ETV Bharat / state

ଭାରତୀୟ ଡ଼ାକର ସଫଳତାକୁ ପ୍ରକାଶ କଲେ ମୁଖ୍ୟ ଡ଼ାକପାଳ - ଡ଼ାକ

ଓଡ଼ିଶାରେ ଭାରତୀୟ ଡ଼ାକ ହାସଲ କରିଛି ଅଗ୍ରଣୀ ସଫଳତା । ନୂତନ ହିତାଧିକାରୀଙ୍କ ଖାତା ଖୋଲିବା ଠାରୁ ଆରମ୍ଭ କରି ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ ପ୍ରିମିୟମ ଆଦାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଗତବର୍ଷ ତୁଳନାରେ ଯଥେଷ୍ଟ ଅଧିକ ରାଜସ୍ୱ ସଂଗ୍ରହ କରିବାରେ ସଫଳ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି , ଭୁବନେଶ୍ବର
author img

By

Published : Jun 11, 2019, 3:20 AM IST

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କ ଜୀବନ ଜୀବିକାର ମୁଖ୍ୟ ଭୂମିକା ନିର୍ବାହ କରିବା ସହ ଅନବରତ ସେବା ଯୋଗାଇ ଆସୁଛି ଭାରତୀୟ ଡାକ । ଚଳିତ ବର୍ଷରେ ଅନେକ ଆର୍ଥିକ ଉପଲବ୍ଧି ହାସଲ କରିବାରେ ସଫଳ ମଧ୍ୟ ହୋଇଛି । ନୂତନ ହିତାଧିକାରୀଙ୍କ ଖାତା ଖୋଲିବା ଠାରୁ ଆରମ୍ଭ କରି ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ ପ୍ରିମିୟମ ଆଦାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଗତବର୍ଷ ତୁଳନାରେ ଯଥେଷ୍ଟ ଅଧିକ ରାଜସ୍ୱ ସଂଗ୍ରହ କରିବାରେ ସଫଳ ହୋଇଛି । ସେହିଭଳି ବିଗତ 30 ବର୍ଷ ପରେ ଓଡ଼ିଶାରେ 2ଟି ନୂଆ ଡିଭିଜନ ସୃଷ୍ଟି କରି ଏହି ସେବାକୁ ଆହୁରି ସମୃଦ୍ଧ କରିବାକୁ ପ୍ରୟାସ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି , ଭୁବନେଶ୍ବର
ସୋମବାର ସ୍ଥାନୀୟ ମୁଖ୍ୟ ଡାକପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଡାକପାଳ ଡ଼ ସନ୍ତୋଷ କୁମାର କାମିଲା ଏହା ପ୍ରକାଶ କରିଛନ୍ତି । ଗତ ଏପ୍ରିଲ 1 ତାରିଖରେ ନୂଆ କରି ସୃଷ୍ଟି ହୋଇଥିବା ରାୟଗଡା ପୋଷ୍ଟାଲ ଡିଭିଜନ କାର୍ଯ୍ୟ ଆରମ୍ଭ କରିଥବା ବେଳେ ଆଜି ରାଉରକେଲା ପୋଷ୍ଟାଲ ଡିଭିଜନ କାର୍ଯ୍ୟ ଆରମ୍ଭ କରିବ ବୋଲି ସେ କହିଛନ୍ତି । ଯାହା ଫଳରେ ଓଡ଼ିଶାରେ ପୂର୍ବରୁ ଥିବା ପୋଷ୍ଟାଲ ଡିଭିଜନ ସଂଖ୍ୟା 18 ରୁ ବୃଦ୍ଧି ପାଇ 20 ରେ ପହଞ୍ଚିଥିବା ସେ କହିଛନ୍ତି।

ସେହିପରି ଚଳିତ ବର୍ଷ ଅନ ଲାଇନ ଜରିଆରେ 4 ହଜାର 392 ଗ୍ରାମୀଣ ଡାକ ସେବକ ନିଯୁକ୍ତି ଦିଆଯାଇଛି । ବିଭିନ୍ନ ସ୍ମାରକୀ ମୁଦ୍ରା ଯଥା ଗତ ହକି ବିଶ୍ୱକପ, ପାଇକ ବିଦ୍ରୋହ, ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ଲାଟିନମ ଜୟନ୍ତୀ ସ୍ମାରକୀ ସମେତ 45 ଟି ସ୍ୱତନ୍ତ୍ର କଭର ମଧ୍ୟ ଉନ୍ମୋଚିତ ହୋଇଛି । ସେହିପରି ଏହି ସମୟ ମଧ୍ୟରେ 4ଟି 'ମୋ' ଟିକେଟ କାଉଣ୍ଟର ମଧ୍ୟ ଖୋଲା ଯାଇଥିବା ସେ ପ୍ରକାଶ କରିଛନ୍ତି । ବୈଦେଶିକ ଡାକ ସେବାରେ ବୁକିଂ କୋଲକାତାରେ ହେଉଥିବା ହେତୁ ସେଥିରେ ଅହେତୁକ ବିଳମ୍ବ ହେଉଛି । ତେଣୁ ସେହି ସମସ୍ୟାର ସମାଧାନ କରିବା ପାଇଁ ଓଡ଼ିଶାରେ ଗୋଟିଏ ବିଦେଶୀ ପୋଷ୍ଟ ଅଫିସ କରିବା ପାଇଁ କାର୍ଯ୍ୟ ଚାଲୁ ରହିଥବା କହିଛନ୍ତି ସନ୍ତୋଷ କୁମାର ।

ରାଜ୍ୟରେ ଡାକ ପାର୍ସଲ ସେବାରେ ଉନ୍ନତି ଘଟିଥିବା ବେଳେ ଏ କ୍ଷେତ୍ରରେ ଆହୁରି ସୁଧାର ଆଣିବା ପାଇଁ ଭୁବନେଶ୍ବରରେ ଗୋଟିଏ ଜାତୀୟ ପାର୍ସଲ ହବ୍ ସମେତ ରାଜ୍ୟର କଟକ, ଯାଜପୁର ରୋଡ, ବାଲେଶ୍ଵର, ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର ଏବଂ ଜୟପୁର ଠାରେ 7ଟି ରାଜ୍ୟ ପାର୍ସଲ ହବ୍ ନିର୍ମାଣ କରାଯାଇଛି । ତିନୋଟି ନୋଡାଲ ଡେଲିଭରୀ ସେଣ୍ଟର ମଧ୍ୟ ଭୁବନେଶ୍ବରର ସତ୍ୟନଗର, ରସୁଲଗଡ଼ ଓ ବରମୁଣ୍ଡା ଠାରେ କାର୍ଯ୍ୟକରୁଛି ।

ଗତବର୍ଷ 1.9.2018 ରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଲଞ୍ଚ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 33 ଟି ବ୍ରାଞ୍ଚ କାର୍ଯ୍ୟକାରୀ ହେଉଛି । ଯାହା ଦ୍ୱାରା 2094898 ଆଇପିପିବି ଆକାଉଣ୍ଟ ଖୋଲାଯାଇଛି । ଆହୁରି ମଧ୍ୟ ପୋଷ୍ଟ ଅଫିସ କୁ ଡିଜିଟାଲ ସଂଯୋଗୀକରଣ କରି ଦର୍ପଣ ଯୋଜନା ମାଧ୍ୟମରେ ଲୋକଙ୍କୁ ଏହାର ସୁବିଧା ପ୍ରଦାନ କରାଯାଉଥିବା ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମୁଖ୍ୟ ଡାକପାଳ ଜଳେଶ୍ବର କହଁର ଓ ଡାକପାଳ ଜି ଗୁରୁନାଥ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.