ETV Bharat / state

ଅଟୋ ଓଲଟି ମାଟ୍ରିକ ପରୀକ୍ଷାର୍ଥୀ ଆହତ - ପରୀକ୍ଷା କେନ୍ଦ୍ର ଯିବା ରାସ୍ତାରେ ଓଲଟିଲା ଅଟୋ

କଟକ ନରସିଂହପୁର ଥାନା ଅନ୍ତର୍ଗତ ଜିଲିଣ୍ଡା ଛକରେ ଅଟୋ ଓଲଟି ଆହତ ହୋଇଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ...

auto overturns on way to exam center, cuttack latest news, matric exam candidates injured in accident, କଟକ ଲାଟେଷ୍ଟ ନ୍ୟୁଜ୍‌, ପରୀକ୍ଷା କେନ୍ଦ୍ର ଯିବା ରାସ୍ତାରେ ଓଲଟିଲା ଅଟୋ, ସଡକ ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଆହତ
ଅଟୋ ଓଲଟି ମାଟ୍ରିକ ପରୀକ୍ଷାର୍ଥୀ ଆହତ
author img

By

Published : Feb 23, 2020, 5:13 AM IST

କଟକ: କଟକ ନରସିଂହପୁର ଥାନା ଅନ୍ତର୍ଗତ ଜିଲିଣ୍ଡା ଛକରେ ଅଟୋ ଓଲଟି ଆହତ ହୋଇଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ଯୋଡୁମ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଏହି ଅଟୋରେ ମାଟ୍ରିକ ପରୀକ୍ଷା ଦେବା ପାଇଁ କମଳାଡିହ ସେଣ୍ଟରକୁ ଯାଉଥିଲେ। ହେଲେ ରାସ୍ତାରେ ଜିଲିଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା । ଫଳରେ ଅଟୋରେ ବସିଥିବା 6 ଜଣ ପରୀକ୍ଷାର୍ଥୀ ଆହତ ହୋଇଥିଲେ।

ଅଟୋ ଓଲଟି ମାଟ୍ରିକ ପରୀକ୍ଷାର୍ଥୀ ଆହତ

ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିଲା। ସେପଟେ ମେଡ଼ିକାଲ ବେଡ଼ରୁ ଉଠି ଅନ୍ୟ ଏକ ଗାଡି ସାହାଯ୍ୟରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଥିଲେ ଆହତ ପରୀକ୍ଷାର୍ଥୀ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.