ETV Bharat / state

3ଟି ପାସେଞ୍ଜର ଟ୍ରେନର ବିକଳ୍ପ, ‘ମେମୁ ଟ୍ରେନ’ - ମେମୁ ଟ୍ରେନ

ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର, ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ଓ ଭୁବନେଶ୍ବର-ପଲାସା-ଭୁବନେଶ୍ବର ପାସେଞ୍ଜର ଟ୍ରେନ ବଦଳରେ ଚାଲିବ ‘ମେମୁ ଟ୍ରେନ’ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 18, 2019, 10:32 PM IST

ଭୁବନେଶ୍ବର: ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର, ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ଓ ଭୁବନେଶ୍ବର-ପଲାସା-ଭୁବନେଶ୍ବର ପାସେଞ୍ଜର ଟ୍ରେନ ବଦଳରେ ଚାଲିବ ‘ମେମୁ ଟ୍ରେନ’ । ଚଳିତ ସପ୍ତାହଠାରୁ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନ ବଦଳରେ ତିନୋଟି ପାସେଞ୍ଜର ଟ୍ରେନ ଯଥା ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର, ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ଓ ଭୁବନେଶ୍ବର-ପଲାସା-ଭୁବନେଶ୍ବର ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି ।

memu train, bhubaneswar, passenger,ଭୁବନେଶ୍ବର, ମେମୁ ଟ୍ରେନ, ପାସେଞ୍ଜର ଟ୍ରେନ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ନୂତନ ‘ମେମୁ ଟ୍ରେନ’ ପ୍ରଚଳନ ହେବା ପରେ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନକୁ ଅପସାରଣ କରାଯିବ ଏବଂ ନୂତନ ନମ୍ବର ହୋଇ ଟ୍ରେନ ଚଳାଚଳ କରିବ । 68408/68407 ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ମେମୁ ଭୁବନେଶ୍ବରଠାରୁ ଚଳିତ ମାସ 20 ତାରିଖରୁ ଏବଂ ଭଦ୍ରକଠାରୁ ଚଳିତ ମାସ 21 ତାରିଖରୁ, ଚଳାଚଳ କରିବ । ସେହିପରି 68411/68412 ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ମେମୁ ଉଭୟ ଦିଗରୁ ଚଳିତ ମାସ 21 ତାରିଖରୁ ଏବଂ 68419/68420 ଭୁବନେଶ୍ବର-ପଲାସା-ଭୁବନେଶ୍ବର ମେମୁ ଭୁବନେଶ୍ବରଠାରୁ ଚଳିତ ମାସ 21 ତାରିଖରୁ ଏବଂ ପଲାସାଠାରୁ ଚଳିତ ମାସ 22 ତାରିଖରୁ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନ ବଦଳରେ ଚଳାଚଳ କରିବ ।

ଟ୍ରେନ ଗୁଡିକର ରକ୍ଷଣାବେକ୍ଷଣ ଦିନମାନଙ୍କରେ ଦୈନିକ ଯାତ୍ରୀମାନଙ୍କର ସୁବିଧା ପାଇଁ ପୂର୍ବ ପ୍ରଚଳିତ ଲୋକାଲ ଟ୍ରେନ ଚଳାଚଳ କରିବ । ଏହି ମେମୁ ଟ୍ରେନଗୁଡିକ ପୂର୍ବରୁ ଚଳାଚଳ କରୁଥିବା ଲୋକାଲ ପାସେଞ୍ଜର ଟ୍ରେନ ସମୟସାରଣୀ ଅନୁଯାୟୀ ଯାତ୍ରା କରିବ ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.