ETV Bharat / state

ତାତିଲେ ସ୍ମାର୍ଟସିଟି ଛାତ୍ର, ଲାଇବ୍ରେରୀରେ କଲେ ତୁମ୍ବିତୋଫାନ

ପାଠ ପଢିବାକୁ ଟେନସନରେ ସ୍ମାର୍ଟସିଟି ଛାତ୍ରଛାତ୍ରୀ । ବିଦ୍ୟୁତ ନଥିବାକୁ ଛାତ୍ରଛାତ୍ରୀ ଅନେକ ସମସ୍ୟା ଭୋଗୁଛନ୍ତି । ଏପଟେ ରାଜ୍ୟ ଇବ୍ରେରୀରେ ଚାଲିଛି ଏକଚାଟିଆ ଶାସନ । ଏହାକୁ ପ୍ରତିବାଦ କରି ଲାଇବ୍ରେରୀ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ ।

author img

By

Published : May 11, 2019, 7:48 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଫନି ପରେ ପାଠ ପଢିବାକୁ ଆଲୋକ ସନ୍ଧାନରେ ଛାତ୍ରଛାତ୍ରୀ । କେଉଁଠି ଓ କିପରି ପାଠ ପଢିବେ ସେଥିପାଇଁ ଚିନ୍ତାରେ । ବିଦ୍ୟୁତ ଆଲୁଅରେ ପାଠ ପଢିବାକୁ ବହୁ ଆଶାରେ ରାଜ୍ୟ ଲାଇବ୍ରେରୀକୁ ଆସିଥିଲେ । ହେଲେ ଏଠି ବି ସମାନ ପରିସ୍ଥିତି । ଏଥିରେ ଉତ୍ତେଜିତ ହୋଇ କର୍ତ୍ତୁପକ୍ଷଙ୍କ ଅବହେଳା ଓ ଦୁର୍ନୀତି ଅଭିଯୋଗ ଦର୍ଶାଇ ଲାଇବ୍ରେରୀ ଗେଟରେ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ ।

library
ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ବାତ୍ୟା ପ୍ରଭାବରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ବିଭିନ୍ନ ଏଣ୍ଟ୍ରାନ୍ସ ଓ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କ ଗୋଟିଏ ସାହାରା ରାଜ୍ୟ ଲାଇବ୍ରେରୀ । ହେଲେ ଏଠି କିନ୍ତୁ ଅଲଗା ସ୍ଥିତି ।

ଏପରିକି ଏଠାରେ 2ଟି ଡିଜି ସେଟ ଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ନ ଲଗାଇ ଏଥିରେ ପଡ଼ିବାକୁ ଆସୁଥିବା ତେଲକୁ ହଡପ କରିଦିଅନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ବାରମ୍ବାର କହିବା ସତ୍ତ୍ବେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଏମାନେ ଲାଇବ୍ରେରୀ ଗେଟରେ ତାଲା ପକାଇଛନ୍ତି । ଫଳରେ ଏଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଯୁକ୍ତିତର୍କ ହେବାରୁ ଲାଇବ୍ରେରୀ ଆଟେଣ୍ଡାଣ୍ଟ କେତେକ ଛାତ୍ରଙ୍କୁ ମାଡ଼ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏଥିରେ ଗରମ ହୋଇ ଛାତ୍ରଛାତ୍ରୀ କୌଣସି କର୍ମଚାରୀଙ୍କୁ ଲାଇବ୍ରେରୀ ଭିତରୁ କିମ୍ବା ବାହାରକୁ ଛାଡି ନଥିଲେ । ଯଥାଶୀଘ୍ର ଏହାର ସମାଧାନ କରିବା ସହିତ ଆଟେଣ୍ଡାଣ୍ଟ କ୍ଷମା ପାର୍ଥନା କରନ୍ତୁ ବୋଲି ଛାତ୍ରମାନେ ଦାବି କରିଥିଲେ । ଯଦି ଦାବି ପୂରଣ ନ ହୁଏ ତେବେ ଆମେ ରାଜରାସ୍ତାକୁ ଓଲ୍ଲାଇବାକୁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ଏ ବିଷୟରେ ଲାଇବ୍ରେରୀଆନଙ୍କ ମତ ନେବାକୁ ଚାହିଁବାରୁ, ଘଟଣା ନେଇ କହିବାକୁ ଉପଯୁକ୍ତ ଅଧିକାରୀ ନାହାଁନ୍ତି କହି କଥା କାଟିଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ଭୁବନେଶ୍ୱର:ବାତ୍ୟା ଫୋନି ରେ ଅନ୍ୟ ଅତ୍ୟାବଶ୍ୟକ ସେବା ଭଳି ବିଜୁଳି ସେବା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ତେଣୁ ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନେ ଅନେକ ହଇରାଣ ହେବା ପରେ ରାଜ୍ୟ ଲାଇବ୍ରେରୀ କୁ ପଢିବାକୁ ଆସିଥିଲେ।କାରଣ ଏଠାରେ ସେମାନଙ୍କ ପ୍ରସ୍ତୁତି ପାଇଁ ବ୍ୟବସ୍ଥା ଥିବାରୁ ଅନ୍ୟ ସମୟମାନଙ୍କରେ ମଧ୍ୟ ଏଠାରେ ପଢ଼ନ୍ତି।ତେବେ ବାତ୍ୟା ପରେ ଏଠାରେ ଏପର୍ଯ୍ୟନ୍ତ ଲାଇନ ଆସିନାହିଁ ,ଯାହା ପାଇଁ ସେମାନେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିବା କହିଛନ୍ତି।
ଏପରିକି ଏଠାରେ 2ଟି ଡିଜି ସେଟ ଥିଲେ ମଧ୍ୟ କତ୍ତୃପକ୍ଷ ଏହାକୁ ନ ଲଗାଇ ଏଥିରେ ପଡ଼ିବାକୁ ଆସୁଥିବା ତେଲ କୁ ଲୁଟି ନେଉଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।ବାରମ୍ବାର କହିବା ସତ୍ୱେ କତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଆଜି ସେମାନେ ଲାଇବ୍ରେରୀ ଗେଟ ରେ ତାଲା ପକାଇ ଥିଲେ।ଯାହାଫଳରେ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏମିତିକି ଏହାକୁ ନେଇ ଯୁକ୍ତିତର୍କ ହେବାରୁ ଲାଇବ୍ରେରୀ ଆଟେଣ୍ଡାଣ୍ଟ କେତେକ ଛାତ୍ରଙ୍କୁ ମାଡ଼ମାରିଥିବା ସେମାନେ ଅଭିଯୋଗ କରିଛନ୍ତି।ଏହାକୁ ନେଇ ସେମାନେ କୌଣସି କର୍ମଚାରୀ ଙ୍କୁ ଲାଇବ୍ରେରୀ ଭିତରୁ ବାହାରକୁ କିମ୍ବା ବାହାରୁ ଭିତରକୁ ଛାଡି ଦେଇ ନଥିଲେ।ଯଥାଶୀଘ୍ର ଏହାର ସମାଧାନ କରିବା ସହିତ ଆଟେଣ୍ଡାଣ୍ଟ କ୍ଷମା ପାର୍ଥନା କରିବାକୁ ସେମାନେ ଦାବି କରି ବସିଥିଲେ।ଏହା ନ ହେଲେ ସେମାନେ ରାଜରାସ୍ତାକୁ ଓଲ୍ଲାଇବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।
ଏ ବିଷୟରେ ଲାଇବ୍ରେରୀଆନ ଙ୍କ ମତ ନେବାକୁ ଚାହିଁବାରୁ ସେ ଏନେଇ କହିବାକୁ ଉପଯୁକ୍ତ ଅଧିକାରୀ ନୁହନ୍ତି କହି ଏଡାଇ ଯାଇଥିଲେ। 
Laxmikanta Das
Bhubaneswar
Visual already sent by WhatsApp
Byte 1-Biswanath
Byte 2-
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.