କଟକ: ବାରଙ୍ଗରେ ନୂତନ ଥାନା ଗୃହ ଉଦଘାଟନ କଲେ ପୋଲସ ଡିଜି ସୁନୀଲ ବଂଶଲ । ଦୀର୍ଘ ଦିନ ଧରି ପୁରାତନ ଥାନାରେ କାମ ଚାଲୁଥିଲାବେଳେ ଆଜି(ଗୁରୁବାର) ଏହି ନୂତନ ଗୃହର ଶୁଭାରମ୍ଭ କରିଛନ୍ତି ପୋଲିସ ଡିଜି ।
ଏହି ଅବସରରେ ପୋଲିସ ଡିଜି କହିଛନ୍ତି, ଯେଉଁ ଅସୁବିଧା ଗୁଡିକ ରହିଥିଲା ସେସବୁ ଦୁରୀଭୂତ ହେବ । ଏହାଛଡା ଭିତ୍ତିଭୂମି ଦିଗରେ ମଧ୍ୟ ଏହି ଥାନା ବେଶ ସ୍ୱଚ୍ଛଳ ବୋଲି କହିଛନ୍ତି ଡିଜି । ତେବେ ଗତକାଲି ବିଡାନାସୀ ଓ ପୁରୀଘାଟ ଥାନା ଉଦଘାଟନ ପରେ ଆଜି ବାରଙ୍ଗର ନୂତନ ଥାନା ଗୃହ ଉଦଘାଟନ କରିଛନ୍ତି ପୋଲିସ ଡିଜି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ