଟି ପୋଡ଼ି ପାଉଁଶ ହୋଇଯାଇଛି । କଟକ ଜିଲ୍ଲା ନିଆଳି ଗୌରୀ ମେଡିସିନ ଷ୍ଟୋର ନିକଟ ଏକ ଗ୍ୟାସ ୱେଲଡିଂ ଦୋକାନ ରହିଛି । ଗ୍ୟାରେଜ ସମ୍ମୁଖରେ ଏକ ବାଇକରେ ଗ୍ୟାସ ୱେଲ୍ଡିଂ ସମୟରେ ନିଆଁ ଲାଗିଥିବା ଜଣାପଡିଛି । କେହି କିଛି ବୁଝିବା ଆଗରୁ ବାଇକଟି ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି । ଯଦିଓ କାହାର କିଛି କ୍ଷତି ହୋଇନାହିଁ ତେବେ ନିକଟରେ ବହୁ ଦୋକାନ ରହିଛି ବଡ଼ ଅଘଟଣରୁ ସମସ୍ତେ ରକ୍ଷା ପାଇଯାଇଛନ୍ତି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ