ETV Bharat / state

Hockey World Cup: ବାରବାଟୀରେ ଉଦଘାଟନୀ ଉତ୍ସବ, ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ

author img

By

Published : Jan 7, 2023, 10:41 PM IST

ପୁରୁଷ ହକି ବିଶ୍ବକପ ପାଇଁ ସଜେଇ ହେଉଛି ଓଡ଼ିଶା (FIH Men's Hockey World Cup 2023)। ବାରବାଟୀ ଷ୍ଟାଡିୟମରେ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ଆୟୋଜିତ ହେବାକୁ ଥିବା ବେଳେ ସେଦିନ ଷ୍ଟାଡିୟମ ବାହାରେ ଓ ଭିତରେ ସୁରକ୍ଷା ଦାୟିତ୍ବରେ ୨୦୦ ଅଫିସର ଓ ୫୦ ପ୍ଲାଟୁନ ଫୋର୍ସକୁ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

Hockey World Cup 2023
Hockey World Cup 2023
HockeyWorldCup: ବାରବାଟୀରେ ଉଦଘାଟନୀ ଉତ୍ସବ, ସୁରକ୍ଷା ଦାୟିତ୍ବରେ ୨୦୦ ଅଫିସର ୫୦ ପ୍ଲାଟୁନ ଫୋର୍ସ

କଟକ: ଆସନ୍ତା ୧୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ (FIH Men's Hockey World Cup 2023)ର ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ। ଦିନ ଯେତିକି ପାଖଉଛି ହକି ବିଶ୍ବକପ ଉଦଘାଟନୀ ଉତ୍ସବକୁ ନେଇ ଉଷ୍ମତା ସେତିକି ବଢୁଛି। ବାରବାଟୀ ଷ୍ଟାଡିୟମ (Barabati Stadium)ରେ ଉଦଘାଟିତ ହେବାକୁ ଥିବା ହକି ବିଶ୍ବକପ ଉତ୍ସବ ପାଇଁ କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ସୁରୁଖୁରୁରେ ଉଦଘାଟନୀ ଉତ୍ସବ କରିବା ଲାଗି ୨୦୦ ଅଫିସରଙ୍କ ସମେତ ୫୦ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ଉତ୍ସବ ଦିନ ଷ୍ଟାଡିୟମ ବାହାରେ ଓ ଭିତରେ ପ୍ରାୟ ୫୦ ପ୍ଲାଟୁନ ପୋଲିସ ସହ ମୁତୟନ ହେବେ ୨୦୦ ଅଫିସର ନିୟୋଜିତେ ହେବେ । ସେହିଭଳି ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଦର୍ଶକମାନେ ଖାଦ୍ୟ ପଦାର୍ଥ, ପାଣି ବୋତଲ ନେଇ ପାରିବେ ନାହିଁ। ଷ୍ଟାଡିୟମ ଭିତରେ ଦର୍ଶକମାନଙ୍କ ଲାଗି ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି। ଉତ୍ସବ ଦିନ ସାଧାରଣ ଦର୍ଶକ ପାଇଁ ଦିନ ୨ଟାରୁ ଷ୍ଟାଡିୟମ ଖୋଲା ରହିବା । ତେବେ ଉତ୍ସବରେ ବହୁ ଲୋକ ସମାଗମ ହେବାକୁ ଥିବାରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି କଟକ ଡିସିପି କହିଛନ୍ତି ।

ଏହା ବି ପଢନ୍ତୁ- A2Z ସଂସ୍ଥା ଉପରେ ପୁଣି ଚଢ଼ାଉ, ୪ ଯୁବତୀ ଅଟକ

ସୁରକ୍ଷା ବ୍ୟବସ୍ଥାକୁ ଯେପରି କଡ଼ାକଡ଼ି କରାଯିବ ସେନେଇ ସମସ୍ତ ପ୍ରସ୍ତୁତ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଉଭୟ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବରେ ନିର୍ମାଣ ହୋଇଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ୨୦ ହଜାରରୁ ଊର୍ଦ୍ଧ୍ବ ଦର୍ଶକ ବସିବା ପାଇଁ ସ୍ଥିର ହୋଇଛି । ୨୦୧୮ ମସିହାରେ ଓଡ଼ିଶାରେ ହକିର କ୍ରେଜ ଯେତିକି ରହିଥିଲା ତାହା ୨୦୨୩ରେ ଦ୍ବିଗୁଣିତ ହୋଇଛି ।

ତେବେ ଆସନ୍ତା ହକି ବିଶ୍ବକପ ବେଶ ଉଚ୍ଚକୋଟୀର ହେବ । ଅନ୍ୟପଟେ ୧୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ଏହି ଉଦଘାଟନୀ ଉତ୍ସଵ ଅନୁଷ୍ଠିତ ହେଵ। ଉଦଘାଟନୀ ଉତ୍ସଵର ପ୍ରସ୍ତୁତି ପାଇଁ ପ୍ରତିଦିନ ସମୀକ୍ଷା କରୁଛି କ୍ରୀଡା ବିଭାଗ । ତେବେ ଷ୍ଟାଡିୟମ ସୌନ୍ଦଯ୍ୟକରଣ, ଟ୍ରାଫିକ ବ୍ୟବସ୍ଥା, ପରିମଳ, ଜଳ ଯୋଗାଣ ଆଦିକୁ ନେଇ ଘନ ଘନ ବୈଠକରେ ଆଲୋଚନା ମଧ୍ୟ ହେଉଛି । ହକି ମହାକୁମ୍ଭ ଲାଗି ସିଲଭରସିଟି ସଜେଇ ହୋଇଥିବା ବେଳେ ଉଦଘାଟନୀ ଉତ୍ସବକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.