ETV Bharat / state

Elephant Dies in Athagarh: ସଙ୍କଟରେ ଗଜରାଜ, ଆଠଗଡ଼ ବନଖଣ୍ଡରେ ଆଉ ଏକ ଦନ୍ତାର ମୃତ୍ୟୁ - ଆଠଗଡ଼ ବନଖଣ୍ଡ

ଆଠଗଡରେ ପୁଣି ସାମ୍ନାକୁ ଆସିଲା ହାତୀ ମୃତ୍ୟୁ ଘଟଣା । ଆଠଗଡ଼ ବନଖଣ୍ଡରେ ଚାଲିଗଲା ଆଉ ଏକ ଦନ୍ତା ହାତୀର ଜୀବନ । ଅଧିକ ପଢନ୍ତୁ

another elephant died in Athagarh forest division

author img

By ETV Bharat Odisha Team

Published : Oct 26, 2023, 2:21 PM IST

Updated : Oct 26, 2023, 2:26 PM IST

another elephant died in Athagarh forest division

କଟକ: ପୁଣି ଆଠଗଡରେ ହାତୀ ମୃତ୍ୟୁ । ଆଠଗଡ଼ ବନଖଣ୍ଡରେ ଚାଲିଗଲା ଆଉ ଏକ ଦନ୍ତା ହାତୀର ଜୀବନ । ଆଠଗଡ ବନାଞ୍ଚଳ ଜେନାପଦା ବିଟ ଅଂଶୁପା ରାସ୍ତା ପେଟ୍ରୋଲ ଟାଙ୍କି ନିକଟ କାଜୁ ଜଙ୍ଗଲ ନିକଟରେ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ହାତୀଟିର ଦୁଇରୁ ତିନି ଦିନ ତଳେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଦନ୍ତା ହାତୀର କିଭଳି ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହାତୀର ବୟସ ହୋଇଯାଇଥିବାରୁ ସ୍ୱାଭାବିକ ମୃତ୍ୟୁ ହୋଇଥିବା ଆଠଗଡ଼ ରେଞ୍ଜ ଅଫିସର କହିଛନ୍ତି । ଦନ୍ତା ହାତୀର ବୟସ ପ୍ରାୟ 30 ବର୍ଷ ହେବ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଆଠଗଡ଼ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ହାତୀ ମୃତ୍ୟୁ ଥମୁନଥିବା ବେଳେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ହାତୀ ମାନଙ୍କ ମୃତ୍ୟୁ ରୋକିବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ହାତୀଙ୍କ ସୁରକ୍ଷା ପ୍ରସଙ୍ଗରେ ଗଠିତ ଜଏଣ୍ଟ ଟାସ୍କ ଫୋର୍ସ ସହ ଆବେଦନାକାରୀଙ୍କ ଓକିଲ ମାନଙ୍କୁ ନେଇ ଏକ ମିଳିତ ବୈଠକ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 11 ତାରିଖ ଅପରାହ୍ନ 4ଟା 30 ମିନିଟରେ ହାଇକୋର୍ଟ ଓ଼ଲ୍ଡ ବିଲଡିଂ କନଫରେନ୍ସ ହଲରେ ଏହି ବୈଠକ ଅନୁଷ୍ଠିତ ହେବ । ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟଙ୍କ ସହ ମାମଲା ଗୁଡିକରେ ନିୟୋଜିତ ଓକିଲମାନେ ଉପସ୍ଥିତ ରହିବେ। ହାତୀ ମୃତ୍ୟୁ ରୋକିବା ଦିଗରେ ଜଏଣ୍ଟ ଟାସ୍କ ଫୋର୍ସ କଣ ପଦକ୍ଷେପ ନେଇଛି ଏବଂ ଆଉ କଣ କରାଗଲେ ହାତୀମୃତ୍ୟୁ ରୋକାଯାଇପାରିବ ସେ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବନ କାର୍ଯ୍ୟାଳୟରେ ଅଭିଯୁକ୍ତ ମୃତ୍ୟୁ ମାମଲା, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ

ବିଦ୍ୟୁତ୍ ଜନିତ ହାତୀ ମୃତ୍ୟୁକୁ କିପରି ରୋକା ଯାଇପାରିବ, ସେନେଇ ବୈଠକ ମାଧ୍ୟମରେ ସମାଧାନର ବାଟ କରିବା ଉପରେ ପୂର୍ବ ଶୁଣାଣି ରେ କୋର୍ଟ ଗୁରୁତ୍ୱ ଦେଇଥିଲେ । ଏନେଇ TPCODL, JTF ଅଧ୍ୟକ୍ଷଙ୍କୁ ନେଇ ବୈଠକ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ଦୁଇ ମାସ ମଧ୍ୟରେ ୧୮ ଟି ହାତୀ ଓ ୨୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲା JTF । ତେବେ ବିଦ୍ୟୁତ୍ ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ୟୁନିଫର୍ମ ପ୍ଲାନ୍ ଅଫ ଆକ୍ସନ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୬ ଲକ୍ଷ ଟଙ୍କା କରାଯାଇଥିବା ସତ୍ୟପାଠ ଦାଖଲ କରି ଜବାବ ଦେଇଥିଲେ JTF । ତେବେ ମୃତ୍ୟୁର ୪୦ ଦିନ ମଧ୍ୟରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମୋଟ ୧୪ଟି ହାତୀ କରିଡ଼ର ଚିହ୍ନଟ ହୋଇଥିବା ବେଳେ ୪ଟି ନୋଟିଫାଇ କରାଯାଇଛି ବୋଲି କୋର୍ଟଙ୍କୁ JTF ଅବଗତ କରିଥିଲା ।

ସେହିପରି ହାତୀ କରିଡର କରିବା ବିଜ୍ଞପ୍ତି ମାମଲାରେ NGTଙ୍କ ଆଦେଶ ଉପରେ ପୂର୍ବରୁ ରହିତାଦେଶ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଗତ ଏପ୍ରିଲ ୬ ତାରିଖରେ NGT, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (pccf)ଙ୍କୁ ନୋଟିସ ଜାରି କରି ମାସକ ମଧ୍ୟରେ ହାତୀ କରିଡର ପାଇଁ ବିଜ୍ଞପ୍ତି ଜାରି କରିବାକୁ ନିର୍ଦେଶ ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ରାଜ୍ୟ ସରକାର, ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ ହାଇକୋର୍ଟ ପୂର୍ବରୁ ଏହି ମାମଲାର ଶୁଣାଣି କରି NGTଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି କୋର୍ଟ । ସେପର୍ଯ୍ୟନ୍ତ NGT pccfଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ନାହିଁ ବୋଲି କୋର୍ଟ ରାୟ ଶୁଣାଇଥିଲେ ।

ଇଟିଭି ଭାରତ, କଟକ

Last Updated : Oct 26, 2023, 2:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.