ETV Bharat / state

ପୂର୍ବ ଶତ୍ରୁତାରୁ ଖଣ୍ଡଯୁଦ୍ଧ, ମହିଳାଙ୍କୁ ମରଣାତ୍ମକ ଆକ୍ରମଣ

author img

By ETV Bharat Odisha Team

Published : Oct 17, 2023, 7:09 AM IST

ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡଯୁଦ୍ଧ । ମହିଳାଙ୍କୁ ମରଣାତ୍ମକ ଆକ୍ରମଣ । ଗୁରୁତର ମହିଳା କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଭୟରେ ପରିବାର ଲୋକେ ।‌ ଅଧିକ ପଢ଼ନ୍ତୁ

ପୂର୍ବ ଶତ୍ରୁତାରୁ ଖଣ୍ଡଯୁଦ୍ଧ, ମହିଳାଙ୍କୁ ମରଣାତ୍ମକ ଆକ୍ରମଣ
ପୂର୍ବ ଶତ୍ରୁତାରୁ ଖଣ୍ଡଯୁଦ୍ଧ, ମହିଳାଙ୍କୁ ମରଣାତ୍ମକ ଆକ୍ରମଣ
ପୂର୍ବ ଶତ୍ରୁତାରୁ ଖଣ୍ଡଯୁଦ୍ଧ, ମହିଳାଙ୍କୁ ମରଣାତ୍ମକ ଆକ୍ରମଣ

ନିଆଳି: ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡଯୁଦ୍ଧ । ମହିଳାଙ୍କୁ ମରଣାତ୍ମକ ଆକ୍ରମଣ । ଗୁରୁତର ମହିଳା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଭୟରେ ପରିବାର ଲୋକେ ।‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।‌ ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ତିହୁଡ଼ି ପଞ୍ଚାୟତସ୍ଥିତ ପାରିମାଳ ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ମାରଣାସ୍ତ୍ର ଧରି ସେହି ଗ୍ରାମର ମମତା ଲେଙ୍କାଙ୍କ ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ । ଘରେ କେହି ପୁରୁଷ ନଥିବାର ବେଳେ ପ୍ରଥମେ ମମତା ଲେଙ୍କାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସେହିପରି ମମତାଙ୍କ ଦୁଇ ବୋହୂଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ବେଳେ ସେମାନେ ଆହତ ହୋଇଛନ୍ତି । ଏହାସହ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗାଡ଼ି, ଘର ଓ ବିଭିନ୍ନ ଆସବାବପତ୍ର ନଷ୍ଟ କରିଛନ୍ତି ତଥା ଭାଙ୍ଗି ଦେଇଛନ୍ତି । ସେପଟେ ମମତା ଗୁରୁତର ଅବସ୍ଥାରେ ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ପୁଣି ଅଶାନ୍ତ ପାଲଟିଲା ଗଞ୍ଜାମ, 24 ଘଣ୍ଟାରେ ଗଡ଼ିଲା ଦୁଇଟି ମୁଣ୍ଡ

ତେବେ ମମତାଙ୍କ ବୋହୁ ଲିଜା ମଲ୍ଲିକ ନିଆଳି ଥାନାରେ ଏନେଇ ଏତଲା ଦେବାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆହତ ପରିବାର ଦାବି କରିଥିବ ବେଳେ ଏଭଳି ଆକ୍ରମଣରେ ପରିବାର ଲୋକ ଭୟଭୀତ ହୋଇ ପଡ଼ିଛନ୍ତି । ସେପଟେ ଏସମ୍ପର୍କରେ ନିଆଳି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।‌

ପୂର୍ବରୁ ମଧ୍ୟ ନିଆଳି ଥାନା ଅଞ୍ଚରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଗୋଟିଏ ଗୋଷ୍ଠୀର 60 ରୁ 70 ଜଣଙ୍କ ମରଣାତ୍ମକ ଆକ୍ରମଣ ଫଳରେ ଅନ୍ୟ ଏକ ଗୋଷ୍ଠୀର 8 ଜଣ ଆହତ ହୋଇଥିଲେ । ଦଳିତ ଶ୍ରେଣୀର 8 ଜଣ ଲୋକ ନିଜ ଜମିକୁ ବିରି ବୁଣିବାକୁ ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକ ବୋମାମାଡ଼ କରିବା ସହ ଆକ୍ରମଣ କରିଥିଲେ । ଯେଉଁଥିରେ 5 ଜଣ ଆହତ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇ ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ 3 ଜଣଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ଥିବାରୁ ସେମାନେ କଟକ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ନିଆଳି ପୋଲିସ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଥିବା ବେଳେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଥିଲା । ଏନେଇ ଜାତୀୟ ଦଳିତ ଆସିବାସୀ ମହାସଙ୍ଘ ପକ୍ଷରୁ ଆସନ୍ତା ୧୯ ତାରିଖ ଦିନ ନିଆଳି ଥାନା ଘେରାଉ କରିବ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.