ଭୁବନେଶ୍ବର: ରାଜ୍ୟରେ ତାଣ୍ଡବ ଖେଳାଇବା ପରେ ଗାଏବ ହୋଇଯାଇଥିଲା ସାମୁଦ୍ରିକ ଝଡ "ଫନି" । ଆଉ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡିଶା ବିଶେଷ କରି ପୁରୀ ଏବଂ ରାଜଧାନୀରେ ହୋଇଥିଲା ବ୍ୟାପକ ପରିମାଣର କ୍ଷୟକ୍ଷତି । ଏହି ଝଡ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଥିଲେ ରାଜ୍ୟ ସରକାର । ଆଉ ଏହି ମର୍ମରେ ଝଡ ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଥିଲା ପୁନରୁଦ୍ଧାର କାର୍ଯ୍ୟ ।
ଅନ୍ୟପଟେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠି କହିଛନ୍ତି, କେନ୍ଦ୍ରୀୟ ଟିମକୁ ଏ ସମ୍ପର୍କିତ ରିପୋର୍ଟ ଦିଆଯାଇଛି । ଦୀର୍ଘମିଆଦି ପ୍ରକଳ୍ପ ଉପରେ ଆଲୋଚନା ହୋଇଛି । ସହରକୁ ହୋର୍ଡିଂ ମୁକ୍ତ କରାଯିବ । ଏହା ଯୋଗୁଁ ଅନେକ କ୍ଷୟକ୍ଷତି ହେଉଛି । ଅଣ୍ଡର ଗ୍ରାଉଣ୍ଡ କେବଲିଂ ମୁଖ୍ୟତଃ ଆବଶ୍ୟକ । ମୌସୁମୀ ଆସିବା ଆଗରୁ ଗତକାଲି 200 କୋଟିର ସହାୟତା ରାଶି ପୁରୀ ଜିଲ୍ଲାପାଳଙ୍କୁ ଦିଆଯାଇଛି । ଭାଙ୍ଗି ଯାଇଥିବା ଘରର ମରାମତି ପାଇଁ ସହାୟତା ମଧ୍ୟ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ