କଟକ: ବହୁଚର୍ଚ୍ଚିତ 1999 ବାରଙ୍ଗ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ କାଲି ଗିରଫ କରିଛି କମିଶନରେଟ ପୋଲିସ । ଦୀର୍ଘ 22 ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିବନ ବିଶ୍ବାଳର ପତ୍ନୀ ଗୀତାଞ୍ଜଳି ବିଶ୍ବାଳ।
ବିବନଙ୍କ ସହ କୌଣସି ସମ୍ପର୍କ ନଥିବା ସେ କହିଛନ୍ତି । ୨୨ ବର୍ଷରୁ ସେ ଘରକୁ ଆସିନାହାନ୍ତି ଓ ତାଙ୍କ ସହ କୌଣସି ଯୋଗାଯୋଗ ନଥିଲା ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଗୀତାଞ୍ଜଳୀ । ପୋଲିସ କମିଶନର ମିଛ କହୁଛନ୍ତି ଓ ମତେ ସେ କୌଣସି ଅର୍ଥ ପଠାଉନଥିବା କହିଛନ୍ତି ପତ୍ନୀ। ମୋ ଶଶୁର କୂଳନନ୍ଦନଙ୍କ ଡେଥ୍ ସାର୍ଟିଫିକେଟ ବାହାର କରିବା ପାଇଁ ଆବେଦନ କରାଯାଇଥିଲା ବୋଲି ପତ୍ନୀ ଗୀତାଞ୍ଜଳି ବିଶ୍ବାଳ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ